Transport minister reviewing on Skill fare in Nabarangpur. Photograph: (sambad.in)
ନବରଙ୍ଗପୁର: ସ୍ଥାନୀୟ ମିସନ ଶକ୍ତି ସମ୍ମିଳନୀ ଗୃହରେ ବିଭିନ୍ନ ଉନ୍ନତିମୂଳକ ଯୋଜନା ସହ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ୧୨ରୁ ୧୮ତାରିଖ ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ବିକାଶ ମେଳା ନିମନ୍ତେ ପ୍ରସ୍ତୁତି ବୈଠକର ସମୀକ୍ଷା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କରିଥିଲେ। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ସାଂସଦ ପ୍ରତିନିଧି କୁଞ୍ଜ ବିହାରୀ ଦାସ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ଵଜିତ ବର୍ମନ୍, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ, ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଭାଗ ନେଇଇଥିଲେ। ସ୍ବାସ୍ଥ୍ୟ,ଖଣି,ପରିବହନ, ପାନୀୟ ଜଳ, ଯୋଗାଣ, ସାମାଜିକ ସୁରକ୍ଷା, ସମାଜ କଲ୍ୟାଣ, ଶିଳ୍ପ, ଶ୍ରମ, ଦକ୍ଷତା ବିକାଶ, ଜିଲ୍ଲା ପରିଷଦ ବିଭାଗର ବର୍ଷ ପୂର୍ତ୍ତି ମଧ୍ୟରେ ନିଆଯାଇଥିବା ପଦକ୍ଷେପ ଓ ଯୋଜନା ପ୍ରଣୟନ ଉପରେ ବିଭିନ୍ନ ତଥ୍ୟ ପି ପି ଟି ମାଧ୍ୟମରେ ମନ୍ତ୍ରୀ ଅବଗତ ହୋଇଥିଲେ।
ନୂତନ ମଣ୍ଡେଇ ପଡିଆରେ ଆୟୋଜିତ ହେବାକୁ ଥିବା ବିକାଶ ମେଳାରେ ବିଭିନ୍ନ ବିଭାଗୀୟ ଷ୍ଟଲ୍, ଖାଦ୍ୟ ଉତ୍ସବ ଓ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ, ଅନୁଷ୍ଠିତ ହେବ। ଗ୍ରାମାଞ୍ଚଳରୁ ବ୍ଲକ ଓ ସହରାଞ୍ଚଳରେ ବିକାଶ ବାହନ ଯାତ୍ରା ଦ୍ଵାରା ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ବିଶେଷ ପ୍ରଚାର ପ୍ରସାର କରାଯିବ।
ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ଶାନ୍ତି ଶୃଙ୍ଖଳା, ପାର୍କିଂ, ମାଜିଷ୍ଟ୍ରେଟ ଦାୟିତ୍ଵ, ଶୌଚାଳୟ, ପାନୀୟ ଜଳ, ପରିମଳ, ଅଗ୍ନିଶମ ନିରାପତ୍ତା,ଷ୍ଟଲ୍, ସାଂସ୍କୃତିକ କାର୍ଯ୍ୟକ୍ରମ, ପଡ଼ିଆ ସଫେଇ, ବିଶେଷ ପ୍ରଚାର ପ୍ରସାର, ମିଡିଆ, ସୁଭଦ୍ରା ଶକ୍ତି ପାରମ୍ପାରିକ ଖାଦ୍ୟ ପ୍ରତିଯୋଗିତା, ଷ୍ଟେଜ, ଅତିଥି ସ୍ଵାଗତ, ବିଦ୍ୟୁତ୍ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା।
କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଶେଷ ପଦକ୍ଷେପ ନେବାକୁ ମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗୀୟ ଷ୍ଟଲ୍ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦ୍ଵାରା ନିଆଯାଇଥିବା ପଦକ୍ଷେପକୁ ସଫଳ ଭାବରେ ପ୍ରଦର୍ଶନ ପାଇଁ ବିଶେଷ ଗୁରୁତ୍ବ ଦେଇ କାର୍ଯ୍ୟ ଆରମ୍ଭ କରିବାକୁ ବିଭାଗିୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜିଲ୍ଲାରେ ବିଭାଗୀୟ ବିଭିନ୍ନ ଯୋଜନା ର ପ୍ରଣୟନ ଓ ହିତାଧିକାରୀମାନଙ୍କୁ ପହଞ୍ଚିଥିବା ସହାୟତା,ବିକାଶ ମୂଳକ କାର୍ଯ୍ୟକ୍ରମର ବିକାଶ ମେଳା ରେ ସଫଳ ପ୍ରଦର୍ଶନ ଓ ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କହିଥିଲେ। ବିକାଶ ମେଳାରେ ମୋଟ ବିଭାଗୀୟ ଷ୍ଟଲ୍ ୩୬ ଏବଂ ପାରମ୍ପରିକ ଖାଦ୍ୟ ଷ୍ଟଲ ୨୫ ଏଭଳି ୬୧ ଟି ଷ୍ଟଲ ର ଆୟୋଜନ କରାଯାଉଛି। ଶେଷରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଧନ୍ୟବାଦ୍ ଦେଇଥିଲେ।
Nabarangpur
Follow Us