କଲେଜ ପରିସରରୁ କାଟିଦେଲେ ୩୦ ଗଛ; ପୁରାତନ ଛାତ୍ର ମହଲରେ ଅସନ୍ତୋଷ

ସ୍ବାଧୀନତାର ଏତେ ବର୍ଷ ପରେ ନବରଙ୍ଗପୁର କଲେଜ ସରକାରୀ ମାନ୍ୟତା ପାଇବାରୁ ବଂଚିତ ରହିଛି। ଏହାକୁ ନେଇ ପୁରାତନ ଛାତ୍ର ମହଲରେ ଅସନ୍ତୋଷ ଲାଗି ରହିଛି। ଏହାରି ମଧ୍ୟରେ କଲେଜ ପରିସରରୁ ୩୦ଟି ଗଛ କଟାଯାଇଥିବା ଦେଖିବାକୁ ମିଳିଛି।

Nabarangpur collage

Nabarangpur collage Photograph: (sambad.in )

ନବରଙ୍ଗପୁର: ସ୍ବାଧୀନତାର ଏତେ ବର୍ଷ ପରେ ନବରଙ୍ଗପୁର କଲେଜ ସରକାରୀ ମାନ୍ୟତା ପାଇବାରୁ ବଂଚିତ ରହିଛି। ଏହାକୁ ନେଇ ପୁରାତନ ଛାତ୍ର ମହଲରେ ଅସନ୍ତୋଷ ଲାଗି ରହିଛି। ଏହାରି ମଧ୍ୟରେ କଲେଜ ପରିସରରୁ ୩୦ଟି ଗଛ କଟାଯାଇଥିବା ଦେଖିବାକୁ ମିଳିଛି। କଲେଜ ଛୁଟି ଥିବା ସମୟରେ କିଏ ଓ କାହିଁକି ଏଭଳି ଗଛ ବିନା ବୈଠକରେ କାଟିଛି ବୋଲି ପୁରାତନ ଛାତ୍ର ମାନେ ପ୍ରଶ୍ନ କରିବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। 

ଦକ୍ଷିଣ ଓଡ଼ିଶାର ସର୍ବପୁରାତନ କଲେଜ ମଧ୍ୟରେ ନବରଙ୍ଗପୁର କଲେଜ ଅନ୍ୟତମ। ଏହି କଲେଜର ଚାରିପାର୍ଶ୍ବରେ ଶାଳ, ଚାକୁଣ୍ଡା, ଆକାଶିଆ ଆଦି ଗଛ ଲାଗିବାସହ କଲେଜ ସବୁଜ କ୍ୟାମ୍ପସ୍ ଭାବେ ପରିଚିତ ଥିଲା। ଗତ ୮ବର୍ଷ ତଳେ ଏପରି କଲେଜ ପରିସରରୁ ବ୍ୟାପକ ଭାବେ ଗଛ କାଟି ବିକ୍ରି କରି ଦିଆଯାଇଥିଲା। ସେହି ଇତିହାସର ପୁନରାବୃତ୍ତି ବୋଲି ପୁରାତନ ଛାତ୍ରମାନେ କହିଛନ୍ତି। ବିନା ସାଧାରଣ ପରିଷଦ ବୈଠକରେ ଗଛ କାଟିବା କଥା ନୁହେଁ ବୋଲି  ଏମାନେ ଅଭିଯୋଗ କରିଛନ୍ତି।

ସାମାନ୍ୟ ଝଡ଼ବର୍ଷା କିମ୍ବା ପବନ ହେବା ମାତ୍ରକେ ଗଛ ଗୁଡ଼ିକ ଉପୁଡ଼ି ପଡୁଛି। କେତେ ବେଳେ ଛାତ୍ରଛାତ୍ରୀ ତ କେତେ ବେଳେ ଅଧ୍ୟାପକଙ୍କ ଉପରେ ବି ପଡି ଧନଜୀବନ ନଷ୍ଟ ହେବା ସମ୍ଭାବନା ବି ଅଧିକା ରହିଛି। ବିଦ୍ୟୁତ ତାର ଉପରେ ବି ପଡି ବହୁବାର ବିଦ୍ୟୁତ କାଟ ହୋଇଛି ବୋଲି କହିଛନ୍ତି କଲେଜର ଅଧ୍ୟକ୍ଷ ଡି.ଗୋବିନ୍ଦ ରାଓ। ସେ ଗଛ କାଟିବା ପାଇଁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଡିଏଫଓ, ବିଧାୟକ ଆଦିଙ୍କୁ ବି ଅବଗତ କରି ଚିଠି କରିଥିବା କହିଛନ୍ତି ଅଧ୍ୟକ୍ଷ।

ତେବେ ଯେଉଁ ସବୁ ଗଛ ପଡ଼ି ଯାଇଥିଲା ତାହାକୁ ତଳରୁ ଏବଂ ପଡିଯିବାର ସମ୍ଭାବନା ଥିଲା ସେଭଳି ଗଛକୁ ଟ୍ରିମିଂ କରାଯାଇଛି ବୋଲି ସଫେଇ ଦେଇଛନ୍ତି ଅଧ୍ୟକ୍ଷ। ଅପରପକ୍ଷରେ ପୁରାତନ ଛାତ୍ରମାନେ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି କଲେଜ ଅଧ୍ୟକ୍ଷଙ୍କୁ ଭେଟି ଗଛ କାଟିବାର କାରଣକୁ ନେଇ ଘେରିବା ଯୋଜନା ଆରମ୍ଭ କରିଛନ୍ତି। 

Nabarangpur | Punascha Pruthibi 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe