ପାଣିପାଗ ବିଭାଗର ଚେତାବନୀ: ୭ ଜିଲ୍ଲାରେ ହୋଇପାରେ କାଳବୈଶାଖୀ

Advertisment

ରାଜ୍ୟର ୭ଟି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସୁନ୍ଦରଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ କାଳବୈଶାଖୀ ହୋଇପାରେ।

Updated On

ଅଦ୍ୟତନ ହୋଇଛି
Thunderstorm warning issued for 7 districts

Thunderstorm warning issued for 7 districts Photograph: (sambad.in)

ଭୁବନେଶ୍ବର: ଆଗାମୀ କିଛି ଘଣ୍ଟା ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସୁନ୍ଦରଗଡ଼, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ କାଳବୈଶାଖୀ ହୋଇପାରେ। ଏହି ସମୟରେ ପବନର ବେଗ ବଢ଼ିପାରେ। ସେହିପରି ଘଡ଼ଘଡ଼ି ସହିତ ମଧ୍ୟମଧରଣର ବର୍ଷା ମଧ୍ୟ ହୋଇପାରେ। 

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୬ ତାରିଖ ଯାଏଁ କାଳବୈଶାଖୀ ହୋଇପାରେ। ଅର୍ଥାତ ରାଜ୍ୟରେ ୩ ଦିନ ବର୍ଷା ସମ୍ଭାବନା ରହିଛି। ୨୪ ଘଣ୍ଟାରେ ଅଧା ଓଡିଶାରେ କାଳବୈଶାଖୀ ସମ୍ଭାବନା ରହିଛି। ୨୪ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।  ଘଡ଼ଘଡ଼ି, ବିଜୁଳି ଓ କୁଆପଥର ସହ ୪୦ କିଲୋମିଟର ବେଗରେ ବହିବ ପବନ। 

ଅସହ୍ୟ ତାତି ଭିତରେ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ରାଜ୍ୟରେ ପାରଦ ଉପରମୁହାଁ ହୋଇଥିବା ବେଳେ ଏବେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ପ୍ରଦାନ କରିଛି।  

Weather | IMD | Thunder storm

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe