ପ୍ରସ୍ତୁତି ଜାରି: ଜିଲ୍ଲା ଗଠନର ୩୧ବର୍ଷ ପରେ ବୌଦ୍ଧବାସୀ ଦେଖିବେ ରେଳ

Advertisment

ବୌଦ୍ଧକୁ ଟ୍ରେନ୍ ଗଡ଼ିବ ଗଡ଼ିବ ବୋଲି ନେତା, ମନ୍ତ୍ରୀଙ୍କ ଆଶ୍ବାସନା ସହ ସମୟ ଗଡ଼ି ଚାଲିଥିଲା। ଏବେ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଦେଶର ରେଳ ମାନଚିତ୍ରରେ ବୌଦ୍ଧ ଜିଲ୍ଲା ଯୋଡ଼ି ହେବାକୁ ଯାଉଛି।

ବୌଦ୍ଧକୁ ଟ୍ରେନ୍ ଗଡ଼ିବ ଗଡ଼ିବ ବୋଲି ନେତା, ମନ୍ତ୍ରୀଙ୍କ ଆଶ୍ବାସନା ସହ ସମୟ ଗଡ଼ି ଚାଲିଥିଲା। ଏବେ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଦେଶର ରେଳ ମାନଚିତ୍ରରେ ବୌଦ୍ଧ ଜିଲ୍ଲା ଯୋଡ଼ି ହେବାକୁ ଯାଉଛି।

Boudh train

ବୌଦ୍ଧ: ବୌଦ୍ଧକୁ ଟ୍ରେନ୍ ଗଡ଼ିବ ଗଡ଼ିବ ବୋଲି ନେତା, ମନ୍ତ୍ରୀଙ୍କ ଆଶ୍ବାସନା ସହ ସମୟ ଗଡ଼ି ଚାଲିଥିଲା। ଏବେ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଦେଶର ରେଳ ମାନଚିତ୍ରରେ ବୌଦ୍ଧ ଜିଲ୍ଲା ଯୋଡ଼ି ହେବାକୁ ଯାଉଛି। ଆସନ୍ତା ୨୦ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଓଡ଼ିଶା ଗସ୍ତ ଅବସରରେ ବୌଦ୍ଧରୁ ରେଳ ଚଳାଚଳର ଶୁଭାରମ୍ଭ ହେବ। ସୋନ୍ପୁରରୁ ପୁରୁଣାକଟକ ପର୍ଯ୍ୟନ୍ତ ନବନିର୍ମିତ ରେଳଧାରଣାର ଉଦ୍‌ଘାଟନ ହେବ। ସେହିଦିନ ଅପରାହ୍ଣ ୪ଟାରେ ଆଭାସୀ (ଭିଡ଼ିଓ କଡ଼ଫରେସନ୍) ମାଧ୍ୟମରେ ଭୁବନେଶ୍ବରରୁ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ।

ପୁରୁଣାକଟକ ଏବଂ ବୌଦ୍ଧରୁ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧିଙ୍କ ଉପସ୍ଥିତିରେ ଏକସଂଗେ ଦୁଇଟି ଟ୍ରେନ୍ ଗଡ଼ିବା ସହ ବୌଦ୍ଧ ରେଳ ଷ୍ଟେସନ୍‌ରେ ଏକ ଭବ୍ୟ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ଏନେଇ ଗତ ୧୦ତାରିଖରେ ‘ସମ୍ବାଦ’ ପକ୍ଷରୁ ପ୍ରକାଶ ପାଇଥିବା ଖବରରେ ହୋଇଥିବା ପୂର୍ବାନୁମାନ ସତ ସାବ୍ୟସ୍ତ ହେବାକୁ ଯାଉଛି। 

713a9541-9902-498a-9bd6-dc1415d9a2f6

ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପରେ ମୋଟ ୩୦୧କିମି ରେଳପଥରୁ ଆଉ ମାତ୍ର ୭୫କିମି(ପୁରୁଣାକଟକରୁ ଦଶପଲ୍ଲା ମଧ୍ୟରେ) ନିର୍ମାଣ କାମ ବାକି ରହିଛି। ତେବେ ବଲାଙ୍ଗୀରରୁ ପୁରୁଣାକଟକ ପର୍ଯ୍ୟନ୍ତ ୧୨୦କିମି ରେଳପଥ ସମ୍ପୂର୍ଣ୍ଣ ହୋଇ ସିଆର୍ଏସ୍ ନିରୀକ୍ଷଣ ଗତ ମାର୍ଚ୍ଚମାସରେ ଶେଷ ହୋଇଥିଲା। ଖୁବ୍‌ଶୀଘ୍ର ରେଳ ଗଡ଼ିବ ବୋଲି କୁହାଯାଉଥିଲା। ଜିଲ୍ଲା ଗଠନର ୩୧ବର୍ଷ ପରେ ଆସନ୍ତା ୨୦ତାରିଖରେ ରେଳ ଚଳାଚଳ ନେଇ ବୌଦ୍ଧବାସୀଙ୍କ ସ୍ବପ୍ନ ବାସ୍ତବରେ ପରିଣତ ହେବାକୁ ଯାଉଛି, ଯାହାକି ଜିଲ୍ଲାର ବିକାଶକୁ ତ୍ବରାନ୍ବିତ କରିବାରେ ସହାକ ହେବ। ଏହି  ଐତିହାସିକ ଦିବସକୁ ସ୍ମରଣୀୟ କରିବା ପାଇଁ ଜୋର୍ଦାର୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ବୌଦ୍ଧ ରେଳ ଷ୍ଟେସନ୍ ଏଥପାଇଁ ଏବେ ସଜେଇ ହେବାରେ ଲାଗିଛି। ରେଳଧାରଣାର ନିରୀକ୍ଷଣ ସହ ଅନ୍ୟାନ୍ୟ ଆନୁସଂଗିକ କାର୍ଯ୍ୟ, ଷ୍ଟେସନ୍ର ସାଜସଜ୍ଜା, ରାସ୍ତାରେ ସ୍ବାଗତ ତୋରଣ ସ୍ଥାପନ ଆଦି ଜାରି ରହିଛି। ସକାଳେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ବୌଦ୍ଧ ରେଳଷ୍ଟେସନ୍ ପରିଦର୍ଶନ କରି ରେଳ କର୍ତ୍ତୃପକ୍ଷଙ୍କ ସହ ପ୍ରସ୍ତୁତି ଏବଂ ଉଦ୍‌ଘାଟନୀ କାର୍ଯ୍ୟକ୍ରମର ସଫଳ ଆୟୋଜନ ନେଇ ଆଲୋଚନା କରିଥିଲେ। ଅପରାହ୍ଣରେ ଜିଲ୍ଲପାଳ ସୁବ୍ରତ କୁମାର ପଣ୍ଡାଙ୍କ ସହ ଅନ୍ୟ ବରିଷ୍ଠ ପ୍ରଶାସନକି ଅଧିକାରୀ ଷ୍ଟେସନ୍‌ରେ ପହଁଚି ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ। ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଂଜିତ ମୁନି ମଧ୍ୟ ଅପରାହ୍ଣରେ ଷ୍ଟେସନ୍‌ରେ ପହଁଚି ଆଇନ୍ଶୃଙ୍ଖଳା ରକ୍ଷା ପାଇଁ କିଭଳି ପ୍ରସ୍ତୁତି ହେବ, ସେନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଫେରିଥିଲେ।

Boudh | Indian Railways

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe