ସୋର: ବିଭାଗୀୟ ଅବହେଳା ହେଉ ଅଥବା ରକ୍ଷଣାବେକ୍ଷଣାର ଅଭାବ ହେଉ ବାଲେଶ୍ବର ଜିଲ୍ଲାର ସୋର ଅଞ୍ଚଳରେ ଆଜି ପଅରାହ୍ଣରେ ଦୁଇଟି ମାଲବାହୀ ଗାଡ଼ି ବଗି ଛାଡ଼ି ପଳାଇଛି। ପରେ ଘଟଣା ଜଣାପଡ଼ିବା ପରେ ବଗିଗୁଡ଼ିକ ନେଇ ସମ୍ବନ୍ଧିତ ବଗିରେ ଯୋଡ଼ାଯାଇଛି। ତେବେ ଏହି ଅଘଟଣ ଯୋଗୁଁ କିଛି ସମୟ ପର୍ଯ୍ୟନ୍ତ ଟ୍ରେନ୍ ପରିଚାଳନାରେ ସମସ୍ୟା ଦେଖାଯାଇଥିଲା।
ସୂଚନା ଅନୁସାରେ ସୋର ଓ ମାର୍କୋଣା ଷ୍ଟେସନ ମଝିରେ ଦୁଇଟି ମାଲବାହୀ ଗାଡ଼ିର ଇଞ୍ଜିନ ବଗି ଛାଡ଼ି ଚାଲିଯାଇଥିବା ବେଳେ କିଛି ସମୟ ପରେ ପୁନଶ୍ଚ ବଗିକୁ ନେଇଥିବା ଜଣାପଡ଼ିଛି। ଆଜି ଦିନ ୧ଟାରେ ଭଦ୍ରକରୁ ବାଲେଶ୍ଵର ଅଭିମୁଖେ ଯାଉଥିବା କୋଇଲା ବୋଝେଇ ଟ୍ରେନ୍ ମାର୍କୋଣା ଷ୍ଟେସନ ନିକଟରେ ୭ଟି ବଗି ଛାଡି ପଳାଇ ଯାଇଥିଲା। ସେହିପରି ସୋରରେ ବାଲେଶ୍ବର ଠାରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରେନ୍ ଦୁଇଟି ବଗି ଛାଡ଼ିଯାଇଥିଲା।
ଟ୍ରେନ୍ଗୁଡ଼ିକ ବଗି ଛାଡ଼ି ଯିବା ପରେ ଲୋକମାନେ ବହୁତ ସମୟ ଧରି ସମସ୍ୟା ଭୋଗି ଥିଲେ। ଘଣ୍ଟାଏରୁ ଅଧିକ ସମୟ ପରେ ଇଞ୍ଜିନ ଆସି ବଗିକୁ ନେଇ ଗନ୍ତବ୍ୟ ସ୍ଥଳକୁ ଯାଇଥିଲା।
Indian Railways
Follow Us