ଝିଅ ଜିଦ୍‌ କରିବାରୁ ରାମଦୋଳିରେ ବସିଲେ; ଦଂପତିଙ୍କ ସମେତ ୩ ଆହତ

ସ୍ବାମୀ, ସ୍ତ୍ରୀ ଏବଂ ୧୨ ବର୍ଷର ଝିଅ ଦୁର୍ଗାପୂଜା ମେଳା ଦେଖି ବାହାରିଥିଲେ। ସନ୍ଧ୍ୟାରେ ଟେଲିଫୋନ୍‌ ଭବନରେ ମିଆଁମାର ବୁଦ୍ଧ ମନ୍ଦିର ତୋରଣ ଦେଖିଥିଲେ। ତାପରେ ମାଆଙ୍କ ଦର୍ଶନ କରିବା ପରେ ମେଳା ବୁଲା ଆରମ୍ଭ କରିଥିଲେ। ମଣ୍ଡପ ପାଖରେ ଥିବା ରାମଦୋଳି ବସିବାକୁ ଝିଅ ଜିଦ୍‌ କରିବାରୁ ସମସ୍ତେ ଟିକେଟ୍‌ କାଟି ବସିବାକୁ ଯାଇଥିଲେ।

rkl

ରାଉରକେଲା:ଶାରଦୀୟ ଦୁର୍ଗାପୂଜା ପାଇଁ ଇସ୍ପାତନଗରୀ ‘ରାଉରକେଲା’ ଉତ୍ସବମୁଖର ହୋଇ ଉଠିଛି। ଚଳିତବର୍ଷ ସହରରେ ମୋଟ୍‌ ୧୦୮ଟି ସ୍ଥାନରେ ଧୂମ୍‌ଧାମ୍‌ରେ ପୂଜା ଆୟୋଜନ କରାଯାଉଛି। ମା’ଙ୍କ ଦର୍ଶନ, ମେଳା ବୁଲିବା ଓ ମୀନାବଜାରରୁ ସାମଗ୍ରୀ କିଣିବା ପାଇଁ ଲୋକେ ଉତ୍ସାହିତ ଥିବା ବେଳେ ସେକ୍ଟର-୬ ଟେଲିଫୋନ୍‌ ଭବନ ମେଳାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ରାମଦୋଳିରେ ବସିଥିବା ଗୋଟିଏ ପରିବାରର ୩ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁସାରେ ପରିବାରର ସ୍ବାମୀ, ସ୍ତ୍ରୀ ଏବଂ ୧୨ ବର୍ଷର ଝିଅ ଦୁର୍ଗାପୂଜା ମେଳା ଦେଖି ବାହାରିଥିଲେ। ସନ୍ଧ୍ୟାରେ ଟେଲିଫୋନ୍‌ ଭବନରେ ମିଆଁମାର ବୁଦ୍ଧ ମନ୍ଦିର ତୋରଣ ଦେଖିଥିଲେ। ତାପରେ ମାଆଙ୍କ ଦର୍ଶନ କରିବା ପରେ ମେଳା ବୁଲା ଆରମ୍ଭ କରିଥିଲେ। ମଣ୍ଡପ ପାଖରେ ଥିବା ରାମଦୋଳି ବସିବାକୁ ଝିଅ ଜିଦ୍‌ କରିବାରୁ ସମସ୍ତେ ଟିକେଟ୍‌ କାଟି ବସିବାକୁ ଯାଇଥିଲେ। ଭିଡ଼ ଥିବାରୁ ଟିକେ ବିଳମ୍ବ​ରେ ବସିବାକୁ ମିଳିଥିଲା। ତେବେ ଦୋଳିରୁ ତ୍ରୁଟି ଥିବାରୁ ସେମା​ନେ ବସିଥିବା ଦୋଳିଟି ହଠାତ୍‌ ଜୋ​ରରେ ହଲିବାକୁ ଲଗିଲା। ​ଦୋଳିରେ ବସିଥିବା ୩ ଜଣ ଦୋଳିରୁ ପଡ଼ିଯାଇଥିଲେ।

ରାଉରକେଲାରେ ଚଳିତବର୍ଷ ସହରରେ ମୋଟ୍‌ ୧୦୮ଟି ସ୍ଥାନରେ ଧୂମ୍‌ଧାମ୍‌ରେ ପୂଜା ଆୟୋଜନ କରାଯାଉଛି। ଏଥିରୁ କେନ୍ଦ୍ରୀୟ ପୂଜା କମିଟି ଅନ୍ତର୍ଗତ ଅଞ୍ଚଳ, ଯଥା-ଇସ୍ପାତ ସହରାଞ୍ଚଳରେ ସର୍ବାଧିକ ୪୯ଟି ସ୍ଥାନରେ ପୂଜା କରାଯାଉଥିବାବେଳେ ସିଭିଲ୍‌ ଟାଉନସିପ୍‌ରେ ୩୬ ଓ ଫର୍ଟିଲାଇଜର ଟାଉନସିପ୍‌ରେ ୧୩ଟି ସ୍ଥାନରେ ପୂଜା କରାଯାଉଛି।

rkl

ପ୍ରତିବର୍ଷଭଳି ଏଥର ମଧ୍ୟ ବିଭିନ୍ନ ପୂଜା କମିଟି ପକ୍ଷରୁ ଆକର୍ଷଣୀୟ ମଣ୍ଡପ, ତୋରଣ ନିର୍ମାଣ କରାଯାଉଛି। ବିଭିନ୍ନ କମିଟି ପକ୍ଷରୁ ମା’ ଦୁର୍ଗାଙ୍କ କ୍ଲାସିକାଲ୍‌ ଓ ଓରିଏଣ୍ଟାଲ ମୂର୍ତ୍ତିକୁ ପୂଜା କରାଯାଉଛି। ସେକ୍ଟର-୨ ପୂଜା କମିଟି ପକ୍ଷରୁ ‘ପ୍ରେମମନ୍ଦିର’ ସଦୃଶ ମଣ୍ଡପ ନିର୍ମାଣ କରାଯାଇଥିବାବେଳେ ସେକ୍ଟର-୧(ପୁରୁଣା)ରେ ‘ଇସ୍କନ ମାୟାପୁରୀ ମଣ୍ଡପ’, ସେକ୍ଟର-୪ରେ ‘ଇସ୍କନ ମନ୍ଦିର ୟୁଗୋସ୍ଲାଭିଆ’, ସେକ୍ଟର-୧୬ର ‘ଦ୍ବାରିକାପୁରୀ’, ସେକ୍ଟର-୧୦ ‘ରାମରାଜ ମନ୍ଦିର’, ସେକ୍ଟର-୭ ‘ଲଳିତା ମହଲ’, ସେକ୍ଟର-୨୦ ଡି’ ବ୍ଲକ ଆଲବର୍ଟ ହଲ୍‌ ମ୍ୟୁଜିୟମ’, ସେକ୍ଟର-୨୦ ଏବିସି ବ୍ଲକରେ ‘ଡାକୋଟା ବିମାନ’, ଗଜପତି ମାର୍କେଟ୍‌ ‘ପୁରୀ ଶ୍ରୀଜଗନ୍ନାଥ ମନ୍ଦିର’, ଟେଲିଫୋନ ଭବନରେ ‘ବୁଦ୍ଧମନ୍ଦିର ମିୟାଁମାର’, ସେକ୍ଟର-୮ ତୋଫାନ ମହଲ, ଇସ୍ପାତ ମାର୍କେଟ୍‌ରେ ‘ସିଂହ ମୁଖ’, ବାସନ୍ତୀକଲୋନି ହିଲ୍‌ଟପ୍‌ରେ ‘ଇଣ୍ଡିଆ ଗେଟ୍‌’, ଲେବର୍‌ ଟେନାମେଣ୍ଟ୍‌ରେ ‘ଶାନ୍ତିସ୍ତୁପ ଧଉଳିଗିରି’, ସେକ୍ଟର-୧୮ରେ ‘ସୁପ୍ରିମକୋର୍ଟ’, ସେକ୍ଟର-୧୪ ‘ପ୍ରଜାପତି’, ଏନ୍‌ଆଇଟି ବ୍ୟାକ୍‌ପୋଷ୍ଟ୍‌ ଦଲପୋଷ ପୂଜା କମିଟି ପକ୍ଷରୁ ଚିତ୍ତାକର୍ଷକ ମଣ୍ଡପ ନିର୍ମାଣ କରାଯାଇଛି। ଏତଦ୍‌ବ୍ୟତୀତ ସବୁ ମଣ୍ଡପରେ ଅତ୍ୟାଧୁନିକ ଆଲୋକ ବ୍ୟବସ୍ଥା କରାଯାଇଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe