ମାଲକାନଗିରିରେ ଦିନସାରା ପ୍ରବଳ ଖରା; ସନ୍ଧ୍ୟାରେ ଘର ଭାଙ୍ଗିଲା କାଳବୈଶାଖୀ

ମାଲକାନଗିରିରେ ଦିନ ସାରା ଗରମରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ସଂଧ୍ୟାରେ କାଳବୈଶାଖୀର ପ୍ରଭାବରେ ଜିଲ୍ଲାର ବହୁ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ିପଡ଼ିଥିବା ବେଳେ ଲୋକଙ୍କ ଘରର ଛାତ ମଧ୍ୟ ଉଡ଼ିଯାଇଥିବା ଦେଖିବାକୁ ମିଳିଛି। 

ଅଦ୍ୟତନ ହୋଇଛି

ମାଲକାନଗିରି:କାଳବୈଶାଖୀର ପ୍ରଭାବ ମାଲକାନଗିରିରେ ଦେଖିବାକୁ ମିଳିଛି। ଦିନ ସାରା ଗରମରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ସଂଧ୍ୟାରେ କାଳବୈଶାଖୀର ପ୍ରଭାବରେ ଜିଲ୍ଲାର ବହୁ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ିପଡ଼ିଥିବା ବେଳେ  ଲୋକଙ୍କ ଘରର ଛାତ ମଧ୍ୟ ଉଡ଼ିଯାଇଥିବା ଦେଖିବାକୁ ମିଳିଛି। 

ତେବେ ଜିଲ୍ଲାର ମାଥିଲି, ଗୋବିନ୍ଦପାଲ୍ଲୀ, ଖଇରପୁଟ ସମେତ ମାଲକାନଗିରି ସହରର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। କ୍ଷୀପ୍ର ଗତିରେ ପବନ ବୋହିବା ସହ କୁଆପଥର ବର୍ଷା ହେଉଛି। ମାଲକାନଗିରି ସଦର ମହକୁମାର ଆର୍ଶୀବାଦ କଲୋନିରେ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରୁ ଚିତ୍ତରଂଜନ କୋଲାର, ଲଛି ଡୁଡ଼ି, ମହେନ୍ଦ୍ର ନାୟକ, ଆଇତେ ମାଢ଼ିଙ୍କ ଘରର ଛାତ ଉଡିଯାଇଥିବାରୁ ବହୁ ହଇରାଣ ହେଉଥିବା ଦେଖିବାକୁ ମିଳିଛି। ତୁରନ୍ତ ପ୍ରଶାସନ ତରଫରୁ ଏମାନଙ୍କୁ ସହଯୋଗ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଏବଂ ଏହି ଆତ୍ମସମର୍ପଣ ନକ୍ସଲମାନେ ଦାବି କରିଛନ୍ତି।

publive-image

ଅନ୍ୟଦିଗରେ ମାଥିଲିର ମହୁପଦର ଅଂଚଳରେ ମଧ୍ୟ ବହୁ ଗଛ ଭାଙ୍ଗିବା ସହ ଘରର ଛାତ ଉଡ଼ଯାଇଥିବା ଦେଖିବାକୁ ମିଳିଛି। ଫଳରେ କିଛି ସ୍ଥାନରେ ରାସ୍ତାଗୁଡ଼ିକ କୃତ୍ରିମ ଅବରୋଧ ଦେଖାଯାଇଛି। 

Malkangiri | Thunder storm 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe