ତେଲେଙ୍ଗାନାରେ ଆତ୍ମସମର୍ପଣ କଲେ ୩ ମାଓବାଦୀ

Advertisment

ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କୋଥାଗୁଡୁମ ଜିଲ୍ଲା ପୁଲିସ ଓ ୧୪୧ ସିଆରପିଏଫ ଅଧିକାରୀଙ୍କ ନିକଟରେ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ତିନି ଜଣ ତେଲେଙ୍ଗାନା ରାଜ୍ୟ କମିଟିର ବିକେ-ଏଏସଆର ଡିଭିଜନରେ ସାମିଲ ହୋଇଥିଲେ। ପରେ ପଦନ୍ନୋତି ପାଇଥିଲେ।

ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କୋଥାଗୁଡୁମ ଜିଲ୍ଲା ପୁଲିସ ଓ ୧୪୧ ସିଆରପିଏଫ ଅଧିକାରୀଙ୍କ ନିକଟରେ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏହି ତିନି ଜଣ ତେଲେଙ୍ଗାନା ରାଜ୍ୟ କମିଟିର ବିକେ-ଏଏସଆର ଡିଭିଜନରେ ସାମିଲ ହୋଇଥିଲେ। ପରେ ପଦନ୍ନୋତି ପାଇଥିଲେ।

naxal surrender

ମାଲକାନଗିରି: ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦୀ କୋଥାଗୁଡୁମ ଜିଲ୍ଲା ପୁଲିସ ଓ ୧୪୧ ସିଆରପିଏଫ ଅଧିକାରୀଙ୍କ ନିକଟରେ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ହେଲେ ଛତିଶଗଡ଼ର ବିଜାପୁର ଜିଲ୍ଲାର ପୋଡିୟମ ମାଙ୍ଗୁ ଓରଫ ଡିଭେଣ୍ଡର(୨୬), ତେଲେଙ୍ଗାନାର ମାଡିଭି ଆଡାଇମ ଓରଫ ଅନୁଷା(୨୩) ଏବଂ ଆନ୍ଧ୍ରପ୍ରଦେଶର କୁଦାମ ସୋମାଲି(୨୨)। ଏହି ତିନି ଜଣ ୨୦୧୮-୧୯ ମସିହାରେ ତେଲେଙ୍ଗାନା ରାଜ୍ୟ କମିଟିର ବିକେ-ଏଏସଆର ଡିଭିଜନରେ ସାମିଲ ହୋଇଥିଲେ। ପରେ ପଦନ୍ନୋତି ପାଇଥିଲେ।ଏମାନଙ୍କ ନାମରେ ସରକାର ୪ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ।

ସରକାରଙ୍କ ତରଫରୁ ଆତ୍ମନିର୍ଭରଶୀଳ ନୀତିରେ ପ୍ରଭାବିତ ହୋଇ ଏମାନେ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଥିବା କହିଛନ୍ତି।ବର୍ତ୍ତମାନ ମାଓ ଦଳରେ ଆଉ ଆଦର୍ଶ ବୋଲି କିଛି ନାହିଁ। ତେଣୁ ମାଓ ସଂଗଠନର ନେତା ଓ ସଦସ୍ୟମାନେ ଦଳ ଛାଡୁଛନ୍ତି ବୋଲି ପୁଲିସ କହିଛି। ଆତ୍ମସମର୍ପଣ କରି ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବାକୁ ଚାହୁଁଛନ୍ତି।

ଅନ୍ୟ ରାଜ୍ୟରୁ ଆସୁଥିବା ଯୁବକ ଓ ଯୁବତୀମାନଙ୍କୁ ନକ୍ସଲ ଧମକାଇ ନିଜ ସଂଗଠନରେ ସାମିଲ କରି ତାଂକ ଦ୍ବାରା ବେଆଇନ କାମ କରାଉଛନ୍ତି। କାମ ନକଲେ ପୁଲସ ସୂଚନାଦାତା ବୋଲି କହି ହତ୍ୟା କରିବାକୁ ପଛାଉ ନାହାନ୍ତି। ଶେଷରେ ମାଓବାଦୀ ଦଳର ବରିଷ୍ଠ ନେତାଙ୍କ ଭେଦଭାବ ତଥା ନିର୍ଯ୍ୟାତନାକୁ ରୋକିବାରେ ଅସମର୍ଥ ହୋଇ ସେମାନେ ଆଜି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି, ଯେଉଁମାନେ ବି ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି ସେମାନେ ପୁଲିସ ସହ ଯୋଗାଯୋଗ କରନ୍ତୁ ବୋଲି ଅନୁରୋଧ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe