ମାଲକାନଗିରି: ମାଲକାନଗିରି ସଦର ମହକୁମାକୁ ଲାଗି ରହିଥିବା ଗୌଡଗୁଡା ଗ୍ରାମରେ ଲଗାଣ ବର୍ଷାରେ ସ୍ଥାନୀୟ ଜଣେ ଗ୍ରାମବାସୀଙ୍କର ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ସ୍ଥାନୀୟ ରିକି ବେଶ୍ରା ଏବଂ ତାଂକ ପରିବାର ଲୋକେ ଖାଇପିଇ ରାତିରେ ଶୋଇଥିଲେ। ହଠାତ୍ ରାତିରେ ଏକ ବିରାଟ ଗଛ ତାଂକ ଘର ଉପରେ ପଡିଥିଲା। ଫଳରେ ଘରର ଛାତ କଣା ହେବା ସହ କାନ୍ଥ ପଡ଼ିଯାଇଥିଲା।
ଗୌଡଗୁଡା ଗ୍ରାମରେ ଲଗାଣ ବର୍ଷାରେ ସ୍ଥାନୀୟ ଜଣେ ଗ୍ରାମବାସୀଙ୍କର ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ସ୍ଥାନୀୟ ରିକି ବେଶ୍ରା ଏବଂ ତାଂକ ପରିବାର ଲୋକେ ଖାଇପିଇ ରାତିରେ ଶୋଇଥିଲେ।
ତେବେ ପରିବାର ଲୋକେ ଉଠି ପଡି ବାହାରକୁ ଚାଲିଆସିବା ଫଳରେ କାହାର କିଛି କ୍ଷତି ହୋଇନଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ ବର୍ଷା ଲାଗି ରହିଥିବା ବେଳେ ଏହି ପରିବାର ପାଇଁ ଏବେ ମୁଣ୍ଡ ଗୁଞ୍ଜିବାକୁ ଜାଗା ନଥିବା ପରିବାର ଲୋକେ କହିଛନ୍ତି। ତୁରନ୍ତ ପ୍ରଶାସନ ପକ୍ଷରୁ ଏହି ପରିବାରକୁ ସହଯୋଗର ହାତ ବଢାଇବା ସହ ପରିବାଲ ଲୋକେ କିପରି ଖାଇବେ ଓ ରହିବେ ସେନେଇ ସମସ୍ତ ବ୍ୟବସ୍ଥା ତୁରନ୍ତ କରିବାକୁ ଦାବି କରାଯାଇଛି।
ଏହି ଖବର ପଢ଼ନ୍ତୁ: ପ୍ରବଳ ବର୍ଷାରେ ମାଲକାନଗିରି ବେହାଲ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/yXQfIYKH3zE1KJwva1f2.jpeg)