ପାଣିପାଗ: ଭୁବନେଶ୍ବରରେ ବର୍ଷା, ୪ଟି ଜିଲ୍ଲାରେ କାଳବୈଶାଖୀର ପ୍ରଭାବ ଜାରି

ରାଜ୍ୟର ଅନେକ ସ୍ଥାନରେ ଆଜି ଅପରାହ୍‌ଣରେ ମଧ୍ୟ କାଳବୈଶାଖୀ ଯୋଗୁଁ ଘଡ଼ଘଡ଼ି ସହିତ ବର୍ଷା ଏବଂ ଜୋର୍‌ରେ ପବନ ବହିଛି। କନ୍ଧମାଳ, ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାରେ ବିପଦଜନକ କାଳବୈଶାଖୀ ପ୍ରଭାବ ଲାଗିରହିଛି।

ଅଦ୍ୟତନ ହୋଇଛି
thunder storm

thunder storm Photograph: (sambad.in)

ଭୁବନେଶ୍ବର: ରାଜ୍ୟର ଅନେକ ସ୍ଥାନରେ ଆଜି ଅପରାହ୍‌ଣରେ ମଧ୍ୟ କାଳବୈଶାଖୀ ଯୋଗୁଁ ଘଡ଼ଘଡ଼ି ସହିତ ବର୍ଷା ଏବଂ ଜୋର୍‌ରେ ପବନ ବହିଛି। କନ୍ଧମାଳ, ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲାରେ ବିପଦଜନକ କାଳବୈଶାଖୀ ପ୍ରଭାବ ଲାଗିରହିଛି। ସେହିପରି ବାଲେଶ୍ବର ଜିଲ୍ଲା ସିମୁଳିଆ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳୁଛି। ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏନେଇ ନିଜର ସୋସିଆଲ ମିଡିଆ ଅକାଉଣ୍ଟରେ ସୂଚନା ପ୍ରଦାନ କରିଛନ୍ତି। ରାଜଧାନୀ ଭୁବନେଶ୍ବରରେ ଅନେକ ସ୍ଥାନରେ କାଳବୈଶାଖୀ ଯୋଗୁଁ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଛି। ପଟିଆ, ମଞ୍ଚେଶ୍ବର, ରସୁଲଗଡ଼ ଅଞ୍ଚଳରେ ବର୍ଷା ହୋଇଛି। 

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅଜି ୫ଟି ଜିଲ୍ଲାକୁ ଅରେଞ୍ଜ ଓ ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟମାଲକାନଗିରି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲ୍ଲାରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ। ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ନୂଆପଡ଼ା, କଳାହାଣ୍ଡିନବରଙ୍ଗପୁର ଜିଲ୍ଲାରେ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ୮ଟି ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅଜି ୫ଟି ଜିଲ୍ଲାକୁ ଅରେଞ୍ଜ ଓ ୮ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁଁ ବଜ୍ରାଘାତ ଘଟିଥିଲା। ଏଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିରୁ କୋରାପୁଟରେ ୩ ଜଣ ମହିଳାଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଥିଲଶ। ଯାଜପୁର ଜିଲ୍ଲା ଧର୍ମଶାଳାରେ ୨ଜଣ ନାବାଳକ ପ୍ରାଣ ହରାଇଥିଲେ। ସେହିପରି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓ ଗଁଦିଆ ବ୍ଲକରେ ୨ ଜଣଙ୍କର ଜୀବନ ଯାଇଥିଲା। ବାଲେଶ୍ୱର ଜିଲ୍ଲା ସୋରରେ ଜଣେ ଶ୍ରମିକ ବଜ୍ରପାତରେ ଟଳି ପଡ଼ିଥିଲେ। ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଓ ବେଲଗୁଣ୍ଠାରେ ୨ ଜଣ, କଟକ  ଜିଲ୍ଲା ନରସିଂହପୁରରେ ଜଣେ ନାବାଳକଙ୍କର ବଜ୍ରାଘାତରେ ମୃତ୍ୟୁ ଘଟିଥିଲା। ରାଉରକେଲାରେ ବଜ୍ରପାତରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଥିଲା। 

Thunder storm | IMD

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe