ନକ୍ସଲ ଉପସ୍ଥିତି ନେଇ ସୂଚନା ଦେବା ପାଇଁ ଜାରି ହେବ ଟୋଲ ଫ୍ରି ନମ୍ବର

Advertisment

ନକ୍ସଲ ମୁକ୍ତ ହେବ ଓଡ଼ିଶା। ଏଥିଲାଗି ଜୋରଦାର୍ ଅପରେସନ ହେବ। ଲିଭିଯିବ ନକ୍ସଲଙ୍କ ନକ୍ସା। ନକ୍ସଲ ଉପସ୍ଥିତି ନେଇ ସୂଚନା ଦେବା ପାଇଁ ଜାରି ହେବ ଟୋଲ ଫ୍ରି ନମ୍ବର। ଖବର ଦେଲେ ଗୋପନୀୟ ରହିବ ପରିଚୟ ମିଳିବ ପୁରସ୍କାର।

New Project (30)

ଭୁବନେଶ୍ବର: ନକ୍ସଲ ମୁକ୍ତ ହେବ ଓଡ଼ିଶା। ଏଥିଲାଗି ଜୋରଦାର୍ ଅପରେସନ ହେବ। ଲିଭିଯିବ ନକ୍ସଲଙ୍କ ନକ୍ସା। ନକ୍ସଲ ଉପସ୍ଥିତି ନେଇ ସୂଚନା ଦେବା ପାଇଁ ଜାରି ହେବ ଟୋଲ ଫ୍ରି ନମ୍ବର। ଖବର ଦେଲେ ଗୋପନୀୟ ରହିବ ପରିଚୟ ମିଳିବ ପୁରସ୍କାର। ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ସଂଜୀବ ପଣ୍ଡା। ଆଣ୍ଟି ନକ୍ସଲ ଅପରେସନ ଦାୟିତ୍ୱ ନେଇଥିବା ସଂଜୀବ ପଣ୍ଡା ଆଗକୁ ନୂଆ ରଣନୀତି ସହ ଗୁଇନ୍ଦା ସକ୍ରିୟତା ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତିI

ରାଜ୍ୟ ସମେତ ସାରା ଦେଶରେ ମାଓବାଦ ହିଂସା କମିବାରେ ଲାଗିଛି । କେନ୍ଦ୍ର ଗୃହମନ୍ତ୍ରୀ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କି, ୨୦୨୬ ସୁଦ୍ଧା ଭାରତ ମାଓବାଦ ମୁକ୍ତ ହେବ । ଏହି କ୍ରମରେ ସାରା ଦେଶରେ ମାଓ ପ୍ରଭାବିତ ଅଞ୍ଚଳଗୁଡିକରେ ମାଓ ଅପରେସନ ଜୋରଦାର କରାଯାଉଛି । ଏହା ଭିତରେ ମାଓ ସଂଗଠନର କେନ୍ଦ୍ରୀୟ କମିଟି ଏକ ୨୪ ପୃଷ୍ଟାର ବୁକଲେଟ୍ ଜାରି କରିଛି । ଏହି ବୁକଲେଟରେ ସ୍ପଷ୍ଟ କରାଯାଇଛି କି, ଗୋଟିଏ ବର୍ଷ ମଧ୍ୟରେ ୩୫୭ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ମୃତ ମାଓବାଦୀଙ୍କ ମଧ୍ୟରେ ୧୩୬ ଜଣ ମହିଳା ମାଓବାଦୀ ରହିଛନ୍ତି । ଏହାସହ ମୃତ ମାଓବାଦୀଙ୍କ ମଧ୍ୟରେ ୪ ଜଣ କେନ୍ଦ୍ରୀୟ କମିଟି ସଭ୍ୟ ଓ ୧୫ ଜଣ ରାଜ୍ୟ କମିଟି ସଭ୍ୟଙ୍କର ମୃତ୍ୟୁ ହୋଇଛି । ସବୁଠୁ ଅଧିକ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟର ୨୮୧ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ସରକାରଙ୍କ ଯୋଜନାବଦ୍ଧ ଆକ୍ରମଣ ଓ ସୁରକ୍ଷାବାହିନୀର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ଗୋଟିଏ ସପ୍ତାହ ଧରି ସହିଦ୍ ସପ୍ତାହ ପାଳନ କରିବ ମାଓ ସଂଗଠନ । ଏହାସହ ଏହି ବୁକଲେଟରେ ମାଓବାଦୀଙ୍କ ଆଗାମୀ ରଣନୀତି ସ୍ପଷ୍ଟ କରିଛି କମିଟି। 
 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe