Sabitri brata celebrated. Photograph: (sambad.in )
ନବରଙ୍ଗପୁର: ସ୍ବାମୀଙ୍କର ଉତ୍ତମ ସ୍ବାସ୍ଥ୍ୟ ସହ ଦୀର୍ଘ ନିରାମୟ ଜୀବନ ପାଇଁ ସ୍ତ୍ରୀମାନେ ଆଜି ସାବିତ୍ରୀ ବ୍ରତ ପାଳନ କରନ୍ତି। ମହିଳାମାନେ ଆଜି ସାବିତ୍ରୀ, ସତ୍ୟବାନ ସହ ଯମଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି। ସହରର ବିଭିନ୍ନ ମନ୍ଦିର ସହ ଘର ଗୁଡ଼ିକରେ ମହିଳାମାନେ ଏକତ୍ରିତ ହୋଇ ଏହି ବ୍ରତକୁ ପାଳନ କରିଥିଲେ। ସ୍ବାମୀଙ୍କ ସହ ମିଶି ବିଭିନ୍ନ ମନ୍ଦିର ଯାଇ ଦେବା ଦେବୀଙ୍କ ଦର୍ଶନ ବି କରିଥିବା ଦେଖିବାକୁ ମିଳିଥିଲା। ସେଭଳି ନୂଆରେ ବାହା ହୋଇଥିବା ବହୁ ନବକନ୍ୟା ବି ପ୍ରଥମ କରି ଆଜି ଏହି ବ୍ରତକୁ ପାଳିଥିଲେ। ବିଭିନ୍ନ ମନ୍ଦିର ସମେତ କିଛି ମହିଳାଙ୍କ ଘରେ ଏକତ୍ର ହୋଇ ପୂଜାଅର୍ଚ୍ଚନା କରିଥିଲେ ମହିଳା।
ଏହି କ୍ରମରେ ନବରଙ୍ଗପୁର ଉପଖଣ୍ଡ କାରାଗାରରେ ବି କାରାଗାର ପ୍ରଶାସନ ସହଯୋଗରେ ୩ଜଣ ଅନ୍ତେବାସୀ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ସାବିତ୍ରୀର ଭାର ଜେଲ୍ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲା ବୋଲି କହିଛନ୍ତି ଜେଲ ଅଧୀକ୍ଷକ ଦେବେନ୍ଦ୍ର ଥାଟି। ଜେଲ୍ ମଧ୍ୟରେ ଜେଲର ଜଣେ କର୍ମଚାରୀ ପୂଜା ଅର୍ଚ୍ଚନା କରିବା ସହ ବ୍ରତର କାହାଣୀ ପଢ଼ି ଶୁଣାଇଥିଲେ। ୩ ଅନ୍ତେବାସୀ ସାବିତ୍ରୀ ଉପବାସ ବି ରଖିଥିବା କହିଛନ୍ତି ଅଧୀକ୍ଷକ। ଏପରିକି ୧୦ଜଣ ମହିଳା ଅନ୍ତେବାସୀ ରହୁଥିବା ବେଳେ ସେଥିରୁ ୩ ମହିଳା ଜେଲରେ ରହିଥିବା ନିଜ ଅନ୍ତେବାସୀ ସ୍ବାମୀଙ୍କ ସହ ଏହି ବ୍ରତ ପାଳିଥିଲେ। ଜେଲ କର୍ତ୍ତୃପକ୍ଷ ତରଫରୁ ସାବିତ୍ରୀ ଭାର ଦିଆଯାଇଥିଲା।
ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ପକ୍ଷରୁ ସ୍ଥାନୀୟ ବିନାୟକ ଭବନ ପରିସରରେ ସାବିତ୍ରୀ ବ୍ରତ ପାଳନ କରାଯାଇଥିଲା। ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ସମସ୍ତ କିନ୍ନର ଯୋଗ ଦେଇ ଭାରତୀୟ ସୈନିକମାନଙ୍କ ସୁରକ୍ଷା ଓ ଦୀର୍ଘାୟୁ ନିମନ୍ତେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ସମସ୍ତ ମହିଳା ନିଜ ସ୍ୱାମୀର ଦୀର୍ଘାୟୁ କାମନା ନିମନ୍ତେ ପୂଜା କରୁଥିବା ବେଳେ ନବରଙ୍ଗପୁର ଜିଲ୍ଲା କିନ୍ନରମାନେ ଦେଶର ବୀର ସୈନିକମାନଙ୍କର ଦୀର୍ଘାୟୁ ସମେତ ଜଗତ କଲ୍ୟାଣ ନିମନ୍ତେ ପୂଜା କରିଥିବା ଜାଣି ସାଧାରଣ ଜନତା ବହୁତ୍ ଖୁସି ପ୍ରକଟ କରିବା ସାଥେ ସାଥେ ଏପରି ଅଭିନବ ପ୍ରୟାସ କୁ ପ୍ରଶଂସା କରିଛନ୍ତି।
ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ପକ୍ଷରୁ ସ୍ଥାନୀୟ ବିନାୟକ ଭବନ ପରିସରରେ ସାବିତ୍ରୀ ବ୍ରତ ପାଳନ କରାଯାଇଥିଲା। ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ସମସ୍ତ କିନ୍ନର ଯୋଗ ଦେଇ ଭାରତୀୟ ସୈନିକମାନଙ୍କ ସୁରକ୍ଷା ଓ ଦୀର୍ଘାୟୁ ନିମନ୍ତେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି।
ସଂଘ ସଭାପତି କାଜଲ, ସମ୍ପାଦକ ଚୁମକିଙ୍କ ସହ ସମ୍ପାଦକ ପ୍ରୀତି ଆଦି ପରିଚଳାନା କରିଥିଲେ। ପୂଜା ସମୟରେ ଜିଲ୍ଲା କିନ୍ନର ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ, ପ୍ରୋଜେକ୍ଟ ଲିଡର ଏମ.ବାଲା କୃଷ୍ଣ ରାଓ, ସଂଘ ଉପଦେଷ୍ଟା ଶର୍ମିଷ୍ଠା ଦେଓ, କିଶୋରୀ ପଟ୍ଟନାୟକ, ସ୍ଵର୍ଣ୍ଣଲତା ପଟ୍ଟନାୟକ, ଦୁର୍ଗା ପାଢ଼ୀ, ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Nabarangpur
Follow Us