ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଗିରଫ

ଭୁବନେଶ୍ବରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ କମିସନରେଟ୍‌ ପୁଲିସ ପୀଡିତାଙ୍କ ବାନ୍ଧବୀଙ୍କ ସମେତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।  ଭୁବନେଶ୍ବର ଡିସିପି ପିନାକ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ନାବାଳିକାକୁ ଗଣଦୁଷ୍କର୍ମ ନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା।

rape

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ କମିସନରେଟ୍‌ ପୁଲିସ ପୀଡିତାଙ୍କ ବାନ୍ଧବୀଙ୍କ ସମେତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।  ଭୁବନେଶ୍ବର ଡିସିପି ପିନାକ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ନାବାଳିକାକୁ ଗଣଦୁଷ୍କର୍ମ ନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା। ପୀଡ଼ିତାଙ୍କୁ ତାଙ୍କ ବାନ୍ଧବୀ ଫୁସୁଲାଇ ଏକ ପରିତ୍ୟକ୍ତ ସ୍ଥାନକୁ ନେଇଥିଲା। ସେଠାରେ ୪ ଜଣ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ରେଡ୍‌ କରି ସମସ୍ତ ୪ ଅଭିଯୁକ୍ତ ଓ ପୀଡ଼ିତାଙ୍କ ବାନ୍ଧବୀଙ୍କୁ ଧରିଛି। ବାନ୍ଧବୀ ଓ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣେ ୨ ଅଟକ ଅଛି। 

ଅଭିଯୁକ୍ତମାନେ ନାବାଲିକାଙ୍କୁ ଗଣ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ସମୟର ଭିଡ଼ିଓକୁ ଭାଇରାଲ ବି କରିଥିଲେ। ଦୁଷ୍କର୍ମ ପୀଡିତା ନାବାଳିକାଙ୍କ ମାଙ୍କୁ ଭିଡିଓ ଭାଇରାଲ କରିବେ କହି ଟଙ୍କା ଡିମାଣ୍ଡ କରିଥିଲା। ନୟାପଲ୍ଲୀ ଥାନା ଅଧିନରେ ସାମ୍ନାକୁ ଆସିଥିଲା ଏଭଳି ଏକ ସଙ୍ଗୀନ ଅଭିଯୋଗ।

ଡିସିପି ଶ୍ରୀ ମିଶ୍ର କହିଛନ୍ତି, ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ପରେ ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି। ପୀଡିତାଙ୍କର ବନ୍ଧୁ ଯିଏକି ନାବାଳିକାଙ୍କୁ ପ୍ରବର୍ତାଇ ୪ଜଣ ଯୁବକଙ୍କ ପାଖକୁ ପଠାଇଥିଲେ। ସେଠାରେ ସେମାନେ ଗଣ ଦୁଷ୍କର୍ମ କରିଥିଲେ। ପାନୀୟରେ ନିଶା ସାମଗ୍ରୀ ମିଶାଇ ଏଭଳି କାଣ୍ଡ ଭିଆଇଥିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହିତ ନେଇ ନୟାପଲ୍ଲୀ ଥାନାଧିକାରୀଙ୍କ ଟିମ ତଦନ୍ତ କରିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ଅଟକ ପରେ ପଚରାଉଚରା କରାଯାଇଥିଲା। ପୁରା ଘଟଣାରେ ୪ଜଣ ଅଭିଯୁକ୍ତ ଥିବା ବେଳେ ୨ଜଣଙ୍କୁ ଗିରଫ କରାଯାଇଛି। ସମ୍ପୃକ୍ତ ନାବାଳିକା ଯିଏ ପ୍ରବର୍ତ୍ତାଇ ଥିଲେ ସେ ମଧ୍ୟ ପୁଲିସ ଦ୍ବାରା ଅଟକ ଅଛି। ପୀଡିତାଙ୍କୁ ଡାକ୍ତରୀ ମାଇନା କରାଯାଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe