ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ: ମୃତକଙ୍କ ପରିବାର ପକ୍ଷରୁ ସହାୟତା ଦାବି

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମରେ ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି।ମୃତକଙ୍କ ପରିବାର ପକ୍ଷରୁ ସହାୟତା ଦାବି କରି ଶବକୁ ପୁଲିସକୁ ଦେଇ ନାହାନ୍ତି।

yui

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ରାଣୀମୁଣ୍ଡା ଗ୍ରାମରେ ଟ୍ରାକ୍ଟର ଓଲଟି ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଘଟଣାରୁ ପ୍ରକାଶ ଯେ ଗୁରୁବାର ଅପରାହ୍ନ ୪ ଘଣ୍ଟା ସମୟରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଚାଷ ଜମିରୁ ଧାନ ଆଣୁଥିବା ବେଳେ ଓଡ଼ି ୨୬ ଇ ୪୫୯୦ ଟ୍ରାକ୍ଟର ଓଲଟି ପଡିଥିଲା।  ଡ୍ରାଇଭର ଜଣକ କୋଟମାଲ ଗ୍ରାମର ପବିତ୍ର ଶବର (୨୫) ବୋଲି ଜଣା ପଡ଼ିଛି। ଦୁର୍ଘଟଣା ପରେ ଖଡ଼ିଆଳ ପୁଲିସକୁ ଜଣାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ ହୋଇ ଯାଇଥିଲା। ମୃତକଙ୍କ ପରିବାର ପକ୍ଷରୁ ସହାୟତା ଦାବି କରି ଶବକୁ ପୁଲିସକୁ ଦେଇ ନାହାନ୍ତି।

ଗ୍ରାମର ଜଣେ ବ୍ୟକ୍ତିଙ୍କ ଚାଷ ଜମିରୁ ଧାନ ଆଣୁଥିବା ବେଳେ ଓଡ଼ି ୨୬ ଇ ୪୫୯୦ ଟ୍ରାକ୍ଟର ଓଲଟି ପଡିଥିଲା।  ଡ୍ରାଇଭର ଜଣକ କୋଟମାଲ ଗ୍ରାମର ପବିତ୍ର ଶବର (୨୫) ବୋଲି ଜଣା ପଡ଼ିଛି। ଦୁର୍ଘଟଣା ପରେ ଖଡ଼ିଆଳ ପୁଲିସକୁ ଜଣାଇବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିବା ବେଳେ ଡ୍ରାଇଭରଙ୍କ ମୃତ୍ୟୁ ହୋଇ ଯାଇଥିଲା। ମୃତକଙ୍କ ପରିବାର ପକ୍ଷରୁ ସହାୟତା ଦାବି କରି ଶବକୁ ପୁଲିସକୁ ଦେଇ ନାହାନ୍ତି।

ମୃତ ଡ୍ରାଇଭରଙ୍କ ସ୍ତ୍ରୀ ଟିକେମଣି ଶବର ଓ ଦୁଇ ଜଣ ନାବାଳକ ପୁଅ ଅଛନ୍ତି। ସମ୍ପୃକ୍ତ ଟ୍ରାକ୍ଟର ମାଲିକ ଘଟଣାସ୍ଥଳକୁ ଆସୁନଥିବାରୁ ଉତ୍ତେଜନା ଲାଗି ରହିଛି। ଏନେଇ ଖଡ଼ିଆଳ ଥାନା ଅଧିକାରୀ ପ୍ରଦୀପ ଧରୁଆଙ୍କୁ ପଚାରିବାରୁ ପୁଲିସ ଘଟଣାସ୍ଥଳରେ ଅଛି ବୋଲି କହିବା ସହ ମୃତ ପରିବାର ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଥାନାରେ ଅଭିଯୋଗ କରିନାହାନ୍ତି ବୋଲି ପ୍ରକାଶ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe