ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୩ ଜଣ ଯବାନ୍‌ ଆହତ

ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରିନପାରି ମୃତ୍ୟୁବରଣ ସହ ଲୁଚି ଛପି ପଳାୟନ କରୁଛନ୍ତି।

jawan injured

jawan injured Photograph: (Sambad )

ମାଲକାନଗିରି: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି। ନକ୍ସଲ ଯବାନଙ୍କ ଗୁଳିର ସାମ୍ନା କରିନପାରି ମୃତ୍ୟୁବରଣ ସହ ଲୁଚି ଛପି ପଳାୟନ କରୁଛନ୍ତି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ନକ୍ସଲ ଜଂଗଲର ବିଭିନ୍ନ ସ୍ଥାନରେ ଏବଂ ରାସ୍ତାରେ ଲ୍ୟାଣ୍ଡମାଇନ ଖଞ୍ଜି ପଛରୁ ଆକ୍ରମଣ କରୁଛନ୍ତି।

ଏହି କ୍ରମରେ ଆଜି ଜିଲ୍ଲା ପୁଲିସ ଏବଂ ୨୩୧ ସିଆରପିଏଫ ବାଟାଲିୟନର ଯବାନ କିରନ୍ଦୁଲ ଥାନା ଅନ୍ତର୍ଗତ ପୁରଙ୍ଗେଲ ଗ୍ରାମ ନିକଟସ୍ଥ ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ। ଯବାନଙ୍କୁ ଦେଖି ନକ୍ସଲ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ଏହି ବିସ୍ଫୋରଣରେ ୩ ଜଣ ଯବାନ ଆହତ ହୋଇଥିଲେ।

ଆହତ ଯବାନଙ୍କ ମଧ୍ୟରୁ ପ୍ରମୋଦ କୁମାରଙ୍କର ଗୋଡ ଓ ଦେହର ବହୁ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ତୁରନ୍ତ ତିନି ଆହତ ଯବାନଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ଯବାନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe