ଚାଷ ଜମିରେ ବଜ୍ରପାତ: ବାପ-ଝିଅ ସମେତ ତିନି ଜଣଙ୍କର ଗଲା ଜୀବନ

Advertisment

ପ୍ରାକୃତିକ ବିପର୍ଯ୍ୟୟ ନିରୀହ ଚାଷୀଙ୍କ ପାଇଁ କାଳ ସାଜିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବଜ୍ରପାତ କାରଣରୁ ୫ ଜଣ ଚାଷୀଙ୍କର ମୃତ୍ୟୁ ଘଟିଛି। ଆଜି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଅଞ୍ଚଳରେ ବାପ-ଝିଅଙ୍କ ସମେତ ୩ ଜଣଙ୍କର ମୃତ୍ୟୁର କାରଣ ହିଁ ବଜ୍ରପାତ ହୋଇଛି।

ପ୍ରାକୃତିକ ବିପର୍ଯ୍ୟୟ ନିରୀହ ଚାଷୀଙ୍କ ପାଇଁ କାଳ ସାଜିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବଜ୍ରପାତ କାରଣରୁ ୫ ଜଣ ଚାଷୀଙ୍କର ମୃତ୍ୟୁ ଘଟିଛି। ଆଜି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଅଞ୍ଚଳରେ ବାପ-ଝିଅଙ୍କ ସମେତ ୩ ଜଣଙ୍କର ମୃତ୍ୟୁର କାରଣ ହିଁ ବଜ୍ରପାତ ହୋଇଛି।

Pottangi lightning

Pottangi lightning Photograph: (sambad.in)

ପଟ୍ଟାଙ୍ଗି/ଭୁବନେଶ୍ବର: ପ୍ରାକୃତିକ ବିପର୍ଯ୍ୟୟ ନିରୀହ ଚାଷୀଙ୍କ ପାଇଁ କାଳ ସାଜିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବଜ୍ରପାତ କାରଣରୁ ୫ ଜଣ ଚାଷୀଙ୍କର ମୃତ୍ୟୁ ଘଟିଛି। ଗତକାଲି ଅନୁଗୁଳ ଜିଲ୍ଲା କିଶୋରନଗର ଅଞ୍ଚଳରେ ବାପ-ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଅଞ୍ଚଳରେ ବାପ-ଝିଅଙ୍କ ସମେତ ୩ ଜଣଙ୍କର ମୃତ୍ୟୁର କାରଣ ହିଁ ବଜ୍ରପାତ ହୋଇଛି। ମୃତକମାନେ ହେଲେ ଗେମେଲ କ୍ରିଷ୍ଣା (୪୬), ଝିଅ ଗେମେଲ କାମି (୩୩) ଓ ସଂପର୍କୀୟ ମାଉସୀ ଗେମେଲ ତୁମ୍ବାଇ (୬୬)। 

ଗ୍ରୀଷ୍ମଋତୁ ସରିବାକୁ ଯାଉଛି। ବର୍ଷାଋତୁ ପ୍ରାୟତଃ ଦେଢ଼ମାସ ପରେ ଆରମ୍ଭ ହୋଇଯିବ। ଏଥି ପାଇଁ ଚାଷୀମାନେ ଏବେଠାରୁ ବ୍ୟସ୍ତ ଦେଖାଯାଉଛନ୍ତି। ଖରିଫ ଫସଲ ପାଇଁ ଖେତକୁ ପ୍ରସ୍ତୁତ କରୁଛନ୍ତି। ତେବେ ଅସମୟରେ ବର୍ଷା ଓ ବଜ୍ରପାତ କାରଣରୁ ନିରୀହ ଚାଷୀମାନଙ୍କର ଜୀବନ ଯାଉଥିବା ନଜର ଆସୁଛି।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଅମ୍ପାବାଲି ଗ୍ରାମପଞ୍ଚାୟତ କନ୍ଧପୁଟାବନ୍ଧ ଗ୍ରାମର ଗେମେଲ କ୍ରିଷ୍ଣା, ଝିଅ ଗେମେଲ କାମି ଓ ସଂପର୍କୀୟ ମାଉସୀ ଗେମେଲ ତୁମ୍ବାଇ ଆଜି ପୂର୍ବାହ୍‌ଣରେ ଖେତରେ କାମ କରୁଥିଲେ। ଖରିଫ ଚାଷ ପାଇଁ ଜମିକୁ ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିଲେ। ଏହି ସମୟରେ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତ ହୋଇଥିଲା ଫଳରେ ତିନିଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। 

ଖବର ପାଇ ସୁଙ୍କି ଥାନା ପୁଲିସ ପହଞ୍ଚି ତିନିଜଣଙ୍କର ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଟ୍ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛି। ଏହି ଅଭାବନୀୟ ଘଟଣା ନେଇ କନ୍ଧପୁଟାବନ୍ଧ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଧୀନ ହଣ୍ଡପା ପଞ୍ଚାୟତ ବାଲିଖମଣ ଗ୍ରାମର ପ୍ରଫୁଲ୍ଲ ମାଝୀ(୫୩), ପୁଅ ପ୍ରବୀଣ ମାଝୀ(୨୨), ଟକ୍‌ବା ଗ୍ରାମର ବିରଞ୍ଚି ସେଠୀ(୩୧) ଓ ରାଣୀଭୂଇଁ ଗ୍ରାମର ଅରୁଣ ବେହେରା(୫୮)ଙ୍କ ସମେତ ମୋଟ ୭ ଜଣ ଶ୍ରମିକ ମଙ୍ଗଳବାର ଦିନ ଡାଳୁଅ ଧାନ ସଂଗ୍ରହ କରିବା ପାଇଁ ଯାଇଥିଲେ। ଧାନ ବିଲରେ ୪ ଜଣ ପୁରୁଷ ଶ୍ରମିକ ଧାନବିଡ଼ା ବାନ୍ଧୁଥିବା ବେଳେ ୩ ଜଣ ମହିଳା ଶ୍ରମିକ ଖଳାକୁ ବୋହୁ ଥିଲେ। ଅପରାହ୍‌ଣରେ ହଠାତ୍‌ ଘଡ଼ଘଡ଼ି ମାରିବାରୁ ୩ ମହିଳା ଶ୍ରମିକ ଧାନବୋହି ଘରକୁ ପଳାଇ ଯାଇଥିଲେ। ବାକି ୪ ପୁରୁଷ ଧାନ ବିଲରେ ରହିଥିଲେ। ଏହି ସମୟରେ ଜୋର୍‌ରେ ବର୍ଷା ଓ ଘଡ଼ଘଡ଼ି ହେବାରୁ ଧାନବିଲ ନିକଟରେ ଥିବା ଏକ ଆମ୍ବଗଛ ପାଖକୁ ୪ ଜଣଯାକ ଦୌଡ଼ିଯାଇ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା, ଯେଉଁଥିରେ ପ୍ରଫୁଲ୍ଲ ଓ ପ୍ରବୀଣଙ୍କର ମୃତ୍ୟୁ ଘଟିଥିଲା।   

Lightning | Koraput

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe