ଯୁଯୁମୁରା: ସମ୍ବଲପୁର(Sambalpur) ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥରେ ଗୁରୁବାର ଭୋର ସମୟରେ ଏକ ପର୍ଯ୍ୟଟକ ଗାଡ଼ି(Tourist Bus) ଭୟାବହ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏହି ଘଟଣାରେ ମୋଟ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ରାଜପଥରେ କିଛି ସମୟ ପର୍ଯ୍ୟନ୍ତ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।

Advertisment

ଆହତଙ୍କ ଚିକିତ୍ସା ଜାରି

ଆହତମାନଙ୍କ ମଧ୍ୟରୁ ୮ ଜଣଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ସ୍ଥିତ ଭିମସାର ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ୭ ଜଣ ଆହତଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଡାକ୍ତରମାନଙ୍କ ଅନୁସାରେ କିଛି ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଆହୁରି ପଢ଼ନ୍ତୁ: Burnt Dead Body Shop Keeper ଦୋକାନୀଙ୍କ ସନ୍ଦେହଜନକ ମୃତ୍ୟୁ: ଦୋକାନ ଭିତରୁ ପୋଡ଼ା ଅବସ୍ଥାରେ ମୃତଦେହ ଠାବ

ସୂଚନା ଅନୁଯାୟୀ, ଭୁବନେଶ୍ୱରରୁ ୧୭ ଜଣ ଯାତ୍ରୀ ମା ସମଲେଶ୍ୱରୀଙ୍କ ଦର୍ଶନ ପାଇଁ ସମ୍ବଲପୁର ଆସୁଥିବା ବେଳେ ଭୋର ପ୍ରାୟ ୬ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଗାଡ଼ିଟି ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ପୋଲ ବାଡ଼ରେ ଜୋରଦାର ଧକ୍କା ମାରିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: Gold in Banapal's house: ବନପାଳଙ୍କ ଘରେ କେଜିଏ ସୁନା: ବିଦେଶରେ କରୁଥିଲେ ମଉଜ, ୭ ଦେଶର ମୁଦ୍ରା ଜବତ

ଘଟଣା ସଂପର୍କରେ ସୂଚନା ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟକୁ ପଠାଇଥିଲେ। ଏହି ଦୁର୍ଘଟଣାକୁ ନେଇ ଯୁଯୁମୁରା ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।