ନୌସେନା ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ଦୁର୍ନୀତି: ୩ ଅଭିଯୁକ୍ତ ଗିରଫ

ଭାରତୀୟ ନୌସେନାର ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ଦୁର୍ନୀତି ହୋଇଥିବା ନେଇ ଜଣାପଡ଼ିଛି। ଅଗ୍ନିବୀର ପରୀକ୍ଷାରେ ପାସ୍ କରାଇ ଦେବା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ଟଙ୍କା ଲାଞ୍ଚ ନେଇ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

Scam in Agniveer examination

Scam in Agniveer examination. Photograph: (sambad.in)

ଖୋର୍ଦ୍ଧା: ଭାରତୀୟ ନୌସେନାର ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ଦୁର୍ନୀତି ହୋଇଥିବା ନେଇ ଜଣାପଡ଼ିଛି। ଅଗ୍ନିବୀର ପରୀକ୍ଷାରେ ପାସ୍ କରାଇ ଦେବା ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ଟଙ୍କା ଲାଞ୍ଚ ନେଇ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଭୂଷଣ, ସତ୍ୟମ ଚହର ଓ ବିନୟ କୁମାର ରାୟ। ଖୋର୍ଦ୍ଧା ପୁଲିସ ଏମାନଙ୍କର ଠାରୁ ୪ଟି ମୋବାଇଲ ଜବତ କରିଛି। ଏହି ଘଟଣାରେ ଅନ୍ୟ ୨ ଜଣଙ୍କର ସଂପୃକ୍ତି ଥିବା ପୁଲିସ ଜାଣିବାକୁ ପାଇଛି। ତଦନ୍ତ ପ୍ରକ୍ରିୟା ସରିଲେ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।  

ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ଗଣମାଧ୍ୟମକୁ କହିଛନ୍ତି, ଅଭିଯୁକ୍ତମାନେ ଅଗ୍ନିବୀରରେ ନିଯୁକ୍ତି କରାଇବାକୁ ଲକ୍ଷ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଗିରଫ ୩ ଜଣ ଆଇଏନ୍ଏସ୍ ନାଭାଲ ଚିଲିକାରେ କାର୍ଯ୍ୟରତ। ଏମାନଙ୍କର ମଧ୍ୟରୁ ଉତ୍ତର ପ୍ରଦେଶ ବାସନ୍ଦା ଭୂଷଣ ଚାକିରିରୁ ଅବସର ନେଇ ସାରିଛନ୍ତି। ସତ୍ୟମ ଚହର ଆଇଏନ୍ଏସ୍ କେସରୀରେ କାର୍ଯ୍ୟରତ ଅଛନ୍ତି। ବିନୟ କୁମାର ରାୟ ଆଇଏନ୍ଏସ୍ ଚିଲିକାରେ କାର୍ଯ୍ୟରତ ଅଛନ୍ତି। ସନ୍ଦେହ କରାଯାଉଥିବା ଆଉ ୨ ଜଣ ଆଣ୍ଡାମାନ ନିକୋବର ଆଇଏନ୍ଏସ୍ କେଶରୀରେ କାର୍ଯ୍ୟରତ ଅଛନ୍ତି। 

ଶ୍ରୀମତୀ ନାଥ ସାମ୍ବାଦିକମାନଙ୍କୁ କହିଛନ୍ତି, ଅଗ୍ନିବୀର ପରୀକ୍ଷାରେ ତ୍ରୁଟି ଏବଂ ଦୁର୍ନୀତି ନେଇ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ଗତ ୧୯ ତାରିଖ ଦିନ ଏନେଇ ବାଲୁଗାଁ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ବେଳେ ଅଗ୍ନିବୀର ପରୀକ୍ଷା ସଂପର୍କିତ ଦୁର୍ନୀତି ହୋଇଛି ବୋଲି ଜଣାପଡ଼ିଥିଲା। ଆଶାୟୀ ପ୍ରାର୍ଥୀମାନେ ନଭେମ୍ବର ୨୦୨୪ରେ ପରୀକ୍ଷା ଦେଇଥିଲେ। ପିଲାମାନଙ୍କୁ ପାସ୍ କରାଇଦେବା ତଥା ଅନ୍ୟ କାର୍ଯ୍ୟ ପାଇଁ ଅଭିଯୁକ୍ତମାନେ ମୋଟା ଅଙ୍କର ପରୀକ୍ଷା ନେଇଥିଲେ। 

ଅଭିଯୁକ୍ତମାନେ ବିଭିନ୍ନ ଦୁର୍ନୀତି କାର୍ଯ୍ୟରେ ନିୟୋଜିତ ଥିଲେ ବୋଲି ଜଣାପଡ଼ିଛି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ୧୨ଟି ଆକାଉଣ୍ଟ ଜବତ କରିଛି। ଅଭିଯୁକ୍ତମାନେ ଜଣକ ଠାରୁ ୩୦ ହଜାରରୁ ୧.୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇଥିଲେ। ଅଭିଯୁକ୍ତମାନେ ସମସ୍ତ ପ୍ରାର୍ଥୀଙ୍କ ଠାରୁ ଟଙ୍କା ଲାଞ୍ଚ ନେଇଥିଲେ କି ନାହିଁ ତଦନ୍ତ ଜାରି ରହିଛି। ଅନେକ ପ୍ରାର୍ଥୀଙ୍କ ଠାରୁ ନଗଦ ଟଙ୍କା ନେଇଥିଲେ। କିଛି ପ୍ରାର୍ଥୀଙ୍କ ଠାରୁ ୟୁପିଆଇ ମାଧ୍ୟମରେ ଲାଞ୍ଚ ନେଇଥିଲେ। 

Khordha | INS Chilika

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe