କେନାଲ କାମ ଉପରେ ବଜ୍ରପାତ: ତିନି ଶ୍ରମିକଙ୍କ ମୃତ୍ୟୁ, ଅନ୍ୟ ଦୁଇ ଜଣ ଗୁରୁତର

Advertisment

କେନାଲ କାମରେ ନିୟୋଜିତ ଥିବା ବେଳେ ବଜ୍ରାଘାତରେ ଟଳି ପଡ଼ିଲେ ୩ଜଣ ଶ୍ରମିକ। ଏମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ତୃତୀୟ ବ୍ୟକ୍ତି ହେଉଛନ୍ତି ଜଣେ ଜେସିବି ଅପରେଟର।

କେନାଲ କାମରେ ନିୟୋଜିତ ଥିବା ବେଳେ ବଜ୍ରାଘାତରେ ଟଳି ପଡ଼ିଲେ ୩ଜଣ ଶ୍ରମିକ। ଏମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ତୃତୀୟ ବ୍ୟକ୍ତି ହେଉଛନ୍ତି ଜଣେ ଜେସିବି ଅପରେଟର।

thunder strome.

ନୀଳଗିରି: କେନାଲ କାମରେ ନିୟୋଜିତ ଥିବା ବେଳେ ବଜ୍ରାଘାତରେ ଟଳି ପଡ଼ିଲେ ୩ଜଣ ଶ୍ରମିକ। ଏମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ତୃତୀୟ ବ୍ୟକ୍ତି ହେଉଛନ୍ତି ଜଣେ ଜେସିବି ଅପରେଟର। ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳ ରାଇପାଳ ନିକଟରେ ଆଜି ଅପରାହ୍‌ଣରେ ଏହି ଅଘଟଣ ଘଟିଛି। ମୃତକମାନେ ‌ହେଲେ ମାମି ସିଂ, ବଢ଼େଇପଲା ଓ ଅଜିତ କୁମାର ହାଜିଦା।

ସୂଚନା ଅନୁସାରେ ନୀଳଗିରି ଉପଖଣ୍ଡ ବରହମପୁର ଥାନା ଅଧୀନ ଅଶୋକନାଳ ଗ୍ରାମର ମାମି ସିଂ, ବଢେଇପଲା ଗ୍ରାମର ଆଲୁମଣି ସିଂ ଓ ମଥାନି ଅଞ୍ଚଳର ଜେସିବି ଅପରେଟସ ଅଜିତ କୁମାର ହାଜିଦା ରାଇପାଳସ୍ଥିତ କେନାଲ କାର୍ଯ୍ୟରେ ନିୟୋଜିତ ଥିଲେ। ସେଠାରେ ଶ୍ରମିକମାନେ କାମ କରୁଥିଲେ। ହେଲେ ହଠାତ ବର୍ଷା ହେବାରୁ ଶ୍ରମିକମାନେ ନିକଟସ୍ଥ କ୍ୟାମ୍ପକୁ ଆସିଥିଲେ। ସେଠାରେ ୧୦ରୁ ଊର୍ଦ୍ଧ୍ବ ଶ୍ରମିକ ଛିଡ଼ା ହୋଇଥିବା ବେଳେ ହଠାତ ବଜୁଳି ମାରିଥିଲା ଯେଉଁଥିରେ ୩ ଜଣ ହଠାତ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ ଏବଂ ଦୁଇଜଣ ଆଂଶିକ ଆହତ ହୋଇଥିଲେ। 

ନୀଳଗିରି ଉପଖଣ୍ଡ ବରହମପୁର ଥାନା ଅଧୀନ ଅଶୋକନାଳ ଗ୍ରାମର ମାମି ସିଂ, ବଢେଇପଲା ଗ୍ରାମର ଆଲୁମଣି ସିଂ ଓ ମଥାନି ଅଞ୍ଚଳର ଜେସିବି ଅପରେଟସ ଅଜିତ କୁମାର ହାଜିଦା ରାଇପାଳସ୍ଥିତ କେନାଲ କାର୍ଯ୍ୟରେ ନିୟୋଜିତ ଥିଲେ। ହଠାତ ବର୍ଷା ହେବାରୁ ଶ୍ରମିକମାନେ ନିକଟସ୍ଥ କ୍ୟାମ୍ପକୁ ଆସିଥିଲେ। ସେଠାରେ ୧୦ରୁ ଊର୍ଦ୍ଧ୍ବ ଶ୍ରମିକ ଛିଡ଼ା ହୋଇଥିବା ବେଳେ ହଠାତ ବଜୁଳି ମାରିଥିଲା ଯେଉଁଥିରେ ୩ ଜଣ ହଠାତ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ ଏବଂ ଦୁଇଜଣ ଆଂଶିକ ଆହତ ହୋଇଥିଲେ। 

ସାଥୀ ଶ୍ରମିକମାନେ ଚେତାଶୂନ୍ୟ ଦୁଇ ମହିଳା ଓ ଜେସିବି ଅପରେଟରଙ୍କୁ ବରହମପୁର ଗୋଷ୍ଠୀ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବରହମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ବ୍ୟବଚ୍ଛେଦ ପାଇଁ ମୃତକଙ୍କ ଶବ ଗୁଡ଼ିକୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି।

Balasore | Lightning | Nilagiri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe