ଥଣ୍ଡାପାନୀୟ ଦରଦାମକୁ ନେଇ ପଞ୍ଚଲିଙ୍ଗେଶ୍ଵର ପୀଠରେ ପର୍ଯ୍ୟଟକଙ୍କୁ ମାଡ଼

Advertisment

ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ‘ବାବା ପଞ୍ଚଲିଙ୍ଗେଶ୍ଵର’ ବୁଲିବାକୁ ଆସି ମାଡ଼ ଖାଇଛନ୍ତି ଶ୍ରଦ୍ଧାଳୁ। ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି। ସ୍ଥାନୀୟ ଦୋକାନୀଙ୍କର ଆକ୍ରମଣର ଶିକାର ହୋଇଛନ୍ତି ଯାଜପୁର ଜିଲ୍ଲାର ପର୍ଯ୍ୟଟକ।

ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ‘ବାବା ପଞ୍ଚଲିଙ୍ଗେଶ୍ଵର’ ବୁଲିବାକୁ ଆସି ମାଡ଼ ଖାଇଛନ୍ତି ଶ୍ରଦ୍ଧାଳୁ। ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି। ସ୍ଥାନୀୟ ଦୋକାନୀଙ୍କର ଆକ୍ରମଣର ଶିକାର ହୋଇଛନ୍ତି ଯାଜପୁର ଜିଲ୍ଲାର ପର୍ଯ୍ୟଟକ।

Nilagiri

Nilagiri Photograph: (sambad.in)

ନୀଳଗିରି: ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ‘ବାବା ପଞ୍ଚଲିଙ୍ଗେଶ୍ଵର’ ବୁଲିବାକୁ ଆସି ମାଡ଼ ଖାଇଛନ୍ତି ଶ୍ରଦ୍ଧାଳୁ। ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି। ସ୍ଥାନୀୟ ଦୋକାନୀଙ୍କର ଆକ୍ରମଣର ଶିକାର ହୋଇଛନ୍ତି ଯାଜପୁର ଜିଲ୍ଲାର ପର୍ଯ୍ୟଟକ। 

ସୂଚନା ଅନୁଯାୟୀ ଯାଜପୁର ଟାଉନ ବଉଳମୂଳ ଅଞ୍ଚଳର ପଞ୍ଚାନନ ବେହେରା ନିଜ ପରିବାର ସହିତ ପଞ୍ଚଲିଙ୍ଗେଶ୍ଵର ବୁଲିବାକୁ ଆସିଥିଲେ। ବାବାଙ୍କ ଦର୍ଶନ ସାରି ତଳକୁ ଆସି ଈଶ୍ୱରପୁର ଫାଣ୍ଡି ଶ୍ୟାମସୁନ୍ଦରପୁର ପଞ୍ଚାୟତ ଗୋପ ଗ୍ରାମର ପଞ୍ଚଲିଙ୍ଗେଶ୍ଵର ପୀଠରେ ଦୋକାନ କରିଥିବା ବୁଲବୁଲ ସେଠୀ ନାମକ ଦୋକାନୀଙ୍କ ଦୋକାନରେ ଥଣ୍ଡା ପିଇଥିଲେ। ଥଣ୍ଡା ପିଇ ସରିବାପରେ ପଇସା ଦେବାରୁ ଥଣ୍ଡା ପିଛା ୧୫ଟଙ୍କା ଦୋକାନୀ ଦାବି କରିଥିଲେ। ଥଣ୍ଡାର ମୂଲ୍ୟ ୧୦ଟଙ୍କା ଥିବାରୁ ୧୫ଟଙ୍କା କାହିଁକି ନେବ ବୋଲି ଦୋକାନୀଙ୍କୁ ପର୍ଯ୍ୟଟକ କହିଥିଲେ। ଉଭୟ ଦୋକାନୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

ପରେ ପର୍ଯ୍ୟଟକଙ୍କ ତରଫରୁ ୧୪୫ଟଙ୍କା ଅର୍ଥାତ୍ ଦୋକାନୀ ଦାବି କରିଥିବା ସମସ୍ତ ଟଙ୍କା ପୈଠ କରିଥିଲେ ହେଁ ଉଭୟଙ୍କ ବଚସା ମଧ୍ୟରେ ଦୋକାନୀ ଓ ପାଖରେ ଦୋକାନ କରିଥିବା ଅନ୍ୟକିଛି ଦୋକାନୀ ସଂଘବଦ୍ଧ ଭାବରେ ଠେଙ୍ଗା ଓ ବିଧାରେ ଆକ୍ରମଣ କରିଥିବା ନେଇ ପଞ୍ଚାନନ ବେହେରାଙ୍କ ବୋହୂ ସଂଘମିତ୍ରା ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ଦୀର୍ଘସମୟ ଧରି ଦୋକାନୀମାନେ ପର୍ଯ୍ୟଟକଙ୍କୁ ଅଟକାଇ ଧମକଦେବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ବୋଲି କୁହାଯାଉଛି।

ଖବରପାଇ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ପର୍ଯ୍ୟଟକଙ୍କୁ ଉଦ୍ଧାରକରି ନୀଳଗିରି ମେଡିକାଲରେ ଚିକିତ୍ସା କରାଇବା ପରେ ପରିବାର ପକ୍ଷରୁ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ବାରମ୍ବାର ପୀଠରେ ଏଭଳି ଘଟୁଥିବା ନେଇ ଅଭିଯୋଗ ହୋଇଥିଲେ ହେଁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଦୋକାନୀଙ୍କ ପ୍ରାର୍ଦ୍ରୁଭବ ବଢ଼ିଚାଲିଥିବାରୁ ନୀଳଗିରି ଅଞ୍ଚଳର ବୁଦ୍ଧିଜୀବୀ ଓ ଜନସାଧାରଣ ନିନ୍ଦା କରିଛନ୍ତି।

ଆଗାମୀ ଦିନରେ ପର୍ଯ୍ୟଟକଙ୍କ ଉପରେ ଏଭଳି ଆକ୍ରମଣ ଏବଂ ଦବଙ୍ଗଗିରି ବୃଦ୍ଧିପାଇଲେ ପଞ୍ଚଲିଙ୍ଗେଶ୍ଵର ପୀଠକୁ ଦଶର୍ନାଥୀଙ୍କ ସଂଖ୍ୟା କମିବ। ଫଳରେ ରାଜସ୍ବହାନୀ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଏନେଇ ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲାପାଳ ଦୃଷ୍ଟିଦେବାକୁ ଦାବି ହୋଇଛି।

Balasore

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe