ପଳାୟନ କରୁଥିଲେ ୩ ଦୁର୍ଦ୍ଦାନ୍ତ ମାଓବାଦୀ, ମାଡ଼ିବିସଲେ ଯବାନ୍‌

Advertisment

ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀକୁ ଗିରଫ କରିବାରେ ସଫଳ ହୋଇଛି। ଜିଲ୍ଲାର ଚିନ୍ତଲନାର ଜଂଗଲରେ ସିଆରପିଏଫ୍‌ ଯବାନ କମ୍ବିଂ କରୁଥିଲେ।

ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀକୁ ଗିରଫ କରିବାରେ ସଫଳ ହୋଇଛି। ଜିଲ୍ଲାର ଚିନ୍ତଲନାର ଜଂଗଲରେ ସିଆରପିଏଫ୍‌ ଯବାନ କମ୍ବିଂ କରୁଥିଲେ।

3 naxal arrested

3 naxal arrested Photograph: (sambad.in)

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। ପୁଲିସ ୩ ଜଣ ଦୁର୍ଦ୍ଦାନ୍ତ ମାଓବାଦୀକୁ ଗିରଫ କରିବାରେ ସଫଳ ହୋଇଛି। ଜିଲ୍ଲାର ଚିନ୍ତଲନାର ଜଂଗଲରେ ସିଆରପିଏଫ୍‌ ଯବାନ କମ୍ବିଂ କରୁଥିଲେ। ଯବାନଙ୍କୁ ଦେଖି ୩ ଜଣ ସଂଦିଗ୍ଧ ବ୍ୟକ୍ତି ଦୌଡିବାକୁ ଲାଗିଲେ। ତୁରନ୍ତ ଯବାନ ଜଂଗଲକୁ ଘେରି ୩ ଜଣ ସନ୍ଦିଗ୍ଧ ବ୍ୟକ୍ତିକୁ କାବୁ କରିଥିଲେ। ସେମାନଙ୍କୁ ଧରି ଜିଲ୍ଲା ଏସପି କିରଣ ଚୌହାନଙ୍କ ନିକଟରେ ହାଜର କରାଯାଇଥିଲା।

ଯବାନଙ୍କୁ ଦେଖି ୩ ଜଣ ସଂଦିଗ୍ଧ ବ୍ୟକ୍ତି ଦୌଡିବାକୁ ଲାଗିଲେ। ତୁରନ୍ତ ଯବାନ ଜଂଗଲକୁ ଘେରି ୩ ଜଣ ସନ୍ଦିଗ୍ଧ ବ୍ୟକ୍ତିକୁ କାବୁ କରିଥିଲେ। ସେମାନଙ୍କୁ ଧରି ଜିଲ୍ଲା ଏସପି କିରଣ ଚୌହାନଙ୍କ ନିକଟରେ ହାଜର କରାଯାଇଥିଲା।

ପୁଲିସ ପଚରାଉଚରା କରିବା ପରେ ଏମାନଙ୍କ ମଧ୍ୟରୁ ଜଣଏ ଡିକେଏମଏସ ଅଧ୍ୟକ୍ଷ ମାଡକମ ଭୀମା ବୋଲି ପରିଚୟ ଦେଇଥିଲା। ଭୀମା ଉପରେ ୨ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲା। ଅନ୍ୟ ଦୁଇ ଜଣ ହେଲେ ମିଲିସିଆ କମାଣ୍ଡର ମାଡକମ ଲଖମା ଓ ହେମଲା ନନ୍ଦା ବୋଲି ପରିଚୟ ଦେବା ସହ ଏମାନଙ୍କ ଉପରେ ୧ ଲକ୍ଷ ଟଂକାର ପୁରସ୍କାର ରାଶି ରହିଥିଲା। ଏମାନଙ୍କୁ ପୁଲିସ ନକ୍ସଲ ସଂଗଠନର ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି। ଏମାନେ ହତ୍ୟା, ପୋଷ୍ଟର ମାରିବା, ଲୋକଙ୍କୁ ଅପହରଣ କରିବା ସହ ପୁଲିସ ଉପରେ ଗୁଳି ଚଳାଇବା ଭଳି ହିଂସାରେ ସାମିଲ ଥିବା ପୁଲିସ କହିଛି।

Naxal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe