ଗଛରେ ପିଟି ହେଲା ଆଇସକ୍ରିମ୍‌ ଗାଡି, ଚାଳକଙ୍କ ସମେତ ତିନି ଗୁରୁତର

ନବରଂଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଧନପୁର ଗ୍ରାମ ନିକଟରେ ଏକ ଆଇସକ୍ରିମ୍‌ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହେବା ଯୋଗୁଁ ଚାଳକଙ୍କ ସମେତ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।

accident in Jharigaon

Accident in Jharigaon Photograph: (sambad.in)

ଝରିଗାଁ: ନବରଂଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଧନପୁର ଗ୍ରାମ ନିକଟରେ ଏକ ଆଇସକ୍ରିମ୍‌ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହେବା ଯୋଗୁଁ ଚାଳକଙ୍କ ସମେତ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଶୁଭଙ୍କର ହଲଦାର(୨୪), ରାଜୁ ବିଶ୍ୱାସ (୨୮) ଓ ମୁକେଶ ଗଲଦାର(୨୨)। 

ସୂଚନା ପ୍ରକାରେ ଝରିଗାଁ ଠାରେ ଚାଲିଥିବା ଠାକୁରାଣୀ ଯାତ୍ରାରେ ଆଇସକ୍ରିମ ବ୍ୟବସାୟ କରିବା ପାଇଁ ପଶ୍ଚିମବଙ୍ଗର ଉତ୍ତର ଚବିଶି ପରଗନା ଜିଲ୍ଲା ବାନଗାଁ ଗ୍ରାମର ଶୁଭଙ୍କର ହଲଦାର ଏବଂ ରାଜୁ ବିଶ୍ୱାସ ଆସିଥିଲେ। ଝରିଗାଁ ଠାରେ ଠାକୁରାଣୀ ଯାତ୍ରା ଶେଷ ହେବା ପରେ ଆଜି ରାଇଘର ବ୍ଲକ ଭାରଶୁଣ୍ଡି ମେଳାକୁ ଯାଇ ବ୍ୟବସାୟ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥି ପାଇଁ ଏକ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି ୦୮ପି ୩୬୬୭) ଯୋଗେ ଅପରାହ୍ନ ପ୍ରାୟ ୩ଟାରେ ଭାରଶୁଣ୍ଡି ଗ୍ରାମର ଗାଡ଼ି ଚାଳକ ମୁକେଶ ଗଲଦାରଙ୍କ ସହ ଶୁଭଙ୍କର ଏବଂ ରାଜୁ ଯାଉଥିଲେ।

ପଶ୍ଚିମବଙ୍ଗର ଉତ୍ତର ଚବିଶି ପରଗନା ଜିଲ୍ଲା ବାନଗାଁ ଗ୍ରାମର ଶୁଭଙ୍କର ହଲଦାର ଏବଂ ରାଜୁ ବିଶ୍ୱାସ ଝରିଗାଁ ଠାରେ ଠାକୁରାଣୀ ଯାତ୍ରା ଶେଷ ହେବା ପରେ ଆଜି ରାଇଘର ବ୍ଲକ ଭାରଶୁଣ୍ଡି ମେଳାକୁ ଯାଇ ବ୍ୟବସାୟ କରିବାକୁ ନିଷ୍ପତ୍ତି ନେଇଥିଲେ। ବାଟରେ ସେମାନେ ଦୁର୍ଘଟଣାର ଶିକାର ହୋଇଥିଲେ।

ମେଳାକୁ ଯିବା ବାଟରେ ଝରିଗାଁ-ଉମରକୋଟ ମୁଖ୍ୟ ରାସ୍ତାରେ ଥିବା ଧନପୁର ଗ୍ରାମ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତାକଡ଼ ଗଛରେ ପିଟି ହୋଇଥିଲା। ଫଳରେ ତିନି ଜଣ ଗାଡ଼ିରେ ଚାପି ହୋଇ ଯାଇଥିଲେ। ଦୁର୍ଘଟଣା ପରେ ଝରିଗାଁ ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ତେବେ ଗାଡି ଚାଳକ ମୁକେଶ ଏବଂ ଶୁଭଙ୍କରଙ୍କୁ ଉନ୍ନତ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠା ଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଝରିଗାଁ ଥାନା ଅଧିକାରୀ ପ୍ରଦୀପ କୁମାର ଶବର ସହ ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ଗାଡି ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି।

Accident | Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe