ଯୁବକଙ୍କୁ ଛୁରାମାଡ: ତିନି ଅଭିଯୁକ୍ତ ଗରଫ

ଲେଫ୍ରିପଡ଼ା ଥାନା ସରଗିପାଲି ଫାଣ୍ଡି ଅନ୍ତର୍ଗତ ଅଁଳାବାହଲର ଯୁବକ ପ୍ରକାଶ ରାଉତଙ୍କୁ ଆଜି ଅପରାହ୍‌ଣରେ ଛୁରାମାଡ଼ ହୋଇଛି। କୌଣସି ବେକ୍ତିଗତ କଥାକୁ ନେଇ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ଅଦ୍ୟତନ ହୋଇଛି
Lephripara PS

Lephripara PS Photograph: (Sambad )

ସୁନ୍ଦରଗଡ: ଲେଫ୍ରିପଡ଼ା ଥାନା ସରଗିପାଲି ଫାଣ୍ଡି ଅନ୍ତର୍ଗତ ଅଁଳାବାହଲର ଯୁବକ ପ୍ରକାଶ ରାଉତଙ୍କୁ ଛୁରାମାଡ଼ ଘଟଣାରେ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। କୌଣସି କଥାକୁ ନେଇ ଯୁବକଙ୍କ ସହିତ ଅଭିଯୁକ୍ତମାନେ ଗଣ୍ଡଗୋଳ କରିଥିଲେ। ଏହାପରେ ପ୍ରକାଶ ଉପରକୁ ଛୁରାମଡ଼ ହୋଇଥିଲା। ତିନିଜଣକ ମଧ୍ୟରୁ ଜଣେ ନାବାଳକ।

ସୁନ୍ଦରଗଡ଼ ଜିଲ୍ଲାରେ ଖଣ୍ଡା, ଭୁଜାଲିରେ ଆକ୍ରମଣ ଭଳି ଉଦବେଗଜନକ ଘଟଣା ଥମୁନି। ଦୁଇ ସପ୍ତାହ ମଧ୍ୟରେ ଲେଫ୍ରିପଡ଼ା ଥାନା ଦର୍ଲିପାଲି ଓ ସଦରଥାନା ଓ ଲେଫ୍ରିପଡ଼ା ଅଞ୍ଚଳରେ ଏକାଧିକ ହିଂସାତ୍ମକ ଘଟଣା ଦେଖିବାକୁ ମିଳିଛି।

ଫେବ୍ରୁଆରି ୮ ତାରିଖ ଦିନ ସକାଳେ ଲେଫ୍ରିପଡ଼ା ଥାନା ଅଞ୍ଚଳରେ ପ୍ରକାଶଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରାଯାଇଥିଲା। ବିଜାଡିହି ନିକଟରେ ବାଙ୍କିବାହାଲ- ଭେଡ଼ାବାହାଲ କୋଲ୍‌ କରିଡର୍‌ ରାସ୍ତାରେ ବାଇକରେ ଆସି ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଅଉଁଲାବାହାଲର ପ୍ରକାଶଙ୍କୁ ଖଣ୍ଡାରେ ହାଣିଥିଲେ। ଗୋରୁ ନେଇ ପ୍ରକାଶ ଯାଉଥିବା ବେଳେ ପଛରୁ ଆସି ଦୁଇ ଦୁର୍ବୃତ୍ତ ଆକ୍ରମଣ କରି ଫେରାର ‌ହୋଇଯାଇଥିଲେ।

ଗତ ୮ ତାରିଖ ଦିନ ସକାଳେ ଲେଫ୍ରିପଡ଼ା ଥାନା ଅଞ୍ଚଳରେ ପ୍ରକାଶଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ କରାଯାଇଥିଲା। ଥାନା ଅନ୍ତର୍ଗତ ବିଜାଡିହି ନିକଟରେ ବାଙ୍କିବାହାଲ- ଭେଡ଼ାବାହାଲ କୋଲ୍‌ କରିଡର୍‌ ରାସ୍ତାରେ ବାଇକରେ ଆସି ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଅଉଁଲାବାହାଲର ପ୍ରକାଶଙ୍କୁ ଖଣ୍ଡାରେ ହାଣିଥିଲେ। ଗୋରୁ ନେଇ ପ୍ରକାଶ ଯାଉଥିବା ବେଳେ ପଛରୁ ଆସି ଦୁଇ ଦୁର୍ବୃତ୍ତ ଆକ୍ରମଣ କରି ଫେରାର ‌ହୋଇଯାଇଥିଲେ।

ଖଣ୍ଡା ଚୋଟରେ ପ୍ରକାଶଙ୍କ ଡାହାଣ ପଟ ପିଠିରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ (ମେଡିକାଲ କଲେଜ)କୁ ଆଣିଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ଏବେ ‌ସେ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଆକ୍ରମଣର କାରଣ ଜଣାପଡ଼ି ନଥିବା ବେଳେ ଗୋରୁ ବେପାରକୁ ନେଇ ଆକ୍ରମଣ ହୋଇଥାଇପାରେ ବୋଲି  ଚର୍ଚ୍ଚା ହେଉଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe