ମୋବାଇଲ ଆଲୁଅରେ ରୋଗୀଙ୍କ ଦେହରେ ଫୋଡ଼ା ହେଲା ସାଲାଇନ୍

ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର ପଦାକୁ ଆସିଛି। ଜରୁରିକାଳୀନ ବିଭାଗ ଅନ୍ଧାର ହୋଇ ଯିବାରୁ ମୋବାଇଲ ଟର୍ଚ୍ଚ ଆଲୁଅରେ ରୋଗୀଙ୍କ ଶରୀରରେ ଇଞ୍ଜେକସନ୍ ଓ ସାଲାଇନ୍ ଛୁଞ୍ଚି ପୋଡ଼ା ଯାଇଥିବା ଦେଖିବାକୁ ମିଳିଛି।

New Project (36)

ଜଗତସିଂହପୁର: ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ନଗ୍ନ ଚିତ୍ର ପଦାକୁ ଆସିଛି। ଜରୁରିକାଳୀନ ବିଭାଗ ଅନ୍ଧାର ହୋଇ ଯିବାରୁ ମୋବାଇଲ ଟର୍ଚ୍ଚ ଆଲୁଅରେ ରୋଗୀଙ୍କ ଶରୀରରେ ଇଞ୍ଜେକସନ୍ ଓ ସାଲାଇନ୍ ଛୁଞ୍ଚି ପୋଡ଼ା ଯାଇଥିବା ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟସେବାକୁ ସରକାର ଗୁରୁତ୍ବ ଦେଉଥିବା ବେଳେ ଏଭଳି ଘଟଣା ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ସହରରେ ଗତକାଲି ରାତି ପ୍ରାୟ ସାଢେ ୯ଟାରୁ ଅନ୍ଧାର ହୋଇ ଯାଇଥିଲା।ରାତି ପ୍ରାୟ ସାଢେ ୧୦ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜରୁରିକାଳୀନ ବିଭାଗ ଅନ୍ଧାର ହୋଇ ଯାଇଥିଲା। ଏସଭିଏମ୍ କଲେଜରେ ଧାରଣାରେ ବସିଥିବା ଅଣଶିକ୍ଷକ କର୍ମଚାରୀ ସଂଘ ସଭାପତି ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜରୁରିକାଳୀନ ବିଭାଗରେ ଭର୍ତ୍ତି କରା ଯାଇଥିଲା।

ଅନ୍ଧାର ହୋଇ ଯାଇଥିବାରୁ ତାଙ୍କୁ ସାଙ୍ଗରେ ନେଇ ଆସିଥିବା କର୍ମଚାରୀମାନେ ମୋବାଇଲ ଟର୍ଚ୍ଚ ଲାଇଟ ଜଳାଇବା ପରେ ଇଞ୍ଜେକସନ୍ ଓ ସାଲାଇନ୍ ଦିଆଯାଇଥିଲା, ଯାହା ଚର୍ଚ୍ଚାର ବିଷୟ ପାଲଟିଛି। ଜେନେରେଟର ବ୍ଯବସ୍ଥା ଥାଇ ମଧ୍ଯ ବିଜୁଳି କାହିଁକି ଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସେହିପରି ଏଭଳି ଗୁରୁତର ଘଟଣା ଘଟିଥିଲେ ମଧ୍ଯ କର୍ତ୍ତୃପକ୍ଷଙ୍କର ଦେଖା ମିଳି ନ ଥିଲା। 

Hospital | Jagatsinghpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe