ବିକଶିତ ଓଡ଼ିଶା! ପୁଣି ଅନ୍ଧାରରେ ଚିକିତ୍ସା

ଯେତେ ଚକାଚକ କଲେ ମଧ୍ୟ ସମସ୍ୟାର ଅନ୍ତ ନାହିଁ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ମୁଖ୍ୟଚିକିତ୍ସାଳୟ ବୁଧବାର ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଛି।

856e4698-d4b2-408a-aaf2-f9ee61478404

ବଣାଇଗଡ଼: ଯେତେ ଚକାଚକ କଲେ ମଧ୍ୟ ସମସ୍ୟାର ଅନ୍ତ ନାହିଁ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ମୁଖ୍ୟଚିକିତ୍ସାଳୟ ବୁଧବାର ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ପରିସର ଅନ୍ଧକାର ହୋଇପଡ଼ିଛି। ଖବର ଲେଖାହେବା ସୁଦ୍ଧା(ରାତି  ୮ଟା ପର୍ଯ୍ୟନ୍ତ) ବିଦ୍ୟୁତ୍‌ସେବା ସ୍ବାଭାବିକ ହୋଇପାରି ନାହିଁ। ଫଳରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ହଟହଟା ହେବାକୁ ପଡୁଛି। ବିଦ୍ୟୁତ୍‌ସେବା ବ୍ୟାହତ ହେବା ଯୋଗୁ ବିଭିନ୍ନ ୟୁନିଟ୍‌ ମଧ୍ୟ ବନ୍ଦ ହୋଇଯାଇଛି। କେବଳ ମେଡିସିନ ବଣ୍ଟନ ଚ୍ୟାମ୍ବରଗୁଡ଼ିକ ଇନଭର୍ଟର୍‌ ଦ୍ୱାରା ଆଲୋକିତ ରହିଛି।

ଆଜି ଅପରାହ୍ନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଫଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା। ଫଳରେ ରୋଗୀମାନେ ଗରମ ଗୁଳୁଗୁଳିରେ ହନ୍ତସନ୍ତ ହେବା ସହ ମହମବତି ଓ ମୋବାଇଲ ଆଲୁଅରେ କାର୍ଯ୍ୟ କରୁଛନ୍ତି।

ଏହି ଖବର ପଢ଼ନ୍ତୁ: ମୋବାଇଲ ଆଲୁଅରେ ରୋଗୀଙ୍କ ଦେହରେ ଫୋଡ଼ା ହେଲା ସାଲାଇନ୍

ସୂଚନା ଅନୁସାରେ ଆଜି ଅପରାହ୍ନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଫଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା। ଫଳରେ ରୋଗୀମାନେ ଗରମ ଗୁଳୁଗୁଳିରେ ହନ୍ତସନ୍ତ ହେବା ସହ ମହମବତି ଓ ମୋବାଇଲ ଆଲୁଅରେ କାର୍ଯ୍ୟ କରୁଛନ୍ତି। ଏହି ସମ୍ପର୍କରେ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ପତିଙ୍କୁ ପଚାରିବାରୁ ଗ୍ରୀଡ୍‌ରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ ହୋଇଥିବା ଯୋଗୁ ସେଭଳି ସମସ୍ୟା ଉପୁଜିଛି ବୋଲି କହିଥିଲେ। ସେହିପରି ଚିକିତ୍ସାଳୟରେ ଥିବା ଉଚ୍ଚକ୍ଷମତା ସମ୍ପନ୍ନ ଜେନେରେଟର ମଧ୍ୟ ଅଚଳ ହୋଇପଡ଼ିଛି। ଫଳରେ ସମଗ୍ର ଚିକିତ୍ସାଳୟ ଅନ୍ଧାରରେ ରହିଛି।

Health | sundargarh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe