ଗଛରେ ପିଟିହୋଇ କାର ଦୁର୍ଘଟଣାଗ୍ରସ୍ତ: ଚିକିତ୍ସା ପାଇଁ ଯାଉଥିବା ଯୁବକଙ୍କ ଅଧବାଟରେ ମୃତ୍ୟୁ

ଡାଇନିଗୁଡ଼ା ଗ୍ରାମ ନିକଟରେ ରାସ୍ତାକଡ଼ରେ ଥିବା ଗଛରେ କାର ପିଟି ହେବା ଯୋଗୁଁ  ଘଟଣାସ୍ଥଳରେ ଦୁଇ ଭାଇଙ୍କ ମୃତ ହୋଇଥିବା ବେଳେ ସମ୍ପର୍କୀୟ ଭାଇଙ୍କୁ ଗୁରୁତର ଅବସ୍ଥାରେ ବିଶାଖାପାଟଣା ନେବା ସମୟରେ ରାସ୍ତାରେ ମୃତ୍ୟୁ ହୋଇଯାଇଛି

bb78a0f6-7756-46c7-bab2-def3cef6c876

ଝରିଗାଁ: ନବରଂଗପୁର ଜିଲ୍ଲା ଝରିଗାଁ ଥାନା ଅନ୍ତର୍ଗତ ଝରିଗାଁ-ଡ଼ାବୁଗାଁ ମୁଖ୍ୟରାସ୍ତାରେ ଥିବା ଡାଇନିଗୁଡ଼ା ଗ୍ରାମ ନିକଟରେ ରାସ୍ତାକଡ଼ରେ ଥିବା ଗଛରେ କାର ପିଟି ହେବା ଯୋଗୁଁ  ଘଟଣାସ୍ଥଳରେ ଦୁଇ ଭାଇଙ୍କ ମୃତ ହୋଇଥିବା ବେଳେ ସମ୍ପର୍କୀୟ ଭାଇଙ୍କୁ ଗୁରୁତର ଅବସ୍ଥାରେ ବିଶାଖାପାଟଣା ନେବା ସମୟରେ ରାସ୍ତାରେ ମୃତ୍ୟୁ ହୋଇଯାଇଛି। ଫଳରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି।

ସୂଚନା ପ୍ରକାରେ ଝରିଗାଁ ସିରାଗୁଡ଼ାସାହିର ଚମ୍ପକ ଲାଲ ଜୈନଙ୍କ ପୁଅ ସାଗର ଜୈନ(୨୧) ସ୍ୱର୍ଗତ ମହାବୀର ଜୈନଙ୍କ ପୁଅ ଅଙ୍କୁଶ ଜୈନ(୨୩) ଏବଂ ମନମୋହନ ଜୈନଙ୍କ ପୁଅ କ୍ରିସ ଜୈନ(୧୮) ଗତକାଲି ରାତ୍ର ପ୍ରାୟ ଦଶ ଘଣ୍ଟା ସମୟରେ ଏକ କାର୍‌ (ଓଡି ୦୨ ଏଇ ୮୦୭୩)ରେ କୌଣସି ଏକ କାମରେ ଫୁପୁଗାଁ ରାସ୍ତାରେ ଯାଉଥିଲେ। ଡାଇନିଗୁଡ଼ା ଗ୍ରାମ ନିକଟରେ ଗାଡ଼ି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ସାଗର ଜୈନ ଏବଂ ଅଙ୍କୁର ଜୈନଙ୍କ ମୃତ୍ୟୁ ହୋଇଥିବା ବେଳେ କ୍ରିସ ଜୈନ ଗୁରୁତର ଆହତ ହୋଇଥିଲେ।

ଦୁର୍ଘଟଣା ପରେ ଝରିଗାଁ ଥାନା ଅଧିକାରୀ ପ୍ରଦୀପ କୁମାର ଶବର ସହ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ତେବେ ସାଗର ଜୈନ ଏବଂ ଅଙ୍କୁଶ ଜୈନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ କ୍ରିସ ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଯୋଗୁଁ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା।

ବିଶାଖାପାଟଣା ଯିବା ସମୟରେ ରାସ୍ତାରେ କ୍ରିସ ଜୈନଙ୍କ ଦେହାନ୍ତ ହୋଇଯାଇଥିଲା।ଆଜି ସକାଳୁ ତିନି ଭାଇଙ୍କ ଶବ ବ୍ୟବଚ୍ଛେଦ ପରେ ଝରିଗାଁ ପୋଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ଝରିଗାଁ ଶ୍ୱସାନରେ ତିନି ଭାଇଙ୍କୁ ଏକା ସମୟରେ ଶେଷ କୃତ ସମ୍ପନ ହୋଇଥିଲା।ଖବର ପ୍ରସାର ହେବା ପରେ ଝରିଗାଁ ନିସ୍ତବ୍ଧ ହୋଇ ଯାଇଥିଲା।ପରିବାର,ସମ୍ପର୍କୀୟ ଏବଂ ଗ୍ରାମବାସୀଙ୍କ ଆଖିରୁ ଲୁହ ଝରି ପଡୁଥିଲା।

ଏଠାରେ ପ୍ରକାଶ ଯେ ସ୍ୱର୍ଗତ ମହାବୀର ଜୈନ, ଚମ୍ପକଲାଲ ଜୈନ ଏବଂ ମନମୋହନ ଜୈନଙ୍କ ପରିବାରରେ ଏକ ମାତ୍ର ପୁଅ ଥିବା ବେଳେ ଯବାନ ପୁଅ ମାନଙ୍କୁ ହରାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି।ଆଜି ଝରିଗାଁ ବ୍ଲକ ସଦର ମହକୁମା ଠାରେ ରଥଯାତ୍ରା ପାଳନ ହେଉଥିବା ବେଳେ ଦୁର୍ଘଟଣା ଖବର ପ୍ରସାର ହେବା ପରେ ଫିକା ପଡିଯାଇଥିଲା।

H2 tag not pre

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe