ଦିଗପହଣ୍ଡି: ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଆଜି ଅପରାହ୍‌ଣରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ୟାଙ୍କର ଧକ୍କାରେ ମାମୁଁ ଓ ତାଙ୍କର ୨ ଜଣ ଭାଣିଜୀଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।

Advertisment

ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଆଜି ଅପରାହ୍‌ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ୟାଙ୍କର ଭାରସାମ୍ୟ ହରାଇ ବୁଲେଟ୍‌ରେ ଯାଉଥିବା ୩ ଜଣଙ୍କୁ ଧକ୍କା ମାରିଛି। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। 

 

ସୂଚନା ଅନୁସାରେ ଗଂଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଜଣେ ବ୍ୟକ୍ତି ତାଙ୍କର ଦୁଇ ଭାଣିଜୀଙ୍କୁ ନେଇ ବ୍ରହ୍ମପୁର-ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଏକ ବୁଲେଟରେ ଯାଉଥିଲେ। ଦିଗପହଣ୍ଡି ଏନ୍‌ଏସି ନିକଟରେ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବୁଲେଟ୍‌ରେ ଯାଉଥିବା ତିନି ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରିବା ସହିତ ଅଭିଯୁକ୍ତ ଟ୍ୟାଙ୍କରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। 

ସୂଚନା: ଏହି ଖବରକୁ କ୍ରମାଗତ ଭାବେ ଅପଡେଟ୍ କରାଯାଉଛି। ଆମେ ଆମର ସମସ୍ତ ପାଠକଙ୍କୁ ଏହି ମୁହୂର୍ତ୍ତର ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ ଜାରି ରଖିଛୁ। ଆମେ ଆପଣଙ୍କ ପାଇଁ ସଦ୍ୟତମ ଖବର ତୁରନ୍ତ ଆଣିବାକୁ ପ୍ରତିଶ୍ରୁତିବଦ୍ଧ। ପ୍ରାଥମିକ ସୂଚନା ମାଧ୍ୟମରେ ଆମେ କ୍ରମାଗତ ଭାବରେ ଏହି ଖବର ଅପଡେଟ୍ କରୁଛୁ। ସଦ୍ୟତମ ଖବର ଏବଂ ଅପଡେଟ୍ ପାଇଁ sambad.in ସହିତ ରୁହନ୍ତୁ।

 Accident | ganjam