ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରେ ପଥରମାଡ଼: ୩ ଯାତ୍ରୀ ଆହତ

ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରେ ଦୁର୍ବୃତ୍ତମାନେ ବୁଧବାର ଦିନ ପଥରମାଡ଼ କରିଛନ୍ତି। ଫଳରେ ଟ୍ରେନ୍‌ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ ୩ ଜଣ ଯାତ୍ରୀ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Vande Bharat Express

Vande Bharat Express Photograph: (sambad.in)

ରାଉରକେଲା: ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରେ ଦୁର୍ବୃତ୍ତମାନେ ବୁଧବାର ଦିନ ପଥରମାଡ଼ କରିଛନ୍ତି। ଫଳରେ ଟ୍ରେନ୍‌ କ୍ଷତିଗ୍ରସ୍ତ ହୋଇଛି। ଟ୍ରେନ୍‌ କୋଚ୍‌ର ଦୁଇଟି ଝରକାର କାଚ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ପଥରମାଡ଼ ପରେ ଟ୍ରେନ୍‌ରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ। ତିନି ଜଣ ପାସେଞ୍ଜର ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ କଲୁଙ୍ଗା ଷ୍ଟେସନ ନିକଟରେ ଏହି ପଥରମାଡ଼ ହୋଇଥିବା ସୂଚନା ରହିଛି। ପୁରୀ- ରାଉରକେଲା ବନ୍ଦେ ଭାରତ ଟ୍ରେନ୍‌କୁ ପ୍ରଥମ ଥର ପଥରମାଡ଼ ହୋଇଥିବା ବେଳେ ରେଳ ବିଭାଗ, ଜିଆର୍‌ପି, ଆର୍‌ପିଏଫ୍‌ର ତଦନ୍ତ ଜାରି ରହିଛି। ରାଉରକେଲା ଷ୍ଟେସନରେ ଟ୍ରେନ୍‌ ପହଞ୍ଚିବା ପରେ ଭାଙ୍ଗି ଯାଇଥିବା କାଚକୁ ପ୍ଲାଷ୍ଟର ଲଗାଇ ମରାମତି କରା ଯାଇଛି।

ପୁରୀ- ରାଉରକେଲା ବନ୍ଦେ ଭାରତ ଟ୍ରେନ୍‌କୁ ପ୍ରଥମ ଥର ପଥରମାଡ଼ ହୋଇଥିବା ବେଳେ ରେଳ ବିଭାଗ, ଜିଆର୍‌ପି, ଆର୍‌ପିଏଫ୍‌ର ତଦନ୍ତ ଜାରି ରହିଛି।

ପୂର୍ବରୁ ବାହାର ରାଜ୍ୟରେ ବନ୍ଦେ ଭାରତ ଟ୍ରେନ୍ ଉପରେ ପଥରମାଡ଼ ହୋଇ ଥିଲା ବେଳେ ରାଉରକେଲା ନିକଟରେ ଏହା ପ୍ରଥମ। ତେବେ କିଏ କାହିଁକି ଏହି ପଥର ମାଡ଼ କରିଛି ତା ତଦନ୍ତ ପରେ ଜଣା ପଡ଼ିବ। ଏହି ପଥରମାଡ ଘଟଣାରେ କେହି ଯାତ୍ରୀ ଆହତ ହୋଇ ନଥିବା ରେଳ ବାଇ ସୂତ୍ରରୁ ଜଣାପଡ଼ିଛି।

Rourkela | Indian Railways

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe