Unnatural death. Photograph: (sambad.in)
ଯାଜପୁର/କେନ୍ଦୁଝର: ଯାଜପୁର ଜିଲ୍ଲାରେ ଝାଡ଼ାବାନ୍ତିରେ ମଙ୍ଗଳବାର ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଜିଲ୍ଲାରେ ପ୍ରାୟ ୨୦୦ ଲୋକ ଆକ୍ରାନ୍ତ ଥିବା ଜଣାଯାଇଛି। ଆକ୍ରାନ୍ତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ କୋରେଇ ବ୍ଲକ ସୁନ୍ଦପୋଖରୀ ଗାଁରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଛି। ସେହିପରି ଝାଡ଼ାବାନ୍ତିରେ ଅନ୍ୟ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ଏତେମାତ୍ରାରେ ଝାଡ଼ାବାନ୍ତି ଆକ୍ରାନ୍ତ ହେବାପରେ ଜିଲ୍ଲାପାଳ ଡାକ୍ତରଖାନାରେ ପହଞ୍ଚିଛନ୍ତି। ସେ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ଚିକିତ୍ସା ସମ୍ପର୍କରେ ତଦାରଖ କରିଛନ୍ତି। ଚଣ୍ଡିଖୋଲ, ଦାନଗଦି ଏବଂ ଧର୍ମଶାଳାରୁ ଅଧିକାଂଶ ଆକ୍ରାନ୍ତ ହୋଇଥିବା ସୂଚନା। ୨୦୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବାବେଳେ ମାତ୍ର ୩ ଘଣ୍ଟାରେ ୧୦୦ ଜଣ ଡାକ୍ତରଖାନାରେ ଅଛନ୍ତି। ତେବେ କାରଣ ଜଣାପଡ଼ି ନାହିଁ।
ଯାଜପୁର ଜିଲ୍ଲାର ତାରାଇଲୋ ଗାଁରେ ଭୋଜି ଖାଇ ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇଥିଲେ। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏଥିରୁ ଜଣଙ୍କୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପକଣ୍ଠ ଡାକ୍ତରଖାନାର ଡାକ୍ତର ମୃତ ଘୋଷଣା କରିଥିଲେ।
Jajpur
Follow Us