କାଳବୈଶାଖୀ ଉପାଡ଼ିଲା ଗଛ: ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଅବରୋଧ

ବୌଦ୍ଧ ଜିଲ୍ଲା ବାଉଁଶୁଣି ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ଝଡ଼ତୋଫାନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବହୁ ସ୍ଥାନରେ ଗଛ ଭାଙ୍ଗିଯାଇ ରାସ୍ତା ଅବରୋଧ ହୋଇଛି।

ବାଉଁଶୁଣି: ବୌଦ୍ଧ ଜିଲ୍ଲା ବାଉଁଶୁଣି ଅଞ୍ଚଳରେ ଶନିବାର ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ ଝଡ଼ତୋଫାନ ହୋଇ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବହୁ ସ୍ଥାନରେ ଗଛ ଭାଙ୍ଗିଯାଇ ରାସ୍ତା ଅବରୋଧ ହୋଇଛି। ଫଳରେ ବାଉଁଶୁଣିରୁ ମନମୁଣ୍ଡାକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଏଥିଯୋଗୁଁ ରାସ୍ତାର ଉଭୟ ପଟେ ଶହଶହ ସଂଖ୍ୟାରେ ଗାଡିମଟର ରାଜପଥ ଉପରେ ଅଟକି ରହିଛି। ଏହାଛଡା  ପବନରେ ବହୁଲୋକଙ୍କ ଘରର ଛପର ଉଡାଇ ନେଇଥିବା ବେଳେ ଏନେଇ ସବିଶେଷ ବିବରଣୀ ମିଳିପାରି ନାହିଁ। 

କାଳବୈଶାଖୀ ଯୋଗୁଁ ବୌଦ୍ଧ ଜିଲ୍ଲାରୁ ବାଉଁଶୁଣିରୁ ମନମୁଣ୍ଡାକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଏଥିଯୋଗୁଁ ରାସ୍ତାର ଉଭୟ ପଟେ ଶହଶହ ସଂଖ୍ୟାରେ ଗାଡିମଟର ରାଜପଥ ଉପରେ ଅଟକି ରହିଛି।

publive-image

ଖବର ପାଇ ବାଉଁଶୁଣି ଦମକଳ ବାହିନୀ ପହଞ୍ଚି ସ୍କୁଲ ସମ୍ମୁଖରେ ଭାଙ୍ଗି ଯାଇ ରାସ୍ତା ଉପରେ ପଡି ଥିବା ଗଛକୁ କାଟିବା ସହିତ ରାସ୍ତା ସଫା କରିଛନ୍ତି। ଅନ୍ୟପକ୍ଷରେ ରାଜପଥର ଅନ୍ୟ କେଉଁ କେଉଁ ସ୍ଥାନରେ ଗଛ ଭାଙ୍ଗିଛି ସେନେଇ ସବିଶେଷ ବିବରଣୀ ମିଳିପାରି ନାହିଁ। ଝଡ଼ତୋଫାନ ଯୋଗୁଁ ବିଦ୍ୟୁତ ଯୋଗାଣ ବ୍ୟାହତ ହୋଇଥିବାରୁ ସମ୍ପୂର୍ଣ୍ଣ ବାଉଁଶୁଣି ଅଞ୍ଚଳ ଅନ୍ଧାରରେ ରହିଛି।

Thunder storm | IMD

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe