Thunder storm in G Udayagiri Photograph: (sambad.in)
ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଗତ ରାତିରେ ପ୍ରବଳ ପବନ ବହିବା ସହ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିବା ବେଳେ ଲୋକ ତାତିରୁ ମୁକ୍ତି ପାଇଛନ୍ତି।
ପ୍ରବଳ ପବନ ବହିବା ଫଳରେ ସ୍ଥାନୀୟ ଏନଏସି ର ୧ନଂ ୱାର୍ଡ କଳିଙ୍ଗା ଘୁ.ଉଦୟଗିରି ମୁଖ୍ୟ ସଦରରେ ସ୍ୱାଗତଂ ଲେଖା ଥିବା ଲୁହାରେ ନିର୍ମିତ ତୋରଣଟି ଉପୁଡ଼ି ପଡ଼ି କିଛି ଦୂରରେ ପଡିଥିବା ଦେଖିବାକୁ ମିଳିଛି।
ଖବର ପାଇ ଏନଏସି ନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଛି।
ରାଜ୍ୟରେ କିଛି ଦିନ ହେଲା କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳୁଛି। ଏହି କ୍ରମରେ ଗତକାଲି ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସହିତ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି। କାଳବୈଶାଖୀ ଯୋଗୁଁ କିଛି ସ୍ଥାନରେ ଅଘଟଣ ଘଟିଛି। ବଜ୍ରପାତରେ ଜୀବନ ମଧ୍ୟ ଯାଇଛି।
Kandhamal
Follow Us