today is tenth day of Baragarh Dhanu Yatra Photograph: (sambad.in)
ବରଗଡ଼:ଶେଷ ପର୍ଯ୍ୟାୟରେ ବରଗଡ଼ର ଧନୁଯାତ୍ରା ମହୋତ୍ସବ। ଗତକାଲି ଥିଲା ବରଗଡ଼ ଧନୁଯାତ୍ରା ମହୋତ୍ସବର ନବମ ରଜନୀ। ମାମୁଙ୍କ ନିମନ୍ତ୍ରଣ ପାଇ ମଥୁରାରେ ପହଞ୍ଚିଲେ ଶ୍ରୀକୃଷ୍ଣ ଓ ବଳରାମ। ବେନି ଭାଇଙ୍କୁ ବିଦାୟ ବେଳେ ଗୋପପୁର ପାଲଟିଥିଲା ସ୍ତବ୍ଧ। ବେନି ଭାଇଙ୍କୁ ବିଦାୟ ଦେବାବେଳେ ଦୁଃଖରେ ଭାଙ୍ଗିପଡ଼ିଲା ଗୋପପୁର। କୃଷ୍ଣଙ୍କୁ ହତ୍ୟା ପାଇଁ ରାଜ ଦରବାରରେ କଂସଙ୍କ ଷଡ଼ଯନ୍ତ୍ର।
ଆଜି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
ଆଜି ବରଗଡ଼ ଧନୁଯାତ୍ରା ମହୋତ୍ସବର ଦଶମ ରଜନୀ। ଆଜି ମଥୁରାରେ ବୁଲାବୁଲି କରିବେ ଶ୍ରୀକୃଷ୍ଣ ଓ ବଳରାମ। ଏହି ସମୟରେ କୁବଜଙ୍କୁ ଉଦ୍ଧାର କରିବେ। ଆଜି ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ଆସନ୍ତାକାଲି ବରଗଡ଼ ଧନୁଯାତ୍ରା ମହୋତ୍ସବର ଅନ୍ତିମ ରଜନୀ। ଶନିବାର କଂସବଧ ଅନୁଷ୍ଠିତ ହେବ। ଗତ ମାସ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବରଗଡ଼ର ଧନୁଯାତ୍ରା ମହୋତ୍ସବରେ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ, ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହୋଇଥିଲା। ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏଥର ମହୋତ୍ସବରେ ଅଭିନୟ ପାଇଁ କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ କରାଯାଇଥିଲା। ଏଥିରେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ଡା ଗ୍ରାମର ସୁଶୀଲ ମେହେର ବରଗଡ଼ କଂସ ଅଭିନେତା ଭାବେ ମନୋନୀତ ହୋଇଥିଲେ।
ସେହିପରି ପ୍ରଭାସ କୁମାର ତ୍ରିପାଠୀ ମୁଷ୍ଟିକ, ହିମାଂଶୁ ସାହୁ ଚାଣୁର, ଆର୍ତ୍ତତ୍ରାଣ ମହାପାତ୍ର ଉଗ୍ରସେନ, କାମରାଜ ଭୋଇ ନାରଦ, ମନୋଜ ସାହୁ ବସୁଦେବ, ଜଗନ୍ନାଥ ସାହୁ ଅକ୍ରୂର, ଜଗବନ୍ଧୁ ମହାଲିଙ୍ଗ ସାର୍ତ୍ତକୀ, ଅମ୍ବାଭୋନାର ହେମନ୍ତ ପ୍ରଧାନ ସେନାପତି, ଗୁଲାବ ଚନ୍ଦ୍ର ଦାଶ ମହାମନ୍ତ୍ରୀ ଚରିତ୍ର ପାଇଁ ଚୟନ ହୋଇଥିଲେ। ଧନୁଯାତ୍ରା ମହୋତ୍ସବ ସମିତି ଉପସଭାପତି ବରଗଡ଼ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏହା ଘୋଷଣା କରିଥିଲେ।
Follow Us