ଚାଷଜମିରେ ଓଲଟିଲା ଟ୍ରାକ୍ଟର, ଦୁଇ ଡ୍ରାଇଭରଙ୍କ ମୃତ୍ୟୁ

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁକୁଡ଼ା ପଞ୍ଚାୟତ ସର୍ଗିଟୋଲୀ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛିl ଏଠାରେ ଟ୍ରାକ୍ଟର ଯୋଗେ ଜମିରେ ହଳ କରୁଥିବା ସମୟରେ ଅଘଟଣ ଘଟିଛି।

Two friends killed after being crushed under tractor wheels

Two friends killed after being crushed under tractor wheels

ରାଜଗାଙ୍ଗପୁର/ଡାବୁଗାଁ: ଚାଷଜମିରେ ଟ୍ରାକ୍ଟର ଓଲଟି ଦୁଇ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ନବରଂଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ଅଘଟଣ ଘଟିଛି। ମୃତ ଯୁବକମାନେ ହେଲେ ଗଣେଶ କୁଜୁର (୨୩) ଓ ରମେଶ ଓଡ (୨୦)।

ସୂଚନା ଅନୁଯାଇ ଶନିବାର ଅପରାହ୍ନ ୨ ଘଣ୍ଟ ସମୟରେ ଡାବୁଗାଁ ଥାନା ଶିଂସାରି ଫାଣ୍ଡି ଅନ୍ତର୍ଗତ ହୁଣ୍ଡାରଗୁଡ଼ା ଗ୍ରାମର ରମେଶ ଓଡ ଏକ ଟ୍ରାକ୍ଟର ନମ୍ବର ( ଓଡି ୨୪ ଏଲ୍ ୬୩୮୦) ଯୋଗେ ଜମିରେ ହଳ କରିବାକୁ ଯାଇ ଟ୍ରାକ୍ଟରକୁ ହଣ୍ଡାର ଗୁଡା ଛକ ନିକଟ ଏକ ଜମିରେ ଧୋଇବାକୁ ନେଇଥିଲେ। ସେଠାରେ ଟ୍ରାକ୍ଟର ଧୋଇ ଘରକୁ ଫେରିବା ସମୟରେ କୌଣସି କାରଣରୁ ଟ୍ରାକ୍ଟର ଭାରସାମ୍ୟ ହରାଇ ଜମିରେ ଓଲଟି ପଡ଼ିଥିଲା। ଏଥିରେ ଟ୍ରାକ୍ଟର ଚାଳକ ରମେଶ ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ। ଟ୍ରାକ୍ଟର ଓଲଟି ପଡିବା ପରେ ସେଠାରେ ଜମି ରେ କାମ କରୁଥିବା ଓ ଆଖ ପାଖ ଲୋକଙ୍କ ଭିଡ ଜମିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ରମେଶ ଓଡ଼ ଙ୍କୁ ତୁରନ୍ତ ଉମରକୋଟ ସରକାରୀ ଡାକ୍ତରଖାନାରେ ନେଇ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ରମେଶଙ୍କୁ ମୃତ ଘୋଷଣା କରିଥିଲେ। 

ସେହିପରି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କୁକୁଡ଼ା ପଞ୍ଚାୟତ ସର୍ଗିଟୋଲୀ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛିl ଏଠାରେ ଟ୍ରାକ୍ଟର ଯୋଗେ ଜମିରେ ହଳ କରୁଥିବା ସମୟରେ ଅଘଟଣ ଘଟିଛି। ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ଗଣେଶ କୁଜୁର (୨୩)।

କୁକୁଡ଼ା ପଞ୍ଚାୟତ ସର୍ଗିଟୋଲୀ ନିକଟରେ ଗଣେଶ ଟ୍ରାକ୍ଟରରେ ଚାଷ କାମ କରୁଥିଲେ। ଏହି ସମୟରେ ଚକ ଫସିଯିବାରୁ ଉକ୍ତ ଟ୍ରାକ୍ଟରଟିକୁ ବାହାରକୁ ବାହାରିପାରି ନଥିଲା। ଟ୍ରାକ୍ଟରଟି କାଦୁଅଜମିରେ ଫସି ରହିଥିଲା। ସ୍ଥାନୀୟବାସୀଙ୍କୁ ଖବର ଦେବା ପରେ ଉକ୍ତ ଟ୍ରାକ୍ଟକୁ ଉଦ୍ଧାର କରିବା ପାଇଁ ଡ୍ରାଇଭର ଚେଷ୍ଟା କରୁଥିବା ସମୟରେ ଆଗ ଚକ ଉଠି ଯାଇ ଓଲଟି ପଡ଼ିଥିଲା। ଘଟଣାସ୍ଥଳରେ ଗଣେଶ କୁଜୁର  ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିଲାl

ସ୍ଥାନୀୟ ଗ୍ରାମର ବାସିନ୍ଦା ଲାଞ୍ଜିବେରନା ଫାଣ୍ଡିକୁ ଖବର ଦେଇଥିଲେ l ଖବର ପାଇ ସଙ୍ଗେସଙ୍ଗେ ଲାଞ୍ଜିବେରନାର ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହିତ ମୃତ୍ୟୁ ଘଟିଥିବା ନେଇ ଥାନାରେ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି l

sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe