ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୩ ଗ୍ରାମବାସୀ ଗୁରୁତର; ଖଞ୍ଜିଥିଲେ ମାଓବାଦୀ

ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ମଦେଡ ଥାନା ଅନ୍ତର୍ଗତ ବନ୍ଦେପାରା ଅଂଚଳରେ ନକ୍ସଲ ଦ୍ବାରା ଲ୍ୟାଣ୍ଡମାଇନ ବିସ୍ଫୋରଣ ଫଳରେ ୩ ଜଣ ଗ୍ରାମବାସୀ ଗୁରୁତର ଆହତ ହୋଇଥିବା ଜଣାପଡିଛି।

Landmine blast

Landmine blast Photograph: (sambad.in )

ମାଲକାନଗିରି: ମାଓବାଦୀଙ୍କ ହିଂସା ପୁଣି ଦେଖିବାକୁ ମିଳିଛି। ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ମଦେଡ ଥାନା ଅନ୍ତର୍ଗତ ବନ୍ଦେପାରା ଅଂଚଳରେ ନକ୍ସଲ ଦ୍ବାରା ଲ୍ୟାଣ୍ଡମାଇନ ବିସ୍ଫୋରଣ ଫଳରେ ୩ ଜଣ ଗ୍ରାମବାସୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ଗ୍ରାମବାସୀମାନେ ହେଲେ ଏରାଗୁଫା ଗ୍ରାମର ଗୋଟେ ଜଗା(୪୫), ବିବେକ ଢୋଢି(୧୭) ଏବଂ ବଡ୍ଡେ ସୁନୀଲ(୨୦)।

ଗ୍ରାମବାସୀ କୌଣସି କାମ ଉଦେଶ୍ୟରେ ବନ୍ଦେପାରା ଅଂଚଳକୁ ଯାଉଥିଲେ। ଜଂଗଲ ରାସ୍ତାରେ ଯାଉଥିବା ବେଳେ ନକ୍ସଲ ଦ୍ବାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା।

ସୂଚନା ଅନୁସାରେ ଦାମ୍ପାୟା, ଏରାଗୁଫା ଅଂଚଳର ଗ୍ରାମବାସୀ କୌଣସି କାମ ଉଦେଶ୍ୟରେ ବନ୍ଦେପାରା ଅଂଚଳକୁ ଯାଉଥିଲେ। ଜଂଗଲ ରାସ୍ତାରେ ଯାଉଥିବା ବେଳେ ନକ୍ସଲ ଦ୍ବାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଏହି ଘଟଣା ଆଜି ସକାଳ ୮ଟା ସମୟରେ ଘଟିଥିଲା। ତୁରନ୍ତ ସ୍ଥାନୀୟ ଲୋକେ ଜଂଗଲକୁ ଯାଇ ତିନି ଗ୍ରାମବାସୀଙ୍କୁ ଉଦ୍ଧାର କରିଥିଲେ।ସମସ୍ତ ଆହତଙ୍କୁ ବିଜାପୁର ମେଡିକାଲକୁ ନେଇ ଚିକିତ୍ସା କରାଯାଉଥିବା ଜଣାପଡିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ସୂଚନାଯୋଗ୍ୟ, ମାଓଦମନକୁ ସଫଳ କରିବା ପାଇଁ ରାଜ୍ୟ ସରକାରଙ୍କ ସହଯୋଗରେ କେନ୍ଦ୍ର ସରକାର ବ୍ୟାପକ ପ୍ରସ୍ତୁତି କରିଛନ୍ତି। ୨୦୨୬ ସୁଦ୍ଧା ମାଓମାଦୀଙ୍କୁ ସଫା କରିବା ପାଇଁ ବଡ଼ଧରଣର ଅପରେସନ ଜାରି ରହିଛି। ଏହି କ୍ରମରେ ଗତ ୨୧ ତାରିଖ ଦିନ ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା, ନାରାୟଣପୁର ଏବଂ ବିଜାପୁର ପୁଲିସକୁ ବଡ ସଫଳତା ମିଳିଥିଲା। ନାରାୟଣପୁର ଜିଲ୍ଲାର ଆବୁଝମାଡ ଜଂଗଲରେ ହୋଇଥିବା ବଡ ଏନକାଉଣ୍ଟରରେ ୨୭ ଜଣ ମାଓବାଦୀ ନିପାତ ହୋଇଥିଲେ। ଏହି ଘଟଣାର ଦିନକ ପରେ ଗତ ୨୩ ବିଜାପୁର ପୁଲିସ ନିକଟରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ। ଏମାନଙ୍କ ମଧ୍ୟରୁ  ୨୦ ଜଣଙ୍କ ନାମରେ ୮୭ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ଏହି ୨୪ ମାଓବାଦୀଙ୍କ ମଧ୍ୟରୁ ୭ ଜଣ ମହିଳା ମାଓବାଦୀ ରହିଛନ୍ତି। ତେଲେଙ୍ଗାନାରେ ୧୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେହିପରି ଜୀବନ ପ୍ରତି ବିପଦ ମନେ କରି ମାଓବାଦୀମାନେ ଶାନ୍ତିବାର୍ତ୍ତା ଲାଗି ବିକଳ ହେଉଛନ୍ତି। ସରକାରଙ୍କୁ ବାରମ୍ବାର ପ୍ରସ୍ତାବ ଦେଇ ବିଫଳ ହେବାପରେ ଏବେ ଚାପ କୌଶଳ ପ୍ରୟୋଗ କରିଛନ୍ତି। ଛତିଶଗଡ଼ର ଇନ୍ଦ୍ରାବତୀ ନଦୀ ତଟରେ ୧୦ ପଞ୍ଚାୟତର ଲୋକ ଏକାଠି ହୋଇ ଆଲୋଚନା କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି। 

maoists

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe