ବାରିପଦା: ବାଲଟି ଆଣିବାକୁ ଯାଇ ୩ ଜଣ ନାବାଳକ କେନାଲ ପାଣିରେ ବୁଡ଼ି ଯାଇଛନ୍ତି। ତିନି ନାବାଳକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। ମୟୂରଭଂଜ ଜିଲ୍ଲା ସାରସକଣା ବ୍ଲକଛକ ନିକଟସ୍ଥ ସୁବର୍ଣ୍ଣରେଖା କେନାଲରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ହେଲେ ମୁଣ୍ଡାକଟା ଗ୍ରାମର ଗଣେଶ୍ବର ସାହୁଙ୍କ ପୁଅ ମଦନ ମୋହନ ସାହୁ (୧୩) ସାରସକଣାର ସନ୍ତୋଷ ସାହୁଙ୍କ ପୁଅ ଶ୍ରୀୟାଂଶୁ ସାହୁ (୧୪) ଓ ସୁମନ୍ତ ସାହୁଙ୍କ ପୁଅ ସାଈସୁନ୍ଦର ସାହୁ (୧୪)।
ରିପୋର୍ଟ ଅନୁସାରେ ସାରସକଣା ବ୍ଲକ ଛକ ନିକଟସ୍ଥ ସୁବର୍ଣ୍ଣରେଖା କେନାଲ ନିକଟରେ ଆଜି ସନ୍ଧ୍ୟାରେ ମଦନ, ଶ୍ରୀୟାଂଶୁ ଓ ସାଈସୁନ୍ଦର ଖେଳୁଥିଲେ। ଏହି ସମୟରେ ସେମାନଙ୍କ ପାଖରେ ଥିବା ଏକ ବାଲଟି କୌଣସି ପ୍ରକାରରେ କୋନଲରେ ଖସି ପଡ଼ିଥିଲା। ବାଲଟି ଆଣିବା ପାଇଁ ପ୍ରଥମେ ଜଣେ ନାବାଳକ ପାଣିରେ ପ୍ରବେଶ କରିଥିଲା। କିନ୍ତୁ ସେ ବାଲଟି ଆଣି ପାରି ନଥିଲା। ବରଂ କେନାଲର ପ୍ରଖର ଜଳସ୍ରୋତ ତାକୁ ଭସାଇ ନେଇଥିଲା। ସାଙ୍ଗ ବୁଡ଼ି ଯାଉଥିବା ଦେଖି ଅନ୍ୟ ୨ ନାବାଳକ ମଧ୍ୟ ପାଣିରେ ପଶି ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ମଧ୍ୟ ବିଫଳ ହୋଇଥିଲେ। ତିନି ଜଣ ନାବାଳକଙ୍କୁ ଜଳସ୍ରୋତ ଭସାଇ ନେଇଥିଲା।
ବାଲଟି ଆଣିବା ପାଇଁ ପ୍ରଥମେ ଜଣେ ନାବାଳକ ପାଣିରେ ପ୍ରବେଶ କରିଥିଲା। କିନ୍ତୁ ସେ ବାଲଟି ଆଣି ପାରି ନଥିଲା। ବରଂ କେନାଲର ପ୍ରଖର ଜଳସ୍ରୋତ ତାକୁ ଭସାଇ ନେଇଥିଲା। ସାଙ୍ଗ ବୁଡ଼ି ଯାଉଥିବା ଦେଖି ଅନ୍ୟ ୨ ନାବାଳକ ମଧ୍ୟ ପାଣିରେ ପଶି ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେମାନେ ମଧ୍ୟ ବିଫଳ ହୋଇଥିଲେ।
ସ୍ଥାନୀୟ ଲୋକଙ୍କର ଠାରୁ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଥିଲା। ବହୁ ଉଦ୍ୟମ ପରେ ନାବାଳକମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ୩ ଜଣ ନାବାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ମୃତ ଦେହ ଜବତ କରିବା ସହିତ ପୋଷ୍ଟମର୍ଟମ ପାଇଁ ପଠାଇଛି। ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ତେବେ ଏହି ଅପ୍ରିତିକର ଅଘଟଣ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Follow Us