ପେଟ ପାଳିବାକୁ ତେଲେଙ୍ଗାନା ଯାଇଥିଲେ ତିନି ଓଡ଼ିଆ ଶ୍ରମିକ, ଦୁର୍ଘଟଣାରେ ମୃତ୍ୟୁ

ତେଲେଙ୍ଗାନାରେ ତିନି ଜଣ ଓଡ଼ିଆ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ଓଡ଼ିଆ ଶ୍ରମିକମାନେ ହେଲେ ନବରଂଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବକଡ଼ାବେଡ଼ା ଗ୍ରାମର ଜୟରାମ ଭତ୍ରା (୫୬), ନାରାୟଣ ଭତ୍ରା (୨୦) ଓ ଚେତମନ ଭତ୍ରା (୨୦)।

Rairangpur

ଉମରକୋଟ: ତେଲେଙ୍ଗାନାରେ ତିନି ଜଣ ଓଡ଼ିଆ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ଓଡ଼ିଆ ଶ୍ରମିକମାନେ ହେଲେ ନବରଂଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ବକଡ଼ାବେଡ଼ା ଗ୍ରାମର ଜୟରାମ ଭତ୍ରା (୫୬), ନାରାୟଣ ଭତ୍ରା (୨୦) ଓ ଚେତମନ ଭତ୍ରା (୨୦)।

ମିଳିଥିବା ସୂଚନା ଅନୁସାରେ ୧୧ ଦିନ ତଳେ ବକଡ଼ାବେଡ଼ା ଗ୍ରାମର ପ୍ରାୟ ୧୪ ଜଣ ଶ୍ରମିକ ଜଣେ ଦଲାଲଙ୍କ ସହାୟତାରେ ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ। ସେମାନେ କିସାରା ଥାନା ଅନ୍ତର୍ଗତ ସିକେନ୍ଦର କମମ ଅଞ୍ଚଳରେ ରାସ୍ତାପାର୍ଶ୍ଵରେ ଗଛ ଲଗାଇବା କାର୍ଯ୍ୟରେ ଏହି ୧୪ ଜଣ ଶ୍ରମିକ ନିୟୋଜିତ ଥିଲେ। ତେବେ ଗତକାଲି ଗଛ ଲଗାଉ ଥିବା ସମୟରେ ପଛ ପଟୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ (ଟିଜି ୦୮ଟି ୨୪୯୬) ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜୟରାମ ଭତ୍ରା, ନାରାୟଣ ଭତ୍ରା ଓ ଚେତମନ ଭତ୍ରାଙ୍କର ମୃତ୍ୟୁ ଘଟିଥିଲା। ସେଠାକାର ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା କରୁଥିବା ଗାଡ଼ିକୁ ଜବତ କରିବା ସହ ୩ ମୃତ ଶରୀରକୁ ହସ୍ପିଟାଲ ନେଇ ଶବ ବ୍ୟବଛେଦ କରିଥିଲା। 

୧୧ ଦିନ ତଳେ ବକଡ଼ାବେଡ଼ା ଗ୍ରାମର ପ୍ରାୟ ୧୪ ଜଣ ଶ୍ରମିକ ଜଣେ ଦଲାଲଙ୍କ ସହାୟତାରେ ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ। ତେଲେଙ୍ଗାନା ରାଜ୍ୟର କିସାରା ଥାନା ଅନ୍ତର୍ଗତ ସିକେନ୍ଦର କମମ ଅଞ୍ଚଳରେ ରାସ୍ତାପାର୍ଶ୍ଵରେ ଗଛ ଲଗାଇବା କାର୍ଯ୍ୟରେ ଏହି ୧୪ ଜଣ ଶ୍ରମିକ ନିୟୋଜିତ ଥିଲେ।

ଏହି ଘଟଣା ସଂପର୍କରେ ଆଜି ସକାଳ ୯ଟା ସମୟରେ ପରିବାର ଲୋକେ ଖବର ପାଇଥିଲେ। ଖବର ଲେଖା ହେବା ବେଳକୁ ସାଙ୍ଗରେ ମିଶି କି ଯାଇଥିବା ଅନ୍ୟ ୧୧ ଜଣ ଶ୍ରମିକ ଏକ ଆମ୍ବୁଲାନ୍ସ ଯୋଗେ ୩ ମୃତ ଶରୀରକୁ ଧରି ବକଡବେଡ଼ା ଗ୍ରାମ ଅଭିମୁଖେ ବାହାରି ସାରିଛନ୍ତି। ଆସନ୍ତାକାଲି ବଡ଼ି ଭୋରୁ ମୃତଦେହ ପହଞ୍ଚିବ ବୋଲି ମୃତ ଜୟରାମ ଭତ୍ରାଙ୍କ ପୁଅ ଶୈନ୍ଦ୍ର ଭତ୍ରା ସୂଚନା ପ୍ରଦାନ କରିଛନ୍ତି। ସୈନ୍ଦ୍ର ଆଜି ଘଟଣାକୁ ନେଇ ଆଜି ଉମରକୋଟ ଥାନାରେ ଲିଖିତ ଭାବେ ଜଣାଇ ଦେଇଛନ୍ତି। ଏହି ଘଟଣା ବକଡ଼ାବେଡ଼ା ଗ୍ରାମରେ ପହଞ୍ଚିବା ପରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯିବା ସହ ମୃତ ପରିବାର ଲୋକେ ସଂପୂର୍ଣ୍ଣ ଭାବେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

 Nabarangpur 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe