ପାଞ୍ଚ ବର୍ଷରେ ବଦଳିଲେଣି ୫ ଅଧିକାରୀ, ବଦଳୁନି ଶୌଚାଳୟର ଅବସ୍ଥା

Advertisment

ରାଇରଙ୍ଗପୁର ବ୍ଲକ ଓ ପୌରପରିଷଦକୁ ସରକାରୀସ୍ତରରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ତରଫରୁ ପଂଚାୟତ ଓ ପୌରପରିଷଦର ସମସ୍ତ ୱାର୍ଡକୁ ଖୋଲା ମଳମୁକ୍ତ ଭାବେ ଘୋଷିତ କରିବାର କିଛି ବର୍ଷ ନ ହେଉଣୁ ୮୦ ପ୍ରତିଶତରୁ ଅଧିକ ଲୋକେ ଖୋଲାରେ ମଳତ୍ୟାଗ କରୁଥିବା ଜଣାପଡ଼ିଛି।

ରାଇରଙ୍ଗପୁର ବ୍ଲକ ଓ ପୌରପରିଷଦକୁ ସରକାରୀସ୍ତରରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ତରଫରୁ ପଂଚାୟତ ଓ ପୌରପରିଷଦର ସମସ୍ତ ୱାର୍ଡକୁ ଖୋଲା ମଳମୁକ୍ତ ଭାବେ ଘୋଷିତ କରିବାର କିଛି ବର୍ଷ ନ ହେଉଣୁ ୮୦ ପ୍ରତିଶତରୁ ଅଧିକ ଲୋକେ ଖୋଲାରେ ମଳତ୍ୟାଗ କରୁଥିବା ଜଣାପଡ଼ିଛି।

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ୫ ବର୍ଷ ମଧ୍ୟରେ ରାଇରଂଗପୁର ପୌରପରିଷଦର ୫ ଜଣ ଅଧିକାରୀ ବଦଳିଲେଣି କିନ୍ତୁ ସହରର ଶୌଚାଳୟର ଅବସ୍ଥା ବଦଳୁ ନାହିଁ। ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରରେ। ନାମକୁ ମାତ୍ର ସ୍ୱଚ୍ଛ ଭାରତ ଅଭିଯାନ ଅସଲ ସ୍ୱଚ୍ଛତାକୁ ଭୁଲିଯାଉଛି ପୌରପ୍ରଶାସନ।

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଓ ପୌରପରିଷଦକୁ ସରକାରୀସ୍ତରରେ ଜିଲ୍ଲା ଜଳ ଓ ପରିମଳ ବିଭାଗ ତରଫରୁ ପଂଚାୟତ ଓ ପୌରପରିଷଦର ସମସ୍ତ ୱାର୍ଡକୁ ଖୋଲା ମଳମୁକ୍ତ ଭାବେ ଘୋଷିତ କରିବାର କିଛି ବର୍ଷ ନ ହେଉଣୁ ୮୦ ପ୍ରତିଶତରୁ ଅଧିକ ଲୋକେ ଖୋଲାରେ ମଳତ୍ୟାଗ କରୁଥିବା ଜଣାପଡ଼ିଛି। ସ୍ୱଚ୍ଛ ଭାରତ ମିସନରେ ୨୦୧୪ରୁ ୨୧ ମସିହା ପ୍ରର୍ଯ୍ୟନ୍ତ ରାଇରଙ୍ଗପୁର ବ୍ଲକ ଓ ପୌରପରିଷଦର ୱାର୍ଡରେ ସମସ୍ତ ପାଇଖାନା ନିର୍ମାଣ କରାଯାଇଛି। ନିର୍ମାଣ କାର୍ଯ୍ୟ ସରିବା ପରେ ସଚେତନତା କାର୍ଯ୍ୟକ୍ରମ ସହିତ ବିଭାଗୀୟ କର୍ମଚାରୀ ମାନେ ଘରକୁ ଘର ବୁଲି ସଚେତନ କରାଇଥିଲେ। ଏହା ବ୍ୟତୀତ ମନ୍ଟିଭେଟରମାନେ ମଧ୍ୟ ଏ ବିଷୟରେ ସଚେତନ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ।

ମଳ ମୁକ୍ତ ଘୋଷିତ ହେବାର ୫ ବର୍ଷ ନ ହେଉଣୁ ବ୍ଲକର ଅଧିକାଂଶ ପାଇଖାନାରେ କବାଟ ନ ଥିବା ବେଳେ କିଛି ପାଇଖାନାର ଛପର ନାହିଁ ତ ଆଉ କିଛି ଅର୍ଧଭଗ୍ନ ଅବସ୍ଥାରେ ରହିଛି। ଫଳରେ ତାହା ବ୍ୟବହାର ଯୋଗ୍ୟ ହେନଥିବା ଜନସାଧାରଣ ପ୍ରକାଶ କରିଛନ୍ତି। 

publive-image

ଏପଟେ ପୌରପ୍ରଶାସନ ଖୋଲା ମଳ ମୁକ୍ତ ଘୋଷିତ କରି ବାଃ ବାଃ ନେଉଥିବା ବେଳେ ହିତାଧିକାରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। ବର୍ଷା ଋତୁ କଥା ତୋ ଛାଡ଼ନ୍ତୁ ବର୍ତ୍ତମାନ ମଧ୍ୟ ଜନସାଧାରଣ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛିା। କିଛି ଜମିରେ ଚାଷ ହୋଇଥିବା ଯୋଗୁଁ ଲୋକେ ରାସ୍ତା କୋଡ, ନଦୀ ଓ ପୋଖରୀ ଗାଧୁଆ ତୁଠପାର୍ଶ୍ବରେ ମଳତ୍ୟାଗ କରି ଦୂଷିତ କରୁଥିବାର ଅଭିଯୋଗ ହେଉଛି। ଏହା ବ୍ୟତୀତ ରାଇରଙ୍ଗପୁର ସହରର ଜନ ଗହଳି ବିଶିଷ୍ଟ ସ୍ଥାନ ମାନଙ୍କରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଅଧାରୁ ଅଧିକ ପାଇଖାନାରେ ବର୍ଷବର୍ଷ ଧରି ତାଲା ଝୁଲୁଥିବାର ଦେଖିବାକୁ ମିଳୁଛି ତୋ କିଛି ପାଇଖାନା ଅର୍ଧ ଭଗ୍ନ ଅବସ୍ଥାରେ ରହିଛି।

ଅଧିକାଂଶ ପାଇଖାନାରେ ପାଣି ପାଇଁ ପାଇପ, ଟ୍ୟାପ୍‌, ପାଣି ଟାଙ୍କି ସଂଯୋଗ ହୋଇଥିଲେ ମଧ୍ୟ ବ୍ୟବହାର ପାଇଁ ପାଣି ଆସୁନାହିଁ। ଫଳରେ ବାଧ୍ୟ ହୋଇ ଜନସାଧାରଣ ଏଣେ ତେଣେ ମଳତ୍ୟାଗ ଓ ପରିଶ୍ରା କରୁଥିବାରୁ ପରିବେଶ ଦୂଷିତ ହେଉଛି। ଜନସାଧାରଣ କେମିତି ବାହାରେ ମଳତ୍ୟାଗ ନ କରି ପରିବେଶକୁ ଦୂଷିତ ହେବାରୁ ରକ୍ଷା କରାଯାଇ ପାରିବ ଏନେଇ ବିଭାଗୀୟ ଅଧିକାରୀ ଦୃଷ୍ଟି ଦିଅନ୍ତୁ ବୋଲି ଦାବି ହେଉଛି।

ଏନେଇ ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଣୀ ଶକୁନ୍ତଳା ହାଁସଦାଙ୍କ ସହିତ ଯୋଗାଯୋଗ କରିବାରୁ ସେ ଶୁକ୍ରବାର ଦିନ ସହରର ଜନସାଧାରଣଙ୍କ ନିମନ୍ତେ ଥିବା ଶୌଚାଳୟ ଗୁଡିକୁ ଯାଇ ଦେଖିବେ ଏବଂ ରକ୍ଷଣାବେକ୍ଷଣା ନିମନ୍ତେ ସୁପର ଭାଇଜରଙ୍କୁ ଦାୟିତ୍ଵ ଦେବେ ବୋଲି ନିଜ ମତ ରଖିଛନ୍ତି। ଖୋଲା ମଳମୁକ୍ତ ଘଷଣା ହେବ ପରଠାରୁ ପୌରପରିଷଦର ୫ ଜଣ କାର୍ଯ୍ୟନିର୍ବାହୀଙ୍କ ବଦଳି ହୋଇଥିଲେ ମଧ୍ୟ ସହରର ବିଭିନ୍ନ ସ୍ଥାନରେ ଥିବା ପାଇଖାନାର ଚିତ୍ର ବଦଳୁ ନାହିଁ। ସ୍ୱଚ୍ଛତା ପାଇଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ଖର୍ଚ୍ଚ ହୋଇଥିଲେ ମଧ୍ୟ ଜନ ସାଧାରଣ ତାହାର ଲାଭ ପାଉନାହାଁନ୍ତି।

 SwachBharatMission | Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe