ନକ୍ସଲ ହଟାଇବା ନେଇ ସୁରକ୍ଷାବାହିନୀର ସମସ୍ତ ରଣକୌଶଳ ଜାରି

ସୀମାନ୍ତ ଛତିଶଗଡ଼ରେ ନକ୍ସଲ ଦମନ ନେଇ ପୁଲିସ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି। ନକ୍ସଲଙ୍କୁ ରାଜ୍ୟରୁ ତଡିବା ବା ମୁଳତ୍ପାଟନ କରିବା ପାଇଁ ମସୁଧା କରିସାରିଛି। ଅନ୍ୟଦିଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନକ୍ସଲ ମୂଳପୋଛ କରିବା ନେଇ ଶେଷ ତାରିଖ ମଧ୍ୟ ଘୋଷଣା କରିସାରିଛନ୍ତି।

naxal

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ନକ୍ସଲ ଦମନ ନେଇ ପୁଲିସ ଏବେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି। ନକ୍ସଲଙ୍କୁ ରାଜ୍ୟରୁ ତଡିବା ବା ମୁଳତ୍ପାଟନ କରିବା ପାଇଁ ମସୁଧା କରିସାରିଛି। ଅନ୍ୟଦିଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ନକ୍ସଲ ମୂଳପୋଛ କରିବା ନେଇ ଶେଷ ତାରିଖ ମଧ୍ୟ ଘୋଷଣା କରିସାରିଛନ୍ତି। ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ରାଜ୍ୟରୁ ନକ୍ସଲ ହଟିବେ। ଏହି କ୍ରମରେ ନାରାୟଣପୁର ଜିଲ୍ଲା ସୀମାନ୍ତରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଗୁଳିବିନିମୟରେ ୩ ଜଣ ନକ୍ସଲ ମୃତ୍ୟୁ ହୋଇଥିବା ଜଣାପଡିଛି। ଏଥିସହ ଏକେ-୪୭ ସହ ୩ଟି ବନ୍ଧୁକ ଓ ମାଓ ସାମଗ୍ରୀ ଜବତ କରାଯାଇଛି।

ଦୀର୍ଘ ସମୟ ଧରି ହୋଇଥିବା ଏହି ଗୁଳିବିନିମୟରେ କୌଣସି ଯବାନର କିଛି କ୍ଷତି ହୋଇନଥିବା ନାରାୟଣ ପୁର ଏସପି ପ୍ରଭାତ କୁମାର ପ୍ରକାଶ କରିଛନ୍ତି। ନାରାୟଣପୁର ଜିଲ୍ଲା ସୀମାନ୍ତରେ ବହୁ ସଂଖ୍ୟାରେ ନକ୍ସଲଙ୍କ ଉପସ୍ଥିତି ନେଇ ପୁଲିସ ସୂଚନା ପାଇଥିଲା।

ଗତ ୪୮ ଘଣ୍ଟା ମଧ୍ୟରେ ଦନ୍ତେୱାଡ଼ା ଏବଂ ବିଜାପୁର ଜିଲ୍ଲାରେ ୧୨ ଜଣ କୁଖ୍ୟାତ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଏଥିମଧ୍ୟରୁ ୩ ଜଣ ମହିଳା ନକ୍ସଲ ରହିଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମୁଣ୍ଡ ଉପରେ ୨୦ ଲକ୍ଷ ଟଂକାର ପୁରସ୍କାର ରାଶି ମଧ୍ୟ ରହିଥିଲା।

ପ୍ରକାଶ ଥାଉକି ବସ୍ତର ଅଂଚଳରେ ଏବେ ନକ୍ସଲମାନଙ୍କ ବିରୋଧରେ ନିର୍ଣ୍ଣାୟକ ପରିସ୍ଥିତି ଆଡକୁ ଯାଉଛି। ସୁରକ୍ଷା ବାହିନୀ ଏବେ ବସ୍ତରରୁ ନକ୍ସଲ ହଟାଇବା ନେଇ ସମସ୍ତ ରଣକୌଶଳ କରିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ନକ୍ସଲଙ୍କ ଅନ୍ତିମ ଚେତାବନୀ ଦିଆଯାଇଛି। ତୁରନ୍ତ ଆତ୍ମସମର୍ପଣ କର ନଚେତ ସମସ୍ତେ ଉଚିତ ଦଣ୍ଡ ପାଇବେ।

ସେହିପରି ଅନ୍ୟ ଏକ ଘଟଣାରେ ସୁକମା ଜିଲ୍ଲାର ଚିନ୍ତଲନାର ଅଂଚଳରେ ୪୦ ଜଣ ମାଓବାଦୀ ସଂଗଠନ କରୁଥିବା ଖବର ପୁଲିସ ପାଇବା ପରେ ଚଢାଉ କରିଛି। ପ୍ରାୟ ଘଣ୍ଟା ଧରି ଗୁଳିବିନିମୟ ହେବା ପରେ ନକ୍ସଲ ଲୁଚି ଯାଇଥିଲେ। ପରେ ପୁଣି ପୁଲିସ ଉପରେ ରହି ରହି ଗୁଳି ଚଳାଇଥିଲେ। ତେବେ କୌଣସି ଯବାନଙ୍କର କିଛି ହୋଇନଥିବା ବେଳେ ଜଣେ ନକ୍ସଲ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।ପୁଲିସ ଏବେ ବି ଜଂଗଲରେ ସର୍ଚ୍ଚ ଅପରେସନକୁ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe