ଜଳେଶ୍ୱରରେ କାଳବୈଶାଖୀ: ବ୍ୟାପକ କ୍ଷୟକ୍ଷତି

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ସହର ସମେତ ଗ୍ରାମାଞ୍ଚଳରେ ଆଜି ଅପରାହ୍ନରେ କାଳବୈଶାଖୀ ଝଡ଼ ଦେଖିବାକୁ ମିଳିଛି। ସନ୍ଧ୍ୟା ସାଢ଼େ ୫ଟା ସମୟରେ ଆକାଶରେ କାଳ ମେଘ ଢାଙ୍କି ଆସିଥିଲା।

ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ସହର ସମେତ ଗ୍ରାମାଞ୍ଚଳରେ ଆଜି ଅପରାହ୍ନରେ କାଳବୈଶାଖୀ ଝଡ଼ ଦେଖିବାକୁ ମିଳିଛି। ସନ୍ଧ୍ୟା ସାଢ଼େ ୫ଟା ସମୟରେ ଆକାଶରେ କାଳ ମେଘ ଢାଙ୍କି ଆସିଥିଲା। ଆଉ ଏହାର କିଛି ମିନିଟ୍ ମଧ୍ୟରେ ଖୁବ୍ ଜୋରରେ ଝଡବର୍ଷା ଆରମ୍ଭ ହୋଇଥିଲା।

ରାଇବଣିଆ ଥାନା ଅଧିନସ୍ଥ ରାଇବଣିଆ, ଶ୍ୟାମନଗର, ଦକ୍ଷିଣ ପ୍ରହରାଜପୁର ପଞ୍ଚାୟତରେ ଝଡବର୍ଷା ସହ କୁଆପଥର ମାଡ଼ ହୋଇଛି। କାଳବୈଶାଖୀ ଅନୁଭୂତ ଗାଁରେ ବହୁ ଝାଟିମାଟି ଘର ଝଡ଼ବର୍ଷାରେ ଭାଙ୍ଗି ଯାଇଛି। କେତେକ ସ୍ଥାନରେ ଗଛ ମଧ୍ୟ ଭାଙ୍ଗି ଯାଇଛି।

publive-image

ସେହିପରି କେଉଁଠି ବିଦ୍ୟୁତ ଖୁଣ୍ଟି ଓଲଟି ପଡ଼ିଥିବା ବେଳେ ଆଉ କେଉଁଠି ତାର ଛିଣ୍ଡି ପଡ଼ିଛି। ରିପୋର୍ଟ ଲେଖା ହେବା ଯାଏଁ ବିଦ୍ୟୁତ ସରାବରାହ ବହୁ ଗାଁକୁ ବଚ୍ଛିନ୍ନ ହୋଇ ଯାଇଛି। ଫଳରେ ସନ୍ଧ୍ୟାରୁ ଏସବୁ ଗାଁରେ ପିଇବା ପାଣି ସମସ୍ୟା ସୃଷ୍ଟି କରିଛି।

Thunder storm | IMD | Baleswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe