କାଳବୈଶାଖୀର ତାଣ୍ଡବ: ବ୍ୟବସାୟ ପରିସରରେ ପାଣି ଭର୍ତ୍ତି, ଲୋକେ ହନ୍ତସନ୍ତ

ରାଜ୍ୟବ୍ୟାପି କାଳବୈଶାଖୀ ତାଣ୍ଡବ ରଚିଛି।  ଆଜି ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହରରେ ଦୀର୍ଘ ସମୟ ପ୍ରବଳ ବର୍ଷା ହେବା ଫଳରେ ସହରର ଭଞ୍ଜ ମାର୍କେଟ ଭିତରେ ଆଣ୍ଠୁଏ ପାଣି ଭରି ହୋଇରହିଥିଲା।

Rain in Kandhamal

Rain in Kandhamal Photograph: (sambad.in)

ଘୁ.ଉଦୟଗିରି: ରାଜ୍ୟବ୍ୟାପି କାଳବୈଶାଖୀ ତାଣ୍ଡବ ରଚିଛି।  ଆଜି ସନ୍ଧ୍ୟାରେ କାଳବୈଶାଖୀ ପ୍ରଭାବରେ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହରରେ ଦୀର୍ଘ ସମୟ ପ୍ରବଳ ବର୍ଷା ହେବା ଫଳରେ ସହରର ଭଞ୍ଜ ମାର୍କେଟ ଭିତରେ ଆଣ୍ଠୁଏ ପାଣି ଭରି ହୋଇରହିଥିଲା। ମାର୍କେଟ କମ୍ପ୍ଲେକ୍ସ ଭିତରେ ଥିବା କିଛି ଦୋକାନରେ ପାଣି ପଶି ବ୍ୟାପକ ସାମଗ୍ରୀ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି।

ଭଞ୍ଜ ମାର୍କେଟ ପରିସରରେ ଥିବା ପ୍ରଦୀପ ଏଣ୍ଟରପ୍ରାଇଜର୍ସ ଭିତରେ ବର୍ଷା ଜଳ ପସି ଦୋକାନରେ ଥିବା ଫ୍ରିଜ, ଇନଭଟର ବ୍ୟାଟେରି ଭଳି ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଯାଇଥିବା ଦୋକାନର ମାଲିକ ପ୍ରଦୀପ ସାହୁ କହିଛନ୍ତି। ଏନଏସି କର୍ତ୍ତୃପକ୍ଷଙ୍କ ବେପରୁଆ କାର୍ଯ୍ୟ ଭୁଲ ଡ୍ରେନ୍‌ ବ୍ୟବସ୍ଥା ଯୋଗୁଁ ଏହିଭଳି ସମସ୍ୟା ଉପୁଜିଥିବା ସେ କହିଛନ୍ତି।

କାଳବୈଶାଖୀ ପ୍ରଭାବରେ ହୋଇଥିବା ବର୍ଷା କାରଣରୁ ତାତିରେ ବ୍ରେକ୍‌ ଲଗିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆହୁରି ଦୁଇ ଦିନ ପ୍ରବଳ ବର୍ଷା ହୋଇପାରେ। ପାଣିପାଗ ବିଭାଗ ବଙ୍ଗୋପସାଗରରୁ ଆସୁଥିବା ଆର୍ଦ୍ର ବାୟୁ, ପଶ୍ଚିମା ଦିଗରୁ ଆସୁଥିବା ଶୁଷ୍କ ବାୟୁର ସମ୍ମିଶ୍ରଣ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ କୁଆପଥର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି। ଆସନ୍ତା ୨୪ ଘଣ୍ଟା ପାଇଁ ଜଗତ୍‌ସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ଼କୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। କୁଆପଥର ସହ ବିଜୁଳି ଘଡଘଡି ବର୍ଷା ହେବ। ଏହାସହ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝରକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷାକୁ ନଜରରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି। 

ବ୍ରହ୍ମପୁରରେ ରୋଗୀ ସେବା ବାଧାପ୍ରାପ୍ତ

ବ୍ରହ୍ମପୁରରେ ପ୍ରବଳ ବର୍ଷା ହୋଇଛି। ଏମ୍‌କେସିଜି ମେଡିକାଲରେ ପାଣି ପଶିଛି। ଏଠାରେ ଟିକେଟ୍‌ କାଉଣ୍ଟରରେ ବର୍ଷାପାଣି ପଶିଥିବା ଯୋଗୁଁ କାର୍ଯ୍ୟ ବନ୍ଦ ରହିଛି। କାମ ବନ୍ଦ ହୋଇପଡ଼ିବା ଯୋଗୁଁ ରୋଗୀ ଓ ସମ୍ପର୍କୀୟ ହନ୍ତସନ୍ତ ହୋଇଥିବା ଦେଖିବାକୁ ମିଳିଛି। ଏପରିକି କାଉଣ୍ଟରରେ ପାଣି ଜମିବା ପରେ କିଛି ଲୋକ ପାଣିରେ ଡଙ୍ଗା ଭସାଇଛନ୍ତି। ମେଡିକାଲର ଆଉଟଡୋରର ଅନେକ ୱାର୍ଡରେ ମଧ୍ୟ ବର୍ଷା ପାଣି ପ୍ରବେଶ କରିବା ଦ୍ବାରା ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ସେପଟେ ସହର ସାରା ପ୍ରବଳ ବର୍ଷାରେ ବଡ଼ ବଡ଼ ଗଛ ସବୁ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। 

Kandhamal | IMD | Thunder storm

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe