Transgenders celebrate Sabitri Photograph: (sambad.in )
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ସୋମବାର ଦିନ ହଜାର ହଜାର ମହିଳା ସାବିତ୍ରୀ ବ୍ରତ ପାଳନ କରିଥିବା ବେଳେ ଏଠାରେ ଭକ୍ତିମୟ ପରିବେଶ ଦେଖାଯାଇଥିଲା।
ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥିବା ବେଳେ ପ୍ରଥମ ଥର ପାଇଁ କିନ୍ନରମାନେ ଉତ୍ସାହର ସହିତ ତାଙ୍କ ଗୁରୁଙ୍କ ଦୀର୍ଘାୟୁ ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସାବିତ୍ରୀ ବ୍ରତ ପାଳନ କରିଥିଲେ।
ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିଥିବା ବେଳେ ପ୍ରଥମ ଥର ପାଇଁ କିନ୍ନରମାନେ ଉତ୍ସାହର ସହିତ ତାଙ୍କ ଗୁରୁଙ୍କ ଦୀର୍ଘାୟୁ ପାଇଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ସାବିତ୍ରୀ ବ୍ରତ ପାଳନ କରିଥିଲେ। ତାଙ୍କ ପାଖରେ ମଧ୍ୟ ପରିଲକ୍ଷିତ ହୋଇଛି ବେଶ ଉତ୍ସାହ, ତଦସହିତ ଏହି ଜଗତ କଲ୍ୟାଣ, ଭାରତର ନରନାରୀ ସମସ୍ତଙ୍କ କଲ୍ୟାଣ ତଥା ଦୀର୍ଘାୟୁ ହୁଅନ୍ତୁ ବୋଲି ଜଗତର ନାଥ ଜଗନ୍ନାଥ ପାଖରେ ଆଶୀର୍ବାଦ ଭିକ୍ଷା କରିଛୁ ବୋଲି ରାଇରଙ୍ଗପୁର ଅର୍ଦ୍ଧନାରୀ କିନ୍ନର ସଂଘ ସଭାପତି ଚୁମୁକି କାରୁଆ ଏବଂ ଅଳକା ସେଠୀ, ସିମରନ ଦାସ, ରାକ୍ଷୀ ନାହକା,ଏ. ଅପର୍ଣ୍ଣା, ମିସ ଅଙ୍କିତା, ବୁଲି ଦାସ ପ୍ରମୁଖ କହିଛନ୍ତି।
Mayurbhanj
Follow Us