କାଳବୈଶାଖୀ ବର୍ଷାରେ ପରବ ପଡ଼ିଆ ଧୋଇଗଲା

Advertisment

ସର୍ବଭାରତୀୟ ଲୋକ ମହୋତ୍ସବ ପରବ ପାଳନ ପାଇଁ ନିଜସ୍ବ ପଡିଆ ନଥିଲା। ପ୍ରତି ବର୍ଷ ଏହି ଉତ୍ସବ ପାଳନ ପାଇଁ ପଡିଆ ଖୋଜିବାକୁ ପଡୁଥିଲା। ଦୀର୍ଘ ୨୮ବର୍ଷ ପରେ ରଙ୍ଗବାଲିକୁମ୍ଭାରେ ୨୫ଏକରର ସ୍ଥାୟୀ ପଡ଼ିଆ ଖୋଜିଥିଲା ଜିଲ୍ଲାପ୍ରଶାସନ। 

ସର୍ବଭାରତୀୟ ଲୋକ ମହୋତ୍ସବ ପରବ ପାଳନ ପାଇଁ ନିଜସ୍ବ ପଡିଆ ନଥିଲା। ପ୍ରତି ବର୍ଷ ଏହି ଉତ୍ସବ ପାଳନ ପାଇଁ ପଡିଆ ଖୋଜିବାକୁ ପଡୁଥିଲା। ଦୀର୍ଘ ୨୮ବର୍ଷ ପରେ ରଙ୍ଗବାଲିକୁମ୍ଭାରେ ୨୫ଏକରର ସ୍ଥାୟୀ ପଡ଼ିଆ ଖୋଜିଥିଲା ଜିଲ୍ଲାପ୍ରଶାସନ। 

କୋରାପୁଟ: ସର୍ବଭାରତୀୟ ଲୋକ ମହୋତ୍ସବ ପରବ ପାଳନ ପାଇଁ ନିଜସ୍ବ ପଡିଆ ନଥିଲା। ପ୍ରତି ବର୍ଷ ଏହି ଉତ୍ସବ ପାଳନ ପାଇଁ ପଡିଆ ଖୋଜିବାକୁ ପଡୁଥିଲା। ଦୀର୍ଘ ୨୮ବର୍ଷ ପରେ ରଙ୍ଗବାଲିକୁମ୍ଭାରେ ୨୫ଏକରର ସ୍ଥାୟୀ ପଡ଼ିଆ ଖୋଜିଥିଲା ଜିଲ୍ଲାପ୍ରଶାସନ। 
ଗତ ଡିସେମ୍ବର ୧୪ରୁ ୧୮ତାରିଖ ୫ଦିନ ଏହି ପଡିଆରେ ହିଁ ପରବ ମହୋତ୍ସବ ପାଳନ କରାଯାଇଥିଲା। ୫ଦିନ ଉତ୍ସବ ଦେଖିବାକୁ ଲକ୍ଷ ଲକ୍ଷ ଲୋକେ ଆସି ଦେଖିକି ଯାଇଥିଲେ। ଜିଲ୍ଲା ପ୍ରଶାସନକୁ ବାହାବା ଦେଇଥିଲେ। ତେବେ  ପରବ ସରିବା ପରେ ଜିଲ୍ଲାପ୍ରଶାସନ ପଡିଆର ପୁନଃରୁଦ୍ଧାର କଥା ଭୁଲିଯାଇଛି। ଗତ କିଛି ଦିନର କାଳବୈଶାଖୀ ବର୍ଷା‌ରେ ପଡିଆ ଧୋଇ ହୋଇ  ମାଟି ପଡିଆରୁ ବାହାରକୁ ପଳାଇ ଗଲାଣି। 

୧୯୯୫ମସିହାରେ ଡଙ୍ଗର ନାଁରେ ଆରମ୍ଭ ‌ହୋଇଥିବା ଜିଲ୍ଲାସ୍ତରୀୟ ମହୋତ୍ସବ ୧୯୯୬ରେ ପରବ ନାଁରେ ନାମିତ ହୋଇଥିଲା। କେତେବେଳେ ନିଶାଣିମୁଣ୍ଡା, ଆଦିବାସୀ ସଂଗ୍ରହଳାୟ, କେସିଏଚ୍ ମଣ୍ଡପ, ହକି ପଡ଼ିଆ, ପୁଲିସ ପ୍ୟାରେଡ୍ ପଡିଆ, ସରକାରୀ ମହାବିଦ୍ୟାଳୟ ଆଦି ସ୍ଥାନରେ ଅସ୍ଥାୟୀ ଭାବେ କରାଯାଉଥିବା ପଡିଆ ଏଥରକ ନିଜ ନାଁରେ ଥିବା ରଙ୍ଗବାଲି କୁମ୍ଭା ପଡିଆରେ ମହୋତ୍ସବ ପାଳନ କରାଯାଇଥିଲା।

publive-image

୨୫ଏକରର ପଡିଆ ଏବଂ ପାର୍ଶ୍ବରେ ଥିବା ପାହାଡ ଆଦିକୁ କାଟି ଦେଢ଼ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଶହ ଶହ ଟ୍ରକର ରଙ୍ଗ ମାଟି ପକା ଯାଇ ପଡିଆକୁ ସମତୁଲ କରାଯାଇଥିଲା।  ବିଦ୍ୟୁତ ଟ୍ରାନସଫରମର ସ୍ଥାପନ କରାଯାଇଥିଲା। ଏହା ସହ ପଡିଆ ପାର୍ଶ୍ବରେ ମନ୍ଦିର ବି ସ୍ଥାପନ କରାଯାଇଥିଲା। ଏବେ ପୁଣି ପଡିଆର ପୁନଃରୁଦ୍ଧାର ସହ ପାର୍ଶ୍ବ ପାହାଡକୁ ସଜାଡିବା ଯୋଜନା ଜିଲ୍ଲାପ୍ରଶାସନ କରିଛି।

ତେବେ ଜିଲ୍ଲାପ୍ରଶାସନ କରିଥିବା ଯୋଜନା କାଗଜକଲମ ମଧ୍ୟରେ  ରହିଯାଇଛି। ଅପରପକ୍ଷରେ ଗତ କିଛି ଦିନର କାଳବୈଶାଖୀ ବର୍ଷାରେ ପରବ ପଡିଆର ମାଟି ଧୋଇ ହୋଇଯାଇଛି। ଏପରିକି ବିଦ୍ୟୁତ ଖୁଣ୍ଟ ପାର୍ଶ୍ବ ମାଟି ଧୋଇ ହେବା ଫଳରେ ଖୁଣ୍ଟ ଗୁଡିକ ବି ବଙ୍କେଇ ଗଲାଣି। ଏହାରି ମଧ୍ୟରେ ଜିଲ୍ଲାସ୍ତରୀୟ ୪ଟି କାର୍ଯ୍ୟକ୍ରମରୁ ୩ଟି ପୁଲିସ ପଡିଆ ଓ ଗୋଟିଏ ଓଏମପି ପୁଲିସ ପଡିଆରେ ଆୟୋଜନ କରାଯାଇଛି।

ଜିଲ୍ଲାପ୍ରଶାସନର ନିଜସ୍ବ ଏତେ ବଡ ପଡିଆ ରହି ଏହାକୁ ବ୍ୟବହାର କରା ଯାଉନି। ଅପରପକ୍ଷରେ ସଂଧ୍ୟା ନଇଁବା ମାତ୍ରକେ ଅସାମଜିକ ବ୍ୟକ୍ତି ମାନେ ଆଡ୍ଡା ଜମାଇ ମଦ ପିଇବା ସହ ଅସାମାଜିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଥିବା ରଙ୍ଗବାଲିକୁମ୍ଭା ଗ୍ରାମବାସୀ ମାନେ କହିଛନ୍ତି। ସକାଳୁ ଏହି ପଡିଆକୁ ମର୍ଣ୍ଣିଂ ୱାକରେ ଆସୁଥିବା ସହରର ବହୁ ବୁଦ୍ଧିଜୀବୀ ପଡିଆର ସୁରକ୍ଷା ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଓ ଜମି ମାଫିଆଙ୍କ ଲେଲୁପ ଦୃଷ୍ଟିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଜିଲ୍ଲାପ୍ରଶାସନ ପରବ ମହୋତ୍ସବ ପାଳନ ବେଳେ ଯେଭଳି ଦିନ ରାତି ଏକ କର ପଡିଆକୁ ସଜାଇଥିଲେ। ଠିକ ସେହିପରି ଏବେ ପଡିଆର ପୁନଃରୁଦ୍ଧାର ଓପ୍ରଶସ୍ତିକରଣ ପାଇଁ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତି କରିବାକୁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। 

Koraput

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe