କାଜୁବାଡ଼ ଓ ଦୁର୍ଗମ ଜଙ୍ଗଲରେ ଚାଳିଛି କୁକୁଡାଗାଲି

ଆଦିବାସୀ ଅଧୁଷିତ ଅଞ୍ଚଳରେ ଧାନ କଟା ଓ ଅମଳ ପରେ ସାଧାରଣତଃ କୁକୁଡ଼ା ଗାଲି ଚାଲୁଥିବା ବେଳେ ମଦ ମାଂସର ଆସର ଜମିଥାଏ। ହେଲେ କିଛି ସ୍ଥାନରେ ପ୍ରଶାସନ ନିୟମକୁ ବେଖାତିର କରି ଲୁଚି ଛପି ବେଆଇନ ଭାବେ କୁକୁଡ଼ା ଗାଲି ଚାଲୁଥିବା ବେଳେ ପୁଲିସ ଜାଣି ସୁଦ୍ଧା ନ ଜାଣିବା ଭଳି ଚୁପ ରହିଥାଏ।

kpt

କୋରାପୁଟ: ଜିଲ୍ଲାର ସବୁ ବ୍ଲକରେ ଏବେ ଏହି ଗାଲି ଆରମ୍ଭ ହୋଇଛି। ଖାସ୍ କରି ଦୁର୍ଗମ ଜଙ୍ଗଲ ଓ କାଜୁବାଡ଼ର ମଧ୍ୟସ୍ଥଳୀରେ ଏହା ଚାଳିଥାଏ। ଏପରିକି ଏହି କୁକୁଡା ଗାଲି‌ରେ ଭାଗ ନେବା ପାଇଁ ପଡୋଶୀ କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲା ସମେତ ଛତିଶଗଡରୁ ବି କିଛି ଜୁଆଡି ଆସି ଭାଗ ନେଇଥାନ୍ତି। ଏବେ ଜିଲ୍ଲାର ବୋରିଗୁମ୍ମା ବ୍ଲକର କାମରା, ଝୁଜାରୀ, ପର୍ଲ୍ଲୀ, ଜୟପୁର ବ୍ଲକର ହରଡ଼ାପୁଟ-ବଡ଼ପଡ଼ା, କଙ୍ଗା, ବୈପାରୀଗୁଡା ବ୍ଲକର ଘସରଡ଼ା, ଲକ୍ଷ୍ମୀପୁର, ଦଶମନ୍ତପୁର, ନନ୍ଦପୁର ଓଲମତାପୁଟ ବ୍ଲକର କିଛି ଦୁର୍ଗମ ଜଙ୍ଗଲରେ ଏହି କୁକୁଡାଗାଲି ଚାଳୁଥିବା ସୂଚନା ମିଳିଛି।

କୁକୁଡାଗାଲି ଦେଶୀ- ବିଦେଶୀ ମଦ, ସଲଫ, ପେଣ୍ଡମ୍, ଲନ୍ଦା  ସହ ମାଛ, ମାଂସ  ସହ ଚିକେନ୍ ପୋକଡ଼ା ଆଦି ବିକ୍ରି ହୋଇଥାଏ। ଖାସ୍ କରି କୁକୁଡାଗାଲିରେ ଭାଗ ନେଉଥିବା ଗଞାକୁ ତାମିଲ କୁକୁଡା କୁହାଯାଉଛି। ଏହାକୁ ବର୍ଷ ତମାମ କିଭଳି ଲଢ଼େଇ କରି ପ୍ରତିପକ୍ଷକୁ ହରାଇବ ତାହାର ତାଲିମ ବି ଦିଆଯାଉଥିବା ଜଣେ ଜୁଆଡି କହିଛନ୍ତି। ୮ହଜାରରୁ୨୦ ହଜାର ମଧ୍ୟରେ ଏହି ଗଞା  କିଣି ଏହାର ‌ଗୋଡରେ ଧାରୁଆ ଛୁରୀ ଲଗାଇ ଲଡ଼ିବାର ପ୍ରଶିକ୍ଷଣ ଦେଉଥିବା କହିଛନ୍ତି। ଏହା ସାଙ୍ଗକୁ ଏସବୁ ସ୍ଥାନରେ ଖୁଡଖୁଡି ବି ଖେଳ ହେଉଥିବା ସୂଚନା ମିଳିଛି।

କୁକୁଡ଼ାଗାଲିକୁ ସୁରଖୁରରେ ପରିଚାଳନା କରିବା ପାଇଁ ଗୋଟିଏ ଗୋଷ୍ଠୀ ସକ୍ରୀୟ ଭାବ୍ୟ ସବୁ ଅନୁଧ୍ୟାନ କରି ଗୃପ ମୁଖ୍ୟକୁ ଜଣାଇଥାନ୍ତି। ଏମାନେ ହାତରେ ମୋବାଇଲରେ ନୂଆ ଓ ପୁରୁଣା ବ୍ୟକ୍ତି, ସଂଦିଗ୍ଧ ବ୍ୟକ୍ତି ଆଦି ସମ୍ପର୍କରେ ଗୃପ ମୁଖ୍ୟକୁ ସୂଚନା ଦେଇଥାନ୍ତି। ପୁଲିସ କିମ୍ବା ନୂଆ ଗୃପ କିଛି ଆସିଲେ ଏମାନେ ପୂର୍ବରୁ ସୂଚନା ଦେବା ସହ ସବୁ ଘଟଣାସ୍ଥଳରୁ ଚମ୍ପଟ ମାରିଥାନ୍ତି। ଗୃପ ମୁଖ୍ୟ ପୁଲିସ ଓ ଅବକାରୀ ବିଭାଗର କର୍ମଚାରୀଙ୍କ ସହ ସଲାସୁତୁରା କରି ଏହି ଖେଳ ଚଳାଉଥିବାକୁ ନେଇ ଚର୍ଚ୍ଚା ହେଉଛି। ଏପରିକି ଥରକରେ ୫ଲକ୍ଷରୁ ୧୦ଲକ୍ଷ ଯାଏଁ ଖେଳ ହେଉଥିବାକୁ ନେଇ କହିଛନ୍ତି ଜଣେ ଜୁଆଡ଼ି। ପୁଲିସ ଓପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe