ଆଜି ବଡ଼ଦିନ: ରାଜ୍ୟର ଅଧିକାଂଶ ଗୀର୍ଜାରେ ସାମୁହିକ ପ୍ରାର୍ଥନା

ଆଜି ବଡ଼ଦିନ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଏଥିପାଇଁ ରାଜ୍ୟର ଅଧିକାଂଶ ଗୀର୍ଜାରେ ସାମୁହିକ ପ୍ରାର୍ଥନା ଚାଲିଛି। ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଦେଖାଗଲାଣି ପ୍ରବଳ ଉତ୍ସାହ ଉଦ୍ଦୀପନା। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ଦିନ ପାଳନ କରିବାକୁ  ଲାଗିପଡ଼ିଛନ୍ତି।

xc

ଭୁବନେଶ୍ବର: ଆଜି ବଡ଼ଦିନ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଏଥିପାଇଁ ରାଜ୍ୟର ଅଧିକାଂଶ ଗୀର୍ଜାରେ ସାମୁହିକ ପ୍ରାର୍ଥନା ଚାଲିଛି। ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ଦେଖାଗଲାଣି ପ୍ରବଳ ଉତ୍ସାହ ଉଦ୍ଦୀପନା। ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ଦିନ ପାଳନ କରିବାକୁ  ଲାଗିପଡ଼ିଛନ୍ତି। ତେବେ ବର୍ଷା କାରଣରୁ ଟିକେ ଫିକା ପଡ଼ିଯାଇଛି ସେଲିବ୍ରେସନ୍।

ବଡ଼ଦିନ ଅବସରରେ ପ୍ରଭୁ ଯୀଶୁଙ୍କୁ ସ୍ବାଗତ କରିବା ପାଇଁ ସହରରେ ଥିବା ଚର୍ଚ୍ଚଗୁଡ଼ିକୁ ନୂଆ ରଙ୍ଗ କରିବା ସହ ଆଲୋକମାଳାରେ ସଜା ଯାଇଛି। କେବଳ ଖ୍ରୀଷ୍ଟ ଧର୍ମାବଲମ୍ବୀ କାହିଁକି ପୂରା ରାଜଧାନୀ ବେଶ୍ ଆଡ଼ମ୍ବର ସହକାରେ ବଡ଼ଦିନ ପାଳନ ଚାଲିଛି। ବିଭିନ୍ନ ରଙ୍ଗରେ ଝଲମଲ କରୁଥିବା ଖ୍ରୀଷ୍ଟମାସ ଟ୍ରି ସାଙ୍ଗକୁ ସାନ୍ତା ଟୋପି, ଚଷମା ଏବଂ କେକ୍, ଚକଲେଟ୍ ଆଦି ବଜାରରେ ଗଦେଇ ହୋଇଯାଇଛି। ଏହାକୁ କିଣିବାକୁ ଗ୍ରାହକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe