ଚନ୍ଦାହାଣ୍ଡି ପରେ ରାଇଘରରେ ୬ ବର୍ଷୀୟ ଶିଶୁକନ୍ୟାକୁ ୫୦ରୁ ଊର୍ଦ୍ଧ୍ବ ଚେଙ୍କ

ଗତକାଲି ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରୀଗୁଡା ପଞ୍ଚାୟତ ଫୁଣ୍ଡେଲପାର ଗାଁର ଏକ ବର୍ଷର ଶିଶୁପୁତ୍ରକୁ ୩୦ ଥର ଚେଙ୍କ ଦିଆଯିବା ଘଟଣା ନେଇ ରାଜ୍ୟବ୍ୟାପି ଚର୍ଚ୍ଚା ଥମି ନଥିବା‌ ବ‌େଳେ ଆଜି ପୁଣି ସମାନ ପ୍ରକାର ଘଟଣା ସାମ୍ନାକୁ ଆସିଛି।

ଅଦ୍ୟତନ ହୋଇଛି
Traditional treatment

Traditional treatment Photograph: (Sambad)

ନବରଙ୍ଗପୁର: ବହୁ ବର୍ଷର ବ୍ୟବଧାନ ପରେ ନବରଙ୍ଗପୁର ଜିଲ୍ଲାରେ ପୁଣି ଫେରିଛି ଚେଙ୍କ ଚିକତ୍ସା। ଗତକାଲି ଚନ୍ଦାହାଣ୍ଡି ବ୍ଲକର ଗମ୍ଭାରୀଗୁଡା ପଞ୍ଚାୟତ ଫୁଣ୍ଡେଲପାର ଗାଁର ଏକ ବର୍ଷର ଶିଶୁପୁତ୍ରକୁ ୩୦ ଥର ଚେଙ୍କ ଦିଆଯିବା ଘଟଣା ନେଇ ରାଜ୍ୟବ୍ୟାପି ଚର୍ଚ୍ଚା ଥମି ନଥିବା‌ ବ‌େଳେ ଆଜି ପୁଣି ଜିଲ୍ଲାରେ ଏକ ୬ ବର୍ଷ ବୟସର ଶିଶୁକନ୍ୟାକୁ ଚେଙ୍କ ଦିଆଯାଇଛି। ଉକ୍ତ ଶିଶୁକନ୍ୟା ହେଲା ରାଇଘର ବ୍ଲକ ନାକଟିସିମିଡା ଗ୍ରାମର ରାମଲୁ ଗଣ୍ଡଙ୍କ ଝିଅ କମଲେଶ୍ୱରୀ ଗଣ୍ଡ(୬)।

ମିଳିଥିବା ସୂଚନା ଅନୁଯାୟୀ ଦୀର୍ଘ ଦିନ ଧରି ଶିଶୁକନ୍ୟାର ଥଣ୍ଡା କାଶ ଜ୍ୱର ସହ ପେଟ ବଥା ହୋଇଥିବା ହୋଇଥିବା ବେଳେ ପରିବାର ତରଫରୁ ସ୍ଥାନୀୟ ମେଡ଼ିକାଲ ସହ ପଡ଼ୋଶୀ ଛତିଶଗଡ଼ ଅଞ୍ଚଳର କୋଣ୍ଡାଗାଁକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ଉନ୍ନତି ନ ଘଟିବାରୁ ଚେଙ୍କ ଦିଆଯାଇଛି। ୧୫ ଦିନ ତଳେ ଚେଙ୍କ ଦିଆଯାଇଥିବା ଜଣାପଡିଛି। କିଏ ଚେଙ୍କ ଦେଇଛି ମୁହଁ ଖୋଲିବାକୁ ନାରାଜ ପରିବାର ଲୋକେ। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଶିଶୁକନ୍ୟାର ନାଭି ଚାରିପଟେ ଓ ଛାତି ନିକଟରେ ପ୍ରାୟ ୬୦ ଥର ଚେଙ୍କ ଦିଆଯାଇଥିବାର ଦେଖିବାକୁ ମିଳିଛି। ଚେଙ୍କ ପରେ ଦିନକୁ ଦିନ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ବାଧ୍ୟ ହୋଇ ଶିଶୁକନ୍ୟାକୁ ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତ୍ତି କରାଯାଇଛି। 

ଏ ନେଇ  ଜିଲ୍ଲା ଚିକିତ୍ସାଧିକାରୀ ଡା.ସନ୍ତୋଷ କୁମାର ପଣ୍ଡା କହିଛନ୍ତି ଛତିଶଗଡ଼ ସୀମାନ୍ତ ଚନ୍ଦାହାଣ୍ଡି ଓ ରାଇଘର ଅଞ୍ଚଳରୁ ୨ଟି ଚେଙ୍କ ମାମଲା ସ୍ବାସ୍ଥ୍ୟ ବିଭାଗ ନିକଟରେ ପହଞ୍ଚିଛି। ଆଜି ଯେଉଁ ନାବାଳିକାକୁ ଚେଙ୍କ ଦିଆଯାଇଛି ଉକ୍ତ ଶିଶୁକନ୍ୟାର ପେଟ ବ୍ୟଥା ହେଉଥିବା ବେଳେ ପରିବାର ଲୋକେ ସୀମାନ୍ତ କୋଣ୍ଡାଗାଁ ଓ ବିଭିନ୍ନ ସ୍ଥାନରେ ଚିକିତ୍ସା ପରେ ତଥାପି ପେଟ ବ୍ୟଥା ନକମିବାରୁ ଚେଙ୍କ ଚିକିତ୍ସାର ଆଶ୍ରୟ ନେଇଛନ୍ତି। ଉକ୍ତ ଶିଶୁକନ୍ୟାର ଅବସ୍ଥା ଶଙ୍କଟାପନ୍ନ ରହିଛି। ଚିକିତ୍ସା ଜାରି ରହିଥିବାର କହିଛନ୍ତି ସିଡିଏମଓ ଡା.ପଣ୍ଡା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe