ଝାରସୁଗୁଡ଼ା: ଆସନ୍ତାକାଲି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଝାରସୁଗୁଡ଼ାରେ ଟ୍ରାଂଜିଟ ଗସ୍ତ ରହିଛି। ଅର୍ଥାତ ରାଷ୍ଟ୍ରପତି ବିମାନ ବନ୍ଦରରୁ ବାହାରକୁ ବାହାରିବେନି, କିନ୍ତୁ ବିମାନ ବନ୍ଦର ଦେଇ ୨ଥର ଯିବା ଆସିବା କରିବ। ଆସନ୍ତାକାଲି ଦିଲ୍ଲୀ ବିମାନ ବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାହାରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିନ ୧୦ଟା ୫ ମିନିଟରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ କରିବେ। ଏଠାରୁ ହେଲିକପ୍ଟର ଯୋଗେ ଛତିଶଗଡ଼ର ଅମ୍ବିକାପୁରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇ ସେଠାରୁ ହେଲିକପ୍ଟର ଯୋଗେ ବାହାରି ଦିନ ୧ଟା ୩୫ ମିନିଟରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ। ଏଠାରୁ ପୁଣି ଦିନ ୧ଟା ୪୫ ମିନିଟରେ ବାୟୁ ସେନାର ସ୍ୱତନ୍ତ୍ର ବିମାନ ଯୋଗେ ତିରୁପତି ଗସ୍ତ କରିବେ।
ବିମାନ ବନ୍ଦର ଅଞ୍ଚଳରେ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା
ରାଷ୍ଟ୍ରପତିଙ୍କ ଗସ୍ତଙ୍କୁ ଆଖି ଆଗରେ ରଖି ଆଜିଠାରୁ ବିମାନ ବନ୍ଦର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି ସନ୍ଧ୍ୟାରୁ ନେଇ ରାଷ୍ଟ୍ରପତିଙ୍କ ବିମାନ ଏଠାରୁ ଉଡାଣ ଭରିବା ଯାଏ ବିମାନ ବନ୍ଦର ଅଞ୍ଚଳରେ ନୋ ଫ୍ଲାଇଙ୍ଗ ଜୋନ ଘୋଷଣା କରାଯାଇଛି। ଆଜି ଉତ୍ତରାଞ୍ଚଳ ପୁଲିସ ଆଇଜି ହିମାଂଶୁ ଲାଲ, ଏସପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ରଙ୍କ ଉପସ୍ଥିତିରେ କାରକେଡ଼ ରିହର୍ସଲ ହୋଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାର ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ସେପଟେ, ରାଷ୍ଟ୍ରପତିଙ୍କ ଗସ୍ତର ଦିନକ ପୂର୍ବରୁ ଅର୍ଥାତ ଆଜି ବାୟୁ ସେନାର ୩ଟି ହେଲିକପ୍ଟର ମଧ୍ୟ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚି ସାରିଛି।
ଆହୁରି ପଢ଼ନ୍ତୁ:Kanak-News-Odisha-Nirman-Conclave-2025 Journalist Ashotosh: ବିଶ୍ୱଗୁରୁ ହେବା ଲାଗି ଆମକୁ କିଛି ନୂଆ କରିବାକୁ ପଡ଼ିବ: ବରିଷ୍ଠ ସାମ୍ବାଦିକ ଆଶୁତୋଷ
ଆହୁରି ପଢ଼ନ୍ତୁ:BJD Facebook Post Shreemayee Mishra: ତାମିଲ ବୋହୂ ହାତରେ ଦଳକୁ ଟେକି ଦେବା ପାଇଁ ଏବେ ସଂଘବଦ୍ଧ ରଣନୀତି ଆରମ୍ଭ: ଶ୍ରୀମୟୀ ମିଶ୍ର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/19/untitled-12-1-2025-11-19-14-43-52.jpg)