ଚିହ୍ନଟ ହେଲେ ଏନକାଉଣ୍ଟରରେ ନିହତ ତିନି ନକ୍ସଲ

ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଗତକାଲି ହୋଇଥିବା ଏନକାଉଣ୍ଟରର ବିସ୍ତୃତ ବିବରଣୀ ଆଜି ଜିଲ୍ଲା ପୁଲିସ ତରଫରୁ ପ୍ରଦାନ କରାଯାଇଛି। ମୃତ୍ୟୁବରଣ କରିଥିବା ୩ ଜଣ ନକ୍ସଲଙ୍କର ଶବ ଚିହ୍ନଟ ହୋଇଛି।

3 naxal identified

3 naxal identified Photograph: (sambad.in)

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଗତକାଲି ହୋଇଥିବା ଏନକାଉଣ୍ଟରର ବିସ୍ତୃତ ବିବରଣୀ ଆଜି ଜିଲ୍ଲା ପୁଲିସ ତରଫରୁ ପ୍ରଦାନ କରାଯାଇଛି। ମୃତ୍ୟୁବରଣ କରିଥିବା ୩ ଜଣ ନକ୍ସଲଙ୍କର ଶବ ଚିହ୍ନଟ ହୋଇଛି। ଏମାନେ ହେଲେ ମାଟାବାଡା ଏଲଓସି କମାଣ୍ଡର ଅନିଲ ପୁନେମ। ଅନିଲ ନାମରେ ସରକାର ୫ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ।

ସେହିପରି ଅନ୍ୟ ଦୁଇ ଜଣ ହେଲେ ଏଲଓସି ସଦସ୍ୟ ପାଲୋ ପଡିଆମି ଏବଂ ଦିଵାନ ମାଡକମ। ପଲୋ ନାମରେ ସରକାର ୨ ଲକ୍ଷ ଏବଂ ଦିୱାନ ନାମରେ ୧ ଲକ୍ଷ ଟଂକାର ପୁରସ୍କାର ଘୋଷିତ ହୋଇଥିଲା। ଏହି ଏନକାଉଣ୍ଟର ସ୍ଥଳରୁ ଦୁଇଟି ବନ୍ଧୁକ,ଗୋଟିଏ ୩୧୫ ବନ୍ଧୁକ, ମାଓ ପୋଷାକ, ବିସ୍ଫୋରକ, ଔଷଧ ଇତ୍ୟାଦି ଜବତ କରାଯାଇଛି।

ତେବେ ଗୋଟିଏ ପଟେ ନକ୍ସଲଙ୍କର ଶାନ୍ତି ପ୍ରସ୍ତାବକୁ ସରକାର ଏକ ପ୍ରକାର ଅଗ୍ରାହ୍ୟ କରି ଦେଇଥିବା ବେଳେ ନକ୍ସଲ କିନ୍ତୁ ଯେକୌଣସି ପ୍ରକାରେ ଶାନ୍ତି ପ୍ରସ୍ତାବକୁ ଆଗତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଅନ୍ୟଦିଗରେ ଛତିଶଗଡର ସରକାର ସମସ୍ତେ ଆତ୍ମସମର୍ପଣ କରନ୍ତୁ ବୋଲି ଜୋର କରୁଛି। ତେବେ ଶାନ୍ତି ପ୍ରସ୍ତାବ ଆଗତ ହେବା ଭିତରେ କିନ୍ତୁ ପୁଲିସ ଚଢାଉ ଜାରି ରଖିଛି।

Malkangiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe