ଭତ୍ତା ପ୍ରଦାନ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଆଦିବାସୀ

ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଜିଲ୍ଲାର ଶତାଧିକ ଆଦିବାସୀ ଶିରା ଓ ପୂଜାରୀଙ୍କ ରଣହୁଙ୍କାର। ନିଜର ପାରଂପାରିକ ବାଦ୍ୟର ତାଳେ ତାଳେ ନିଚଗୀତ ମାଧ୍ୟମରେ ସ୍ଥାନୀୟ ବସଷ୍ଟାଣ୍ଡରୁ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା।

Mkg Sira and Pujari strike

Malkangiri Photograph: (sambad.in)

ମାଲକାନଗିରି: ଜିଲ୍ଲା ସଦର ମହକୁମାରେ ଜିଲ୍ଲାର ଶତାଧିକ ଆଦିବାସୀ ଶିରା ଓ ପୂଜାରୀଙ୍କ ରଣହୁଙ୍କାର। ନିଜର ପାରଂପାରିକ ବାଦ୍ୟର ତାଳେ ତାଳେ ନିଚଗୀତ ମାଧ୍ୟମରେ ସ୍ଥାନୀୟ ବସଷ୍ଟାଣ୍ଡରୁ ଏକ ବିରାଟ ଶୋଭାଯାତ୍ରାରେ ସରକାରୀ ବିରୋଧୀ ନାରା ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଶହଶହ ମହିଳା ଓ ପୁରୁଷ ଶିରା ଓ ପୂଜାରୀମାନେ ମାସିକ ଭତ୍ତା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।

ଶିରା ଓ ପୂଜାରୀମାନେ ଅଭିଯୋଗ କରିଥିଲେ ଯେ କାହିଁ କେଉଁ କାଳରୁ ସେମାନେ ଜନସାଧାରଣଙ୍କ ପୂଜା, ଜନ୍ମ, ବିବାହ, ମୃତ୍ୟୁ ଇତ୍ୟାଦି ସଂସ୍କାର କାର୍ଯ୍ୟ କରିବା ସହ ସେମାନଙ୍କର ଧନ ସଂପତ୍ତି ରକ୍ଷା କରିବା ନିମନ୍ତେ ଏବଂ ରୋଗ ବ୍ୟରାଗୀ ଦୁର କରିବାରେ ସହଯୋଗ କରିଆସୁଛନ୍ତି।

ଶିରା ଓ ପୂଜାରୀମାନେ ଅଭିଯୋଗ କରିଥିଲେ ଯେ କାହିଁ କେଉଁ କାଳରୁ ସେମାନେ ଜନସାଧାରଣଙ୍କ ପୂଜା, ଜନ୍ମ, ବିବାହ, ମୃତ୍ୟୁ ଇତ୍ୟାଦି ସଂସ୍କାର କାର୍ଯ୍ୟ କରିବା ସହ ସେମାନଙ୍କର ଧନ ସଂପତ୍ତି ରକ୍ଷା କରିବା ନିମନ୍ତେ ଏବଂ ରୋଗ ବ୍ୟରାଗୀ ଦୁର କରିବାରେ ସହଯୋଗ କରିଆସୁଛନ୍ତି। କିନ୍ତୁ ସରକାର ଆଜି ପର୍ଯ୍ୟନ୍ତ ସେମାନଙ୍କର କୌମସି ଦୁଃଖ ବୁଝିଲେ ନାହିଁ। କୀର୍ତ୍ତନ କରୁଥିବା ଲୋକଙ୍କୁ ୨ ହଜାର ପାରିଶ୍ରମିକ ପ୍ରଦାନ କରାଯାଉଥିବା ବେଳେ ଆଦିବାସୀ ସଂପ୍ରଦାୟର ଶିରା ଓ ପୂଜାରୀଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ସୁବିଧା ନାହିଁ। ଏଥିସହ ଶିରା ଓ ପୂଜାରୀମାନେ ୭ଟି ଦାବି ଉପସ୍ଥାପନା କରିଥିଲେ।

ଜିଲ୍ଲାର ସମସ୍ତ ଆଦିବାସୀ ଦେବାଳୟମାନଙ୍କରେ ଶିରା ବା ପୂଜାରୀମାନଙ୍କ ରହିବା ଏବଂ ରୋଷେଇ କରିବା ପାଇଁ ଏକ ସ୍ବତନ୍ତ୍ର ଗୃହ ନିର୍ମାଣ କରାଯାଉ। ଏହାସହ ଜିଲ୍ଲାରେ ଏକ ପାନ୍ଥଶାଳା ନିର୍ମାଣ କରାଗଲେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସୁଥିବା ଶିରା ଓ ପୂଜାରୀମାନେ ଏଠାରେ ବିଶ୍ରାମ ନେଇପାରିବେ। ଆଦିବାସୀ ଦେବାଳୟଗୁଡିକରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି। ଯାହାକୁ ଦଲାଲମାନେ ଲୁଟ କରି ନେଉଛନ୍ତି। ସରକାର ଏହି ଦିଗରେ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ତୁରନ୍ତ ଏହି ଦାବି ପୂରଣ ନହେଲେ ଆଗାମୀ ଦିନରେ ପୁଣି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। 

 maoists

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe