୧୩୬ବର୍ଷର ସରକାରୀ ଉପ୍ରା ବିଦ୍ୟାଳୟର ବିକଳ ଚିତ୍ର: ୮ଟି ଶ୍ରେଣୀକୁ ୩ ଶିକ୍ଷୟତ୍ରୀ

Advertisment

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାଯ୍ୟଳୟ ପରିସରରେ ଅଛି ବହୁ ପୁରାତନ ହାତୀହାଳ ସରକାରୀ ଉପ୍ରା ବିଦ୍ୟାଳୟ। ୧୮୮୯ ମସିହାରେ ପ୍ରତିଷ୍ଠିତ ଏହି ସର୍ବପୁରାତନ ବିଦ୍ୟାଳୟ ବର୍ତ୍ତମାନ ୧୩୬ବର୍ଷରେ ପାଦ ରଖିଛି।

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାଯ୍ୟଳୟ ପରିସରରେ ଅଛି ବହୁ ପୁରାତନ ହାତୀହାଳ ସରକାରୀ ଉପ୍ରା ବିଦ୍ୟାଳୟ। ୧୮୮୯ ମସିହାରେ ପ୍ରତିଷ୍ଠିତ ଏହି ସର୍ବପୁରାତନ ବିଦ୍ୟାଳୟ ବର୍ତ୍ତମାନ ୧୩୬ବର୍ଷରେ ପାଦ ରଖିଛି।

1002409377

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାଯ୍ୟଳୟ ପରିସରରେ ଅଛି ବହୁ ପୁରାତନ ହାତୀହାଳ ସରକାରୀ ଉପ୍ରା ବିଦ୍ୟାଳୟ। ୧୮୮୯ ମସିହାରେ ପ୍ରତିଷ୍ଠିତ ଏହି ସର୍ବପୁରାତନ ବିଦ୍ୟାଳୟ ବର୍ତ୍ତମାନ ୧୩୬ବର୍ଷରେ ପାଦ ରଖିଛି। ଏହି ସ୍କୁଲର ସ୍ଥିତି ଏବେ ଦୟନୀୟ। ପ୍ରଥମରୁ ଅଷ୍ଟମ ପଯ୍ୟନ୍ତ ୮ଟି ଶ୍ରେଣୀ ଥିବାବେଳେ ରହିଛନ୍ତି ତିନି ଶିକ୍ଷୟିତ୍ରୀ, ଯାହାକୁ ନେଇ ସମ୍ମିଳନୀରେ କ୍ଷୋଭ ପ୍ରକାଶ କରିଛନ୍ତି ଅଭିଭାବକ।

ଆଠଟି ଶ୍ରେଣୀରେ ୧୨୮ଜଣ ଛାତ୍ରଛାତ୍ରୀ ଅଧୟନ କରୁଥିବା ବେଳେ ଏତେ କମ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ କେମିତି ପାଠ ପଢ଼ା ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଅଭିଭାବକ। ଏହା ସହିତ ଏବେ ଶିଶୁ ବାଟିକା ବୋଝ ଉପରେ ଲଳିତା ବିଡ଼ା ସଦୃଶ୍ୟ ହୋଇଛି। ଶିଶୁବାଟୀକାକୁ ମିସେଇଲେ ନଅଟି ଶ୍ରେଣୀ ହେଉଛି। ଦୀର୍ଘ ବର୍ଷ ହେଲା ଆବଶ୍ୟକ ଶିକ୍ଷକ ପଦବି ପୂରଣ କରିବା ସହିତ ସ୍ଥାୟୀ ପ୍ରଧାନଶିକ୍ଷକ ପଦବି ପୂରଣ ପାଇଁ ଦାବି ହୋଇଛି ଆସୁଥିବା ବେଳେ ଗୁରୁତ୍ୱ ଦେଇନି ବିଭାଗ। ଫଳରେ ଦିନକୁ ଦିନ ସ୍କୁଲରେ ପିଲା କମିବାରେ  ଲାଗିଛି।

ସରକାର ଗୁଣାତ୍ମକ ଶିକ୍ଷା ପାଇଁ କୋଟିକୋଟି ଖର୍ଚ୍ଚ କରୁଥିବା ବେଳେ ଏହିଭଳି ଅବ୍ୟବସ୍ଥା ଯୋଗୁ ପ୍ରକୃତ ଲକ୍ଷ ପୂରଣ ହୋଇ ପାରୁ ନାହିଁ। ଘୁ.ଉଦୟଗିରି ସହରର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାଯ୍ୟଳୟ ପରିସରରେ ଥିବା ବିଦ୍ୟାଳୟର ଯଦି ଏହିଭଳି ଅବ୍ୟବସ୍ଥା ତାହାହେଲେ ଦୂର ଦୁରାନ୍ତରେ ଗାଁ ଗହଳିରେ କେମିତି ଶିକ୍ଷାଦାନ ହେଉଥିବ ତାହା ସହଜରେ ଅନୁମେୟ। ପ୍ରାଥମିକ ଶିକ୍ଷା ଛାତ୍ରଛାତ୍ରୀଙ୍କ ମୂଳଦୁଆ ହୋଇଥିବା ବେଳେ ଏହି ଭଳି ଶିକ୍ଷା ବ୍ୟବସ୍ଥା ମୂଳଦୁଆକୁ କେମିତି ମଜଭୂତ କରି ପାରିବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପିଲାମାନଙ୍କ ଭବିଷ୍ୟତ ସହିତ ଖେଳା ଯାଉଥିବା କହିଛନ୍ତି ଅଭିଭାବକ। ତେଣୁ ସରକାରୀ ସ୍କୁଲ ପ୍ରତି ଲୋକଙ୍କ ଭଲ ଧାରଣା ସହିତ ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ କରିବାକୁ ହେଲେ ଯୁଦ୍ଧ କାଳୀନ ଭିତିରେ  ଆବଶ୍ୟକ ଶିକ୍ଷକ ପଦବି ପୂରଣ କରାଗଲେ ପୂର୍ବ ଗୌରବ ଫେବିବା ସହିତ  ଶତାଧିକ ଛାତ୍ରଛାତ୍ରୀ ଉପକୃତ ହୋଇ ପାରିବେ ବୋଲି ଅଭିଭାବକମାନେ ମତବ୍ୟକ୍ତ କରିଛନ୍ତି।

Kandhamal | Education 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe