ବୃକ୍ଷ ରୋପଣ ସହ ସଚେତନତା ପଦଯାତ୍ରା

ବୃକ୍ଷ ହିଁ ଜୀବନ। ଭବିଷ୍ୟତକୁ ଆଖି ଆଗରେ ରଖି ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ବୃକ୍ଷର ଆବଶ୍ୟକତା ରହିଥିବା ବେଳେ ‘ସମ୍ବାଦ’ ପକ୍ଷରୁ ପ୍ରତ୍ୟକ ବର୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେଇ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥାଏ।

IMG_20250629_101610

ଘୁ.ଉଦୟଗିରି: ବୃକ୍ଷ ହିଁ ଜୀବନ। ଭବିଷ୍ୟତକୁ ଆଖି ଆଗରେ ରଖି ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ବୃକ୍ଷର ଆବଶ୍ୟକତା ରହିଥିବା ବେଳେ ‘ସମ୍ବାଦ’ ପକ୍ଷରୁ ପ୍ରତ୍ୟକ ବର୍ଷ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହାତକୁ ନେଇ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥାଏ।

ଘୁ.ଉଦୟଗିରି ସମ୍ବାଦ ସାହିତ୍ୟଘର ପକ୍ଷରୁ ଆଜି ସ୍ଥାନୀୟ ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ  ରେ ବିଭିନ୍ନ କିସମର ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୃକ୍ଷ ରୋପଣ ପୂର୍ବରୁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ହାତରେ ବିଭିନ୍ନ ବୃକ୍ଷର ଚାରା ଧରି ସାରା ଗ୍ରାମ ବୁଲି ବିଭିନ୍ନ ନାରା ଦେଇ ଲୋକଙ୍କୁ ସଚେତନ କରିବା ସହ ନିଜ ଘରେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ ପାଇଁ ସଚେତନ କରିବା ସହ ପ୍ରତ୍ୟକ ଘର ସମ୍ମୁଖରେ ଗୋଟିଏ ଗୋଟିଏ ଚାରା ରୋପଣ କରି ଉକ୍ତ ବୃକ୍ଷର ଦାୟିତ୍ୱ ଉକ୍ତ ପରିବାରର ସଦସ୍ୟଙ୍କୁ ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ବ୍ଲକ ଉପାଧ୍ୟକ୍ଷ ଏନ ଲୁକ୍, ରଟିଙ୍ଗିଆ ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, ଯୁବ ସମାଜସେବୀ ହୃଷୀକେଶ ପ୍ରଧାନ, ଆମନ ଚନ୍ଦ୍ର ନାୟକ, ଅବସରପ୍ରାପ୍ତ ଶିକ୍ଷକ ଗୋଲକ ପଟ୍ଟନାୟକ, ସଂସ୍କୃତ ଶିକ୍ଷକ ମନୋଜ ତ୍ରିପାଠୀ, ସାମ୍ବାଦିକ ସାମନ୍ତ ଶେଖର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ସାହୁ, ଯୋଗଦେଇ ପ୍ରଥମେ ଏକ ଡୋଲା ଚନ୍ଦନ ଚାରା ରୋପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ।

ଦୈନିକ ‘ସମ୍ବାଦ’ ପ୍ରତିନିଧି ସମୀର କୁମାର ପାଢ଼ୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ଘୁ.ଉଦୟଗିରି ସମ୍ବାଦ ସାହିତ୍ୟ ଘରର ସମସ୍ତ ସଦସ୍ୟଙ୍କ ସମେତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି  ୯୫୯ଗୋଟି ବୃକ୍ଷ ରୋପଣ କରିଥିଲେ। ଆଜିର ଏହି ବୃକ୍ଷ ରୋପଣ ରେ ବିଭିନ୍ନ କିଶମ ର ଔଷଧୀୟ ବୃକ୍ଷ ସହ ବହୁ ମୂଲ୍ୟବାନ ଗଛ ରଟିଙ୍ଗିଆ ଛକ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏବଂ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଥିଲା।  

Kandhamal | G. Udayagiri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe